Categories
ଆଜିର ଖବର

ଶିକ୍ଷୟିତ୍ରୀଙ୍କ ଟ୍ବିଟ୍‌ ପରେ ନିଖୋଜ ଛାତ୍ରୀ ଉଦ୍ଧାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,30/11: ଶିକ୍ଷୟିତ୍ରୀଙ୍କ ଟ୍ବିଟ୍‌ ପରେ ଜଣେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାର ପିପିଲିରୁ ନିଖୋଜ ଏହି ଛାତ୍ରୀଙ୍କୁ ଭଞ୍ଜନଗର ପୋଲିସ୍‌ ଉଦ୍ଧାର କରିଛି । ନାବାଳିକାଙ୍କୁ ଅପହରଣ କରାଯାଇ ଜଣେ ସମ୍ପର୍କୀୟଙ୍କ ସହିତ ଜବରଦସ୍ତି ବିବାହ କରାଯାଉଥିଲା । ଦୁଇ ମାସ ହେବ ଛାତ୍ରୀ ଜଣକ ସ୍କୁଲକୁ ଆସିନଥିଲେ । ଏହାକୁ ନେଇ ଶିକ୍ଷୟିତ୍ରୀ ଟ୍ବିଟ୍ଟରରେ ଭଞ୍ଜନଗର ଜିଲ୍ଲା ପ୍ରଶାସନକୁ ଛାତ୍ରୀ ଜଣଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ଆଜି ଭଞ୍ଜନଗର ଜିଲ୍ଲା ପ୍ରଶାସନ ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।