Categories
ଆଜିର ଖବର ଜାତୀୟ ଖବର

ଦୌଡି ପଳାଉଥିବା ବେଳେ ଯବାନଙ୍କ ଗୁଳିରେ ଟଳିଲା ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଜଣେ ଆତଙ୍କବାଦୀ ନିଜ ଜୀବନ ରକ୍ଷା କରିବାକୁ ଦୌଡି ପଳାଉଥିବା ବେଳେ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ବାରାମୁଲ୍ଲାରେ ସାରା ରାତି ଏନକାଉଣ୍ଟର ପରେ ସେନା ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଷ୍ଟ୍ରିୟ ରାଇଫଲ୍ସ କମାଣ୍ଡର ବ୍ରିଗେଡିୟର୍ ସଞ୍ଜୟ କନ୍ନୋଥ କହିଛନ୍ତି ଯେ, ବାରାମୁଲାର ଚକ୍ ଟାପର କ୍ରିରେ ହୋଇଥିବା ଅପରେସନରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଜବତ କରାଯାଇଛି।

https://x.com/ndtvindia/status/1835373677506068485

ଡ୍ରୋନ୍ ଫୁଟେଜରେ ଆତଙ୍କବାଦୀଜଣଙ୍କ ଘରର ପାଚେରୀ ନିକଟରେ ଥିବା କିଛି ଗଛ ଆଡକୁ ଦୌଡୁଥିବାର ନଜର ଆସିଥିଲେ। କିନ୍ତୁ ସେନା କର୍ମଚାରୀଙ୍କ ଗୁଳିରେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା।