Categories
ଆଜିର ଖବର ଜାତୀୟ ଖବର

ତବଲିଗ ଜମାତ ସମ୍ପର୍କିତ ଆକାଉଣ୍ଟକୁ ଅଚଳ କଲେ ସରକାର

ନୂଆଦିଲ୍ଲୀ : ତବଲିଗ ଜମାତ ସମ୍ପର୍କିତ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦେଇଛନ୍ତି କେନ୍ଦ୍ର ସରକାରବ ମୌଲାନା ସାଦ୍‌ ଦୀର୍ଘ 40 ଦିନ ଧରି ଆତ୍ମଗୋପନରେ ଥିବାରୁ କେନ୍ଦ୍ରୀୟ ଏଜେନ୍ସିଙ୍କ ପରାମର୍ଶରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସମସ୍ତ ବ୍ୟାଙ୍କକୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପଠାଯାଇଥିବା ଜଣାପଡିଛି । ତବଲିଗି ଜମାତ ପରେ ବିଭିନ୍ନ ବିବାଦୀୟ ବୟାନ କାରଣରୁ ମୌଲାନାଙ୍କ ଗିରଫଦାରୀ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରଠାରୁ ମୌଲାନା ଫେରାର ଅଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୧୭ ଜମାତିଙ୍କୁ ଗିରଫ କରି ଜେଲ୍‌ ପଠାଇଲା ପୋଲିସ୍‌

ବାହାରିଚ୍‌: ବିଭିନ୍ନ ଭିସା ନିୟମର ଉଲ୍ଲଂଘନ ଅଭିଯୋଗରେ ୧୭ ତବଲିଗୀ ଜମାତୀଙ୍କୁ ଗିରଫ କରାଯାଇଛି। ଏହି ୧୭ ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ରବିବାର କ୍ବାରାଣ୍ଟାଇନ୍‌ ଅବଧି ଶେଷ ହୋଇଥିଲା। କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ରବିବାର ସମସ୍ତଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଛି। ସମସ୍ତଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି। ଏହି ୧୭ ଜଣ ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆର ନାଗରିକ ହୋଇଥିବା ବେଳେ ଭିସା ଏବଂ ପାସପୋର୍ଟ ଆଇନ ଉଲ୍ଲଂଘନ କାରଣରୁ ସମସ୍ତଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ପକ୍ଷରୁ ଆଇପିସିର ଧାରା ୨୬୯, ୨୭୦, ୨୭୧ ଏବଂ ୧୮୮ ସହିତ ମହାମାରୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। (ଏଜେନ୍ସି)