Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ହେଉଛି ସମ୍ବିଧାନ ଦିବସ, ଜାଣନ୍ତୁ ଦେଶର ଏହି ସର୍ବୋଚ୍ଚ ପୁସ୍ତକକୁ କେଉଁଠି ରଖାଯାଇଛି

The Constitution of India: ଭାରତୀୟ ସମ୍ବିଧାନ ହେଉଛି ଭାରତର ସର୍ବୋଚ୍ଚ ବିଧି। ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି। ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ।

୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ସଭା ଦ୍ବାରା ଏହି ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା।

ଭାରତର ସମ୍ବିଧାନ, ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହା ସହିତ ଭାରତୀୟ ଅଧିରାଜ୍ୟ, ଭାରତୀୟ ଗଣରାଜ୍ୟରେ ପରିଣତ ହେଲା। ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରେ।

ଏହା ସାମ୍ବିଧାନ ହେଉଛି ସର୍ବେ ସର୍ବେ, ସଂସଦ ନୁହେଁ। ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ, ସେଥିପାଇଁ ଦେଶର ଏହା ହେଉଛି ସର୍ବେସର୍ବା। ଏହା ଲୋକଙ୍କ ଦ୍ବାରା ସ୍ୱୀକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦଘୋଷିତ। କୌଣସି ପରିସ୍ଥିତିରେ ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ।

ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ ତଥା ଗଣତାନ୍ତ୍ରିକ ସାଧାରଣତନ୍ତ୍ର ହେବ ବୋଲି ଉଦଘୋଷଣା କରିଅଛି। ତତସହିତ ଏହା ସମସ୍ତ ନାଗରିକଙ୍କୁ ନ୍ୟାୟ, ସମାନତା, ସ୍ବତନ୍ତ୍ରତା ପ୍ରଦାନ କରିଅଛି ଏବଂ ତାଙ୍କ ମଧ୍ୟରେ ଭାତୃଭାବ ସ୍ଥାପନକୁ ଉତ୍ସାହିତ କରୁଅଛି।

୧୯୫୦ର ମୂଳ ସମ୍ବିଧାନଟିକୁ ଏକ ହିଲିଅମ ପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି।