Categories
ଆଜିର ଖବର ଜାତୀୟ ଖବର

ଓୱାଇସିଙ୍କ ଏବେ ଅବସରର ସମୟ ଆସିଛି: ହାଇଦ୍ରାବାଦରୁ ବିଜେପି ପ୍ରାର୍ଥୀ ଡାଃ. ମାଧବୀ ଲତା

ନୂଆଦିଲ୍ଲୀ: ଏଥର ତେଲେଙ୍ଗାନାର ହାଇଦ୍ରାବାଦ ସିଟରେ ପ୍ରତିଯୋଗିତା ଆକର୍ଷଣୀୟ ହେବାକୁ ଯାଉଛି। ଏହି ଆସନଟି ଗତ ୪୦ ବର୍ଷ ଧରି ଓୱାଇସି ପରିବାର ଦ୍ୱାରା ଦଖଲ କରାଯାଇଛି। ଏଥର ବିଜେପି ଡାଃ. ମାଧବୀ ଲତାଙ୍କୁ ଏହି ଆସନରୁ ବର୍ତ୍ତମାନର ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ବିରୋଧରେ ପ୍ରାର୍ଥୀ କରିଛି।

ମାଧବୀ ଲତା କଟ୍ଟର ହିନ୍ଦୁତ୍ୱର ଚେହେରା ଏବଂ ଟ୍ରିପଲ ତଲାକ ପ୍ରସଙ୍ଗରେ ମୁସଲମାନ ମହିଳାମାନଙ୍କ ମଧ୍ୟରେ ମଧ୍ୟ ବେଶ୍ ଲୋକପ୍ରିୟ। ତେଣୁ ଅନେକ କଳ୍ପନାଜଳ୍ପନା ହେଉଛି ଯେ, ଏଥର ଓୱାଇସି ନିଜ ଘରେ ଫସି ନ ଯାଅନ୍ତି। ମାଧବୀ ଲତା ନ୍ୟୁଜ୍ ଏଜେନ୍ସି ANI ସହିତ କଥା ହୋଇଥିଲେ, ଯେଉଁଥିରେ ସେ ଓୱାଇସି ଉପରେ କଡା ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ସେ କହିଛନ୍ତି ଯେ, ଯୁଦ୍ଧ ଘୋଷଣା କରାଯାଇଛି। ବର୍ତ୍ତମାନ ଓୱାଇସିଙ୍କ ଅବସର ସମୟ ଆସିଛି।

ହାଇଦ୍ରାବାଦ ହେଉଛି ସବୁଠାରୁ ପଛୁଆ ସଂସଦ ନିର୍ବାଚନମଣ୍ଡଳୀ:

ମାଧବୀ ଲତା କହିଛନ୍ତି ଯେ, “ଏହି ନିର୍ବାଚନମଣ୍ଡଳୀ ଏତେ ଅବହେଳିତ ଯେ ଦାରିଦ୍ରତା ଏବଂ ଶିକ୍ଷାରେ ପଛୁଆ। ହାଇଦ୍ରାବାଦ ଲୋକସଭାରେ କୌଣସି ପରିମଳ, ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ ସୁବିଧା ନାହିଁ। ପିଲାମାନେ ମଦ୍ରାସା ରେ ଖାଦ୍ୟ ଗ୍ରହଣ କରୁନାହାଁନ୍ତି। ମନ୍ଦିର ଏବଂ ହିନ୍ଦୁ ଘରକୁ ବେଆଇନ ଭାବେ ଜବରଦଖଲ କରାଯାଉଛି। ମୁସଲମାନ ପିଲାମାନେ ଅଶିକ୍ଷିତ। ସେଠାରେ ଶିଶୁ ଶ୍ରମିକ ମଧ୍ୟ ଅଛନ୍ତି।”

ମାଧବୀ ଲତା ଆହୁରି ମଧ୍ୟ କହିଛନ୍ତି ଯେ, ଓୱାଇସିଙ୍କ ପରିବାର ଏଠାରେ ୪୦ ବର୍ଷ ଧରି ଜିତିଛନ୍ତି କିନ୍ତୁ ସେ ସଂସଦୀୟ ଆସନ ପାଇଁ କିଛି କରିନାହାଁନ୍ତି। ଏହା ହେଉଛି ସବୁଠାରୁ ପଛୁଆ ଅଞ୍ଚଳ। ତେଣୁ ବର୍ତ୍ତମାନ ସମୟ ଆସିଛି ଯେ, ସେ ଅବସର ନେବା ଉଚିତ୍। ଲୋକଙ୍କ ପାଇଁ କିଛି କରାଯାଇ ନାହିଁ। ଏହା ଏକ ପୁରୁଣା ସହର, ପାହାଡ କିମ୍ବା ଆଦିବାସୀ ଅଞ୍ଚଳ ନୁହେଁ। ଏହା ହାଇଦ୍ରାବାଦର କେନ୍ଦ୍ରରେ ଅଛି କିନ୍ତୁ ଦାରିଦ୍ର୍ୟ ରହିଛି।” ଏହା ବ୍ୟତୀତ ସେ ହାଇଦ୍ରାବାଦର ପୁରୁଣା ସହରକୁ ସୋମାଲିଆ ସହିତ ତୁଳନା କରିଥିଲେ। ଶ୍ରୀମତୀ ଲତା କହିଛନ୍ତି ଯେ, ସର୍ବପ୍ରଥମେ ମହିଳା ଏବଂ ଯୁବକମାନଙ୍କୁ ରୋଜଗାର ଯୋଗାଇବାର ଆବଶ୍ୟକତା ଅଛି।

ହାଇଦ୍ରାବାଦର ରାଜନୈତିକ ଇତିହାସ କ’ଣ?:

ବାସ୍ତବରେ, ହାଇଦ୍ରାବାଦ ଆସନ AIMIM ର ଗଡ଼ ଭାବରେ ବିବେଚନା କରାଯାଏ। ୧୯୮୪ ମସିହାରୁ ଏହି ଆସନ ଦଳ ସହିତ ରହିଆସିଛି। ୧୯୮୪ ରେ ପ୍ରଥମ ଥର ପାଇଁ ଅସଦୁଦ୍ଦିନ ଓୱାଇସିଙ୍କ ପିତା ସୁଲତାନ ସଲାହୁଦ୍ଦିନ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଏହି ଆସନକୁ ୨୦ ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ। ସେବେଠାରୁ ତାଙ୍କ ପୁଅ ଅସଦୁଦ୍ଦିନ ଓୱାଇସି ହାଇଦ୍ରାବାଦର ସାଂସଦ ଅଟନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପରେ ସୋନିଆ, ରାହୁଳ ଓ ପ୍ରିୟଙ୍କାକୁ ଭେଟିଲେ ରେବାନ୍ତ ରେଡ୍ଡୀ

ନୂଆଦିଲ୍ଲୀ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ହେବେ ବୋଲି ଗତକାଲି କଂଗ୍ରେସ ଘୋଷଣା କରିଛି। ସେ ଆସନ୍ତାକାଲି ଶପଥ ନେବେ ବୋଲି କୁହାଯାଇଛି। ଏହାପରେ ଆଜି ରେବାନ୍ତ ନୂଆଦିଲ୍ଲୀରେ କଂଗ୍ରେସ କର୍ତ୍ତୁପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସେ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ସାକ୍ଷାତ କରି ଆସନ୍ତାକାଲି ଶପଥ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କରିଥିବାର ଜଣାପଡିଛି।

ଏ ନେଇ ରାହୁଳ ଗାନ୍ଧି ତାଙ୍କ ସାମାଜିକ ଗଣମାଧ୍ୟମରେ ରେବାନ୍ତଙ୍କୁ ସ୍ବାଗତ କରିଛନ୍ତି। ସେ ଲେଖିଛନ୍ତି ଯେ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବାରୁ ରେବାନ୍ତଙ୍କୁ ସ୍ବାଗତ। ତାଙ୍କ ନେତୃତ୍ବରେ କଂଗ୍ରେସ ସରକାର ତେଲେଙ୍ଗାନାର ଜନସଧାରଣଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପୂରଣ କରିବେ। ସେ ଏକ ପ୍ରଜାଳ ସରକାର କରିବେ ବୋଲି ରାହୁଳ ଆଶା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସାହାସିକତାର ଉଦାହରଣ : ବିଦ୍ୟୁତ୍‌ ତାର ଉପରେ ଚଢି ଡାଳ କାଢିଲେ ଯୁବକ

ହାଇଦ୍ରାବାଦ : ସାହାସିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ତେଲେଙ୍ଗାନାର ଜନୈକ ଯୁବକ । ଏକ ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ତାର ଉପରେ ଚଢି ଏକ ଗଛଡାଳ କାଢିଛନ୍ତି ଏହି ଯୁବକ । ନିଜାମପୁରର ସଦାଶିବପେଟ ମଣ୍ଡଳର ସଙ୍ଗାରେଡ୍ଡୀରେ ସୋମବାର ଏହି ଘଟଣା ଘଟିଛି । ତେଲେଙ୍ଗାନା ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣଙ୍କ ଏକ ବିଦ୍ୟୁତ୍ ତାର ଉପରେ ଚାଲୁଥିବା ବେଳେ ଏହାର ଭିଡିଓ ଭାଇରାଲ୍‌ ହୋଇଛି । ବର୍ଷା କାରଣରୁ ଏହି 33 କେଭି ବିଦ୍ୟୁତ୍‌ ତାର ଉପରେ ଏକ ଗଛ ଡାଳ ପଡି ଅଟକି ଯାଇଥିଲା ।

ନୁର୍‌ ନାମକ ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣକ ତାର ଉପରେ ଚଢିବା ସହିତ ଗୋଟିଏ ହାତରେ ତାରକୁ ଧରିଥିଲେ । ଅନ୍ୟ ଏକ ତାର ଉପରେ ପାଦ ରଖି ଗୁରୁଣ୍ଡି ଗୁରୁଣ୍ଡି ନୁର୍‌ ଡାଳଟିକୁ ହଟାଇଥିଲେ । ଏହି ଘଟଣାକୁ ଦେଖି ଦେଖଣାହାରୀ ମଧ୍ୟ ହତ୍‌ବାକ୍‌ ହୋଇଯାଇଥିଲେ । ଏହି ଘଟଣା ପରେ ସୋସିଆଲ ମିଡିଆରେ ବିଦ୍ୟୁତ ବିଭାଗକୁ ସମାଲୋଚନା କରାଯାଇଛି । ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୀବନକୁ ବିପନ୍ନ କରିବାର ଅଧିକାର ବିଦ୍ୟୁତ୍‌ ବିଭାଗ ନିକଟରେ ନାହିଁ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା : ବୃଦ୍ଧଙ୍କ ପାଲଟା ଅଭିଯୋଗ

ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ 80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ 22 ବର୍ଷୀୟ ମହିଳା । ତେବେ ଏହା ସହିତ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ମହିଳାଙ୍କ ବିରୋଧରେ ଚୋରିର ଅଭିଯୋଗ ଆଣିଛନ୍ତି । ଘଟଣାଟି ଏହିପରିକି, ହାଇଦ୍ରାବାଦର ବଞ୍ଜାରା ହିଲ୍‌ସରେ ରହୁଥିବା ଉକ୍ତ 80 ବର୍ଷର ବୃଦ୍ଧଙ୍କ ଘରେ ରହୁଥିବା ଉକ୍ତ 22 ବର୍ଷୀୟା ମହିଳା ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହା ସହିତ ତାଙ୍କର ମହଙ୍ଗା ଘଣ୍ଟା ଚୋରି କରିଥିବା ନେଇ ବୃଦ୍ଧ ଜଣକ ମହିଳା ଏବଂ ତାଙ୍କର ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ବଞ୍ଜାରା ହିଲ୍‌ସ ଇନ୍ସପେକ୍ଟର କଳିଙ୍ଗ ରାଓଙ୍କ ଅନୁଯାୟୀ, ନିଜର ବିବାହ ବିଚ୍ଛେଦ ପରେ ନିଜର ପୁରୁଷ ବନ୍ଧୁଙ୍କ ସହିତ ମହିଳା ଜଣଙ୍କ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଏପ୍ରିଲ୍ 3 ତାରିଖରେ ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କୁ ମଦ୍ୟପାନ କରିବାକୁ ଦେଇ ମଦ ନିଶାରେ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ରାସ୍ତା ଦାଢରେ ଶିଶୁକନ୍ୟାକୁ ଜନ୍ମ ଦେଲେ ପ୍ରବାସୀ ଶ୍ରମିକ

ତେଲେଙ୍ଗାନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ । କିଛି ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ପଳାଉଥିବା ବେଳେ କେହି କେହି ସାଇକେଲ ବା ଅନ୍ୟାନ୍ୟ ମାଧ୍ୟମରେ ଘରେ ପହଞ୍ଚୁଛନ୍ତି । ମଙ୍ଗଳବାର ସେହିପରି ଏକ ଅଭାବନୀୟ ଘଟଣା ଘଟିଛି । ତେଲେଙ୍ଗାନାରୁ ଚାଲି ଚାଲି ଛତିଶଗଡ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ସନ୍ତାନ ପ୍ରସବ କରିଛନ୍ତି । ମଙ୍ଗଳବାର ଭୋର 5ଟା ସମୟର ମେଡକର 44 ନମ୍ବର ଜାତୀୟ ରାଜପଥ ନିକଟରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ଗାଡି ମୋଟରର ସୁବିଧା ନଥିବାରୁ ଉକ୍ତ ମହିଳାଙ୍କ ସହକର୍ମୀ ମାନେ ରାସ୍ତା ଦାଢରେ ପ୍ରସବ କରାଇଥିଲେ । ଏହାପରେ ସ୍ଥାନୀୟ ସବ୍‌ ଇନ୍ସପେକ୍ଟର ନରସିଂହ ରାଜେଶ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି ବୋଲି ରାଜେଶ ପ୍ରକାଶ କରିବା ସହିତ ପ୍ରସବ ପୂର୍ବରୁ ମହିଳା ଜଣକ 70 କିମି ବାଟ ଚାଲି ଚାଲି ଆସିଥିଲେ ବୋଲି କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

12 ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ଛାଡିଲା ସ୍ବତନ୍ତ୍ର ଟ୍ରେନ୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ : ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଛି ଏକ ସ୍ବତନ୍ତ୍ର ଟ୍ରେନ୍‌ । ପ୍ରାୟ 12 ଶହ ଶ୍ରମିକଙ୍କୁ ନେଇ ଏହି ସ୍ବତନ୍ତ୍ର ଟ୍ରେନ୍‌ଟି ଝାରଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶୁକ୍ରବାର ଯାତ୍ରା ଆରମ୍ଭ କରିଥିବା ଏହି ଟ୍ରେନ୍‌ଟି ରାଞ୍ଚିର ହାଟିଆ ପର୍ଯ୍ୟନ୍ତ ଯାତ୍ରା କରିବ । ଲିଙ୍ଗମପଲ୍ଲୀ ଷ୍ଟେସନ୍‌ରୁ ଭୋର 5ଟା ସମୟରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିବା ବେଳେ ରାତି 11ଟାରେ ଏହା ହାଟିଆରେ ପହଞ୍ଚିବ । ଏହି ନନ୍‌ଷ୍ଟପ୍‌ ଟ୍ରେନ୍‌ଟିରେ ସୋସିଆଲ୍‌ ଡିଷ୍ଟାନ୍ସିଂକୁ ଧ୍ୟାନ ଦିଆଯାଇଛି । ଟ୍ରେନ୍‌ର ପ୍ରତ୍ୟେକ ବଗିରେ 72 ଜଣଙ୍କ ପରିବର୍ତ୍ତେ 54 ଜଣ ଲେଖାଏଁ ଯାତ୍ରୀ ଯାତ୍ରା କରିବେ ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

74 ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ 15 ଶହ ଟଙ୍କା ପ୍ରଦାନ କଲେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ : ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 74 ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ 15 ଶହ ଟଙ୍କା ପ୍ରଦାନ କରାଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବିଭିନ୍ନ ପରିବାରକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 1112 କୋଟି ଟଙ୍କା ମଞ୍ଜୁର କରାଯାଇଛି । କରୋନା ମୁକାବିଲା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ନେଇ କ୍ୟାବିନେଟ ମନ୍ତ୍ରୀ କେଟି ରାମାରାଓ ପ୍ରକାଶ କରିଛନ୍ତି । ଏହା ସହିତ ରାସନ କାର୍ଡଧାରୀ ପ୍ରତ୍ୟେକ ପରିବାରକୁ 12 କିଗ୍ରା ଚାଉଳ ପ୍ରଦାନ କରିବା ପାଇଁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର 76 ଲକ୍ଷ ରାସନ କାର୍ଡଧାରୀଙ୍କ ମଧ୍ୟରୁ ପ୍ରାୟ 87 ପ୍ରତିଶତ ଲୋକଙ୍କୁ ଚାଉଳ ଦିଆସରିଛି । ଚାଉଳ ବଣ୍ଟନ ପାଇଁ 25 ଶହ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ 3ଲକ୍ଷ ଟନ୍‌ ଚାଉଳ ବଣ୍ଟା ଯାଇଥିବା ନେଇ କେଟିଆର୍‌ ଟ୍ବିଟ୍‌ କରିଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝିଅକୁ ହତ୍ୟା କରିବା ପରେ ଦୁଇ ମହିଳାଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ : ନିଜ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦୁଇ ମହିଳା ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହ କାରଣରୁ ଅନୁଷା ଏବଂ ସୁମତି ନାମକ ଦୁଇ ମହିଳା ଅନୁଷାଙ୍କ 5 ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେଲେଙ୍ଗାନାର ମେଦଚାଲ ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ରାସନ୍‌ ଦୋକାନରୁ ମିଳିଥିବା ଚାଉଳକୁ ନେଇ ଉଭୟ ମହିଳାଙ୍କ ପରିବାରରେ ଝଗଡା ହୋଇଥିଲା । ଏହାପରେ ଉଭୟଙ୍କ ସ୍ବାମୀଙ୍କୁ ଜଓ୍ବାହାର ନଗର ଚର୍ଚ୍ଚକୁ ନିଆଯାଇଥିଲା । ପୋଲିସ୍ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର

ତେଲେଙ୍ଗାନାରେ ୯ ଶହ କୋଟି ନିବେଶ କରିବ ୟୋଙ୍ଗୋନ୍‌

ହାଇଦ୍ରାବାଦ,୧୨/୧୨ : କୋରିଆନ୍‌ କପଡା ନିର୍ମାଣକାରୀ କମ୍ପାନୀ ୟୋଙ୍ଗୋନ୍‌ ତେଲେଙ୍ଗାନାରେ ୯ ଶହ କୋଟି ନିବେଶ କରିବାକୁ ଯାଉଛି। ତେଲେଙ୍ଗାନା ସରକାରଙ୍କ ସହିତ ୟୋଙ୍ଗୋନ୍‌ କମ୍ପାନୀ ଏ ନେଇ ଏକ ରାଜିନାମା ସ୍ବାକ୍ଷର କରିଛି। ଓ୍ବାରାଙ୍ଗଲରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା କାକତ୍ତୀୟ ମେଗା ଟେକ୍ସଟାଇଲ୍‌ ପାର୍କ ପ୍ରକଳ୍ପରେ ଏହି ଅର୍ଥ ନିବେଶ କରାଯିବ ବୋଲି ଜଣାପଡିଛି। ବୁଧବାର ହୋଇଥିବା ରାଜିନାମା ଅନୁଯାୟୀ ୨୯୦ ଏକର ସ୍ଥାନରେ ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠିତ ହେବ। କେଏମ୍‌ଟିପି ଦ୍ବାରା ୧୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ୟୋଙ୍ଗୋନ୍‌ ୧୩ ଟି ଦେଶରେ ନିଜର କାରଖାନା ପ୍ରତିଷ୍ଠା କରିଥିବା ବେଳେ ୯୦ ହଜାର ଲୋକଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରିଛି। (ଏଜେନ୍ସୀ)

Categories
ଆଜିର ଖବର

୮୨କୋଟିର ସୁନା ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪୫.୮୯ କିଗ୍ରା ସୁନା ଜବତ କରାଯାଇଛି। ଏହି ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮୨.୧୧କୋଟି ଟଙ୍କା ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଏକ ଅର୍ଥ ହେରଫେର ମାମଲାରେ ତେଲେଙ୍ଗାନା ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଇଡି ପକ୍ଷରୁ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିଲା। ବିମୁଦ୍ରାକରଣ ସମୟରେ ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ନେଇ ଥିବା ଅଭିଯୋଗ ଉପରେ ଏହି ଚଢାଉ କରାଯାଇଥିଲା। ମୁସଡ୍ଡିଲାଲ ଜୁଏଲର୍ସର କୈଳାସ ଗୁପ୍ତାଙ୍କ ଦୁଇଟି ଅଫିସ୍‌ (ହାଇଦ୍ରାବାଦ ଏବଂ ବିଜୟଓ୍ବାଡା), ଶ୍ରୀ ବାଲାଜୀ ଗୋଲ୍ଡରହ ପବନ ଅଗ୍ରଓ୍ବାଲଙ୍କ ବାସଗୃହ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ସଞ୍ଜୟ ଶାରଦାଙ୍କ ବାସଗୃହରେ ଚଢାଉ କରାଯାଇ ଏହି ସୁନା ଗହଣା ଜବତ କରାଯାଇଛି। ଏହି ଦୁଇ ବିକ୍ରେତା ୮ ନଭେମ୍ବର ୨୦୧୬ରେ ପ୍ରାୟ ୫୨୦୦ ନକଲି ଗହଣା ବିକ୍ରି ରିସିପ୍ଟ ବନାଇଥିଲେ। ପ୍ରତ୍ୟେକ ଦେଣ ନେଣ ପ୍ରାୟ ୨ ଲକ୍ଷ ଟଙ୍କାର ରହିଥିଲା। ବିମୁଦ୍ରାକରଣ ସମୟରେ ଏହି ଦୁଇ ଗହଣା ଦୋକାନୀ ନିଜ ଆକାଉଣ୍ଟରେ ୧୧୦.୮୫ କୋଟି ଟଙ୍କା ଜମା କରିଥିଲେ।