Categories
ଆଜିର ଖବର

ବୁର୍କିନା ଫାସୋରେ ସେନାର ଆକ୍ରମଣ : 80 ଆତଙ୍କୀଙ୍କ ସହିତ 35 ସାଧାରଣ ନାଗରିକ ମୃତ

ନୂଆଦିଲ୍ଲୀ,25/12 : ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ସେନା ତରଫରୁ ଏକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 80 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ 35 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଏହା ସହିତ ସେନାର 7 ଜଣ ଯବାନ ପ୍ରାଣ ହରାଇଥିବା ଜଣାପଡିଛି । ବୁର୍କିନା ଫାସୋର ସୋମ୍‌ର ଅର୍‌ବିଣ୍ଡାରେ ଏହି ଆକ୍ରମଣ ହୋଇଥିଲା । ନିହତ ସାଧାରଣ ନାଗରିକଙ୍କ ମଧ୍ୟରେ ସମସ୍ତ ମହିଳା ଥିବା ଜଣାପଡିଛି । ବୁର୍କିନା ଫାସୋର ରାଷ୍ଟ୍ରପତି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି । ମାଲି ଏବଂ ନାଇଜରର ସୀମାରେ ଅବସ୍ଥିତ ଏହି ରାଷ୍ଟ୍ରରେ 2015ରୁ ମୁସ୍‌ଲିମ୍‌ ଜେହାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏକ ବୃହତ ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ ସମୟରେ ଏହି କାଣ୍ଡ ଘଟିଥିବା ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ : 2 ସାଧାରଣ ନାଗରିକ ନିହତ

ଶ୍ରୀନଗର,27/11 : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଗ୍ରେନେଡ ଆକ୍ରମଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଅନନ୍ତନାଗର ପଞ୍ଚାୟତ ଗୃହ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦି କରି ଖାନ୍ ତଲାସି ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ଆତଙ୍କବାଦୀଙ୍କ ଦ୍ବାରା ଏହା ଦ୍ବିତୀୟ ଆକ୍ରମଣ । ଏହା ପୂର୍ବରୁ ଆତଙ୍କବାଦୀ କାଶ୍ମୀର ବିଶ୍ବବିଦ୍ୟାଳୟ ବାହାରେ ଗ୍ରେନେଡ ଆକ୍ରମଣରେ ଦୁଇ ନାଗରିକ ଆହତ ହୋଇଥିଲେ । (ଏଜେନ୍ସୀ)