Categories
ଆଜିର ଖବର ଖେଳ

2022କୁ ଘୁଞ୍ଚିପାରେ ଟି 20 ବିଶ୍ବକପ୍‌! : ଆଇପିଏଲ୍‌ ପାଇଁ ରାସ୍ତା ପ୍ରଶସ୍ତ

ନୂଆଦିଲ୍ଲୀ : ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌ ଦୁଇ ବର୍ଷ ପାଇଁ ଘୁଞ୍ଚିପାରେ । ଆସନ୍ତା କାଲି ଆଇସିସିର ବୈଠକ ପୂର୍ବରୁ ଆଇସିସିର ଜନୈକ ଅଧିକାରୀ ନାମ ଗୋପନ ରଖି ଏହି ସୂଚନା ପ୍ରକାଶ କରିଛନ୍ତି । ଏହି ଘୋଷଣା ପରେ ଆଇପିଏଲ୍‌ ହେବାର ରାସ୍ତା ପ୍ରଶସ୍ତ ହୋଇଛି । ଅକ୍ଟୋବର-ନଭେମ୍ବରରେ ଟି 20 ବିଶ୍ବକପ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା ମାତ୍ର କରୋନା ଭାଇରସ୍‌ ଆତଙ୍କ କାରଣରୁ ଏହାକୁ ସ୍ଥଗିତ ରଖାଯାଇପାରେ । ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯାଏ ତେବେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଆଇପିଏଲ୍‌ ଅନୁଷ୍ଠିତ ହୋଇପାରିବ । ପୂର୍ବରୁ ବିସିସିଆଇ ବନ୍ଦ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନକୁ ସବୁଜ ସଙ୍କେତ ପ୍ରଦାନ କରି ସାରିଛି । (ଏଜେନ୍ସି)

Categories
ଆଜିର ଖବର ଖେଳ

ପୁନମ ଯାଦବଙ୍କୁ 4 ଓ୍ବିକେଟ୍‌ : ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ସିଡ୍‌ନୀ : ମହିଳା ଟି 20 ବିଶ୍ବକପ୍‌ର ପ୍ରଥମ ମୁକାବିଲାରେ ଭାରତ ବିଜୟ ହାସଲ କରିଛି । ଭାରତ ନିର୍ଦ୍ଧାରିତ ଓଭରରେ 132 ରନ୍‌ ସଂଗ୍ରହ କରିଥିବା ବେଳେ ପୁନମ୍‌ ଯାଦବଙ୍କ 5 ଓ୍ବିକେଟ୍‌ ଫଳରେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟ ଠାରୁ ରନ୍‌ ପଛରେ ରହିଯାଇଥିଲା । ଭାରତ ପକ୍ଷରୁ ପୁନମ ଯାଦବ 19 ରନ୍‌ ବିନିମୟରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଶିଖା ପାଣ୍ଡେ 14 ରନ୍‌ ବିନିମୟରେ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 49 ରନ୍‌ ସଂଗ୍ରହ କରିଥିବା ବେଳେ ଶେଫାଳି ବର୍ମା(29) ଏବଂ ଜେମିମା ରଡ୍ରିଗ୍‌ଜ (26) ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଓପ୍‌ନର ଆଲିସିଆ ହିଲି ସର୍ବାଧିକ 51 ରନ୍‌ ସଂଗ୍ରହ କରିଥିବା ବେଳେ ଆସଲେଘ୍‌ ଗାର୍ଡନର୍‌ 35 ରନ୍‌ର ଇନିଂସ ଖେଳିଥିଲେ । ପୁନମ ଯାଦବ 15 ରନ୍‌ ବିନିମୟରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଶିଖା ପାଣ୍ଡେ 14 ରନ୍‌ ବିନିମୟରେ ତିନୋଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ପୁନମ ଯାଦବଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା (ଏଜେନ୍ସି)

Categories
ଆଜିର ଖବର ଖେଳ

ଟି 20 ବିଶ୍ବକପ୍‌ ବର୍ଜନ ନେଇ ପାକିସ୍ତାନର ଧମକ

ଲାହୋର : ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ ପୂର୍ବରୁ ପିସିବି ପକ୍ଷରୁ ଏକ ବଡ ବୟାନ ପ୍ରଦାନ କରାଯାଇଛି । ଯଦି ଭାରତ ପାକିସ୍ତାନରେ ଆୟୋଜିତ ଏସିଆ କପ୍‌ରେ ଅଂଶ ଗ୍ରହଣ ନକରେ ତେବେ 2021ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି 20 ବିଶ୍ବକପ୍‌କୁ ପ୍ରତ୍ୟାଖ୍ୟାନର ଧମକ ଦେଇଛି ପାକିସ୍ତାନ । ବାଂଲାଦେଶ ପକ୍ଷରୁ ପାକିସ୍ତାନ ଗସ୍ତ କରାଯିବା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର କ୍ଷମତା ହାସଲ କରିଛି । ମାତ୍ର ସୁରକ୍ଷାଗତ କାରଣ ଦର୍ଶାଇ ବିସିସିଆଇ ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ । ଯଦି ବିସିସିଆଇ ଭାରତୀୟ ଟିମ୍‌କୁ ନପଠାଏ ତେବେ ପିସିବି ମଧ୍ୟ ଟି 20 ବିଶ୍ବକପ୍‌ ବର୍ଜନ କରିବ ବୋଲି ପିସିବି ମୁଖ୍ୟ ଓ୍ବାସିମ୍‌ ଖାନ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ହରମନପ୍ରୀତ୍‌ଙ୍କ ନେତୃତ୍ବରେ ଟି 20 ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା : ରିଚା ଘୋଷ ନୂଆ ମୁହଁ

ମୁମ୍ବାଇ : ଟି 20 ବିଶ୍ବକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ହରମନ୍‌ପ୍ରୀତ୍‌ କୌର୍‌ଙ୍କ ନେତୃତ୍ବରେ 15 ଜଣିଆ ଦଳ ଗଠନ କରାଯାଇଛି । ବିଶ୍ବକପ୍‌ ସହିତ ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ମଧ୍ୟ 16 ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ରିଚା ଘୋଷ ଏକମାତ୍ର ନୂଆ ଚେହେରା ରହିଛନ୍ତି । ରିଚା ଚ୍ୟାଲେଞ୍‌ଜର୍ସ ଟ୍ରଫିରେ ଗୋଟିଏ ମ୍ୟାଚ୍‌ ଖେଳି 36 ରନ୍‌ ସଂଗ୍ରହ କରିଥିଲେ । ରିଚାଙ୍କ ବ୍ୟତିତ ଶେଫାଳି ବର୍ମା ନିଜର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି ।

ବିଶ୍ବକପ୍‌ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଏବଂ ଅରୁନ୍ଧତୀ ରେଡ୍ଡୀ ।

ଅଷ୍ଟ୍ରେଲିଆ ସିରଜ୍‌ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଅରୁନ୍ଧତୀ ରେଡ୍ଡୀ ଏବଂ ନୁଜହତ୍‌ ପରଓ୍ବିନ୍‌ ।

Categories
ଆଜିର ଖବର

ପୁଣି ଥରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ହେଲେ ରବି ଶାସ୍ତ୍ରୀ,ସିଏସି ତରଫରୁ କପିଳ ଦେବଙ୍କ ଘୋଷଣା

ସମୀକ୍ଷା ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ହେଲେ ରବି ଶାସ୍ତ୍ରୀ । ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର କୋଚ ପଦ କାଏମ ରଖିଛନ୍ତି । ପୁଣି ଥରେ ତାଙ୍କୁ କୋଚ ଦାୟିତ୍ବ ମିଳିଛି । ପୂର୍ବତନ କ୍ରିକେଟର କପିଳ ଦେବଙ୍କ ନେତୃତ୍ଵାଧୀନ କ୍ରିକେଟ ପରାମର୍ଶଦାତା କମିଟି(ସିଏସି) ରବି ଶାସ୍ତ୍ରୀଙ୍କୁ ପୁଣି ଥରେ କୋଚ ଦାୟିତ୍ବ ପ୍ରଦାନ କରିଛନ୍ତି । ରବି ଶାସ୍ତ୍ରୀ ୨୦୨୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର କୋଚ ଦାୟିତ୍ବରେ ରହିବେ। ବିସିସିଆଇ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କପିଳ ଦେବ ଏହି ଘୋଷଣା କରିଛନ୍ତି । ମୁଖ୍ୟ କୋଚ୍‌ ପଦବୀ ପାଇଁ ରବି ଶାସ୍ତ୍ରୀଙ୍କ ବ୍ୟତୀତ  ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଏବଂ ରବୀନ ସିଂହ, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍‌ ମୁଡ୍ଡୀ, ମାଇକ ହାସନ ଏବଂ ଫିଲ ସିମନ୍ସ ପ୍ରମୁଖଙ୍କ ସାକ୍ଷାତାକର ନିଆଯାଇଥିଲା ।