Categories
ଆଜିର ଖବର ରାଜ୍ୟ ଖବର

ଏବର୍ଷ ଭଙ୍ଗାଯିବନି ମହାପ୍ରଭୁଙ୍କ ତିନି ରଥ, ପଢନ୍ତୁ କେଉଁଠି ରହିବ ରଥ

ପୁରୀ, ଚଳିତ ବର୍ଷ ପୁରୀରେ ମହାପ୍ରଭୁଙ୍କ ତିନି ରଥ ଭଙ୍ଗାଯିବ ନାହିଁ। ଏହି ତିନି ରଥ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏକ ମ୍ୟୁଜିୟମରେ ରଖିବାକୁ ଆପାତତଃ ସ୍ଥିର ହୋଇଛି।  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୁଧବାର ଦିନ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ସ୍ଥିର ହୋଇଛି। ମହାରଣା, ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ।

ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଯେଉଁ ତିନିଟି ରଥ ରହିଛି ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ଅଧିକ ଆଲୋଚନା କରା ଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।