Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ରେ ଚୋରି କରି 15 ଦିନ ପରେ ଫେରାଇଲେ ବାଇକ୍‌

ଚେନ୍ନାଇ : ଲକ୍‌ଡାଉନ୍‌ କାରଣରୁ ସମସ୍ୟାରେ ପଡି ବାଇକ୍‌ ଚୋରି କରିଥିବା ଜଣେ ବ୍ୟକ୍ତି 15 ଦିନ ପରେ ବାଇକ୍‌ ଟିକୁ ଫେରସ୍ତ କରିଛନ୍ତି । କୋଏମ୍ବାଟୋରରେ ଲକ୍‌ଡାଉନ୍‌ରେ ଫସି ରହିଥିବା ବ୍ୟକ୍ତି ଜଣକ ନିଜ ପତ୍ନୀ ଏବଂ ପୁଅକୁ ନେବା ପାଇଁ ବାଇକ୍‌ଟିକୁ ଚୋରି କରିଥିଲେ । ତେବେ ଘରେ ପହଞ୍ଚିବା ପରେ ତୁରନ୍ତ ଏକ କୋରିୟର ସଂସ୍ଥା ସାହାଯ୍ୟରେ ଫେରାଇଛନ୍ତି ଏହି ବ୍ୟକ୍ତି ଜଣକ ।

ଉଲ୍ଲେଖଯୋଗ୍ୟ ଯେ, ଭି ସୁରେଶ କୁମାର କୋଏମ୍ବାଟୁରର ସୁଲୁରର ଜଣେ ଚମଡା ବ୍ୟବସାୟୀ । ତାଙ୍କର ହିରୋ ସ୍ପ୍ଲେଣ୍ଡର ଗାଡିଟି ମେ 18 ତାରିଖରେ ଚୋରି ହୋଇଯାଇଥିଲା । ଗାଡି ଫେରାଇବା ସହିତ ଉକ୍ତ ବ୍ୟକ୍ତି ଜଣକ ଏକ ଧନ୍ୟବାଦ ପତ୍ର ମଧ୍ୟ ଲେଖିଛନ୍ତି । ଲକ୍‌ଡାଉନ୍‌ରେ ଅନ୍ୟ କୌଣସି ରାସ୍ତା ନ ପାଇ ଗାଡିଟିକୁ ନେଇଥିବାରୁ କ୍ଷମା ଚାହୁଁଛି ବୋଲି ଚିଠିରେ ଲେଖାଯାଇଥିଲା । ଏହା ପରେ ସୁରେଶ କୁମାର ଥାନାରେ ଦାଖଲ କରିଥିବା ନିଜର ଅଭିଯୋଗକୁ ପ୍ରତ୍ୟାହାର କରିନେଇଛନ୍ତି ।

Categories
ଆଞ୍ଚଳିକ

ଲଙ୍କାଗୁଣ୍ଡ ପକାଇ ୨ଲକ୍ଷ ୮୭ ହଜାର ଲୁଟ

ପଟ୍ଟାମୁଣ୍ଡାଇ, ୨୪/୧୧(ସମୀକ୍ଷା ବ୍ୟୁରୋ) ଲଙ୍କାଗୁଣ୍ଡ ପକାଇ ୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଲୁଟ ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ମଦ ଦୋକାନରୁ ଟଙ୍କା ଧରି ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଲଙ୍କାଗୁଣ୍ଡ ପକାଇ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ। ବ୍ୟକ୍ତି ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।