ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ସାଥୀ ହୋଇଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ରାଧାକୃଷ୍ଣ ବିଖେ ପାଟିଲ୍ଙ୍କ ପୁତ୍ର ସୁଜୟ ବିଖେ ପାଟିଲ୍ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ମୁମ୍ବାଇର ଏକ ବିଜେପି କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଉପସ୍ଥିତିରେ ସୁଜୟ ବିଜେପିରେ ସାମିଲ୍ ହୋଇଛନ୍ତି। ଆସନ ନ ମିଳିବା ନେଇ ବିଜେପିରେ ମିଶିଥିବାର ଜଣାପଡିଛି। ମହାରାଷ୍ଟ୍ରରେ ଏନସିପି ସହ କଂଗ୍ରେସ ମେଣ୍ଟ କରିଛି। ଅହମଦନଗର ଲୋକସଭା ଆସନରୁ ସୁଜୟ ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ସୁଜୟଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।
Tag: thesamikhsya
ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲିଛି। ପ୍ରାର୍ଥୀ ତାଲିକାକୁ ନେଇ ରହିଛି ଅନେକ କଳ୍ପନାଜଳ୍ପନା। ତେବେ ଚଳିତ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏ ସମ୍ପର୍କରେ ପରୋକ୍ଷରେ ମତ ମଧ୍ୟ ଦେଇଛନ୍ତି। ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ। ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୃଥ୍ୱୀ କହିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି। ଚୂଡ଼ାନ୍ତ ନିଷ୍ପତ୍ତି ନଆସିଲେ ସେ ଏ ସମ୍ପର୍କରେ ବିଶେଷ କିଛି କହିପାରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କଂଗ୍ରେସ ଉଭୟ ଦଳକୁ କଡ଼ା ଟକ୍କର ଦେବ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ତେବେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ନେଇ ସମ୍ଭାବନା ତ ନିଶ୍ଚୟ ରହିଛି। କଂଗ୍ରେସରୁ ଜାନକୀଙ୍କ ପୁତ୍ର ପାର୍ଥୀ ହେଲେ ଏହାର ଫାଇଦା ଦଳକୁ ନିଶ୍ଚୟ ମିଳିବ ବୋଲି କୁହାଯାଇପାରେ ।
କରନ୍ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍’ର ଟିଜର୍ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରଣୁ ଧାଓ୍ବନ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରୟ କପୁର୍, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଟିଜର୍ରେ ସବୁ କଳାକାରଙ୍କ ପରିଚୟ ରହିଥିବାବେଳେ ଡ୍ୟାନ୍ସି କୁଇନ୍ ମାଧୁରୀ ଦୀକ୍ଷିତଙ୍କ ଏକ ନୃତ୍ୟ ରହିଛି, ଯାହାକୁ ସରୋଜ ଖାନ୍ କୋରିଓଗ୍ରାଫ କରିଛନ୍ତି। ଏହି ଟିଜର୍ରେ ବରୁଣଙ୍କ ଗମ୍ଭୀର ଲୁକ୍ ନଜର ଆସିଛି, ଯେଉଁଥିରେ ସେ ରକ୍ତରେ ଗାଧୋଉଥିବାର ଦେଖାଯାଉଛି। ସେହିପରି ଆଦିତ୍ୟ ରୟ କପୁର୍ ବର ବେଶରେ ରହିଥିବାବେଳେ ଆଲିଆ ଭଟ୍ଟ ଦୁଲହନ୍ ବେଶରେ ବେଶ୍ ଆକର୍ଷଣୀୟ ଲାଗୁଛନ୍ତି। ଏହି ଫିଲ୍ମରେ ମାଧୁରୀ ବହାରା ବେଗମ୍ ଚରିତ୍ର ନିଭାଉଥିବାବେଳେ ସଞ୍ଜୟ ଦତ୍ତ ବଲରାଜ ଚୌଧୁରୀ ଭୂମିକା ନଜର ଆସୁଛନ୍ତି। ସୋନାକ୍ଷୀ ଏହି ଫିଲ୍ମରେ ସତ୍ୟା ଚରିତ୍ର ନିଭାଉଥିବାବେଳେ ଆଦିତ୍ୟ ଦେବ ଚୌଧୁରୀ ଚରିତ୍ରରେ ନଜର ଆସୁଛନ୍ତି। କରନ୍ଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିବା ଏହି ଫିଲ୍ମଟି ଅପ୍ରେଲ୍ ୧୭ରେ ପରଦା ଉପରକୁ ଆସିବ।
ନିର୍ବାଚନ ତାରିଖ ଘୋଷଣା ସରିବା ପରେ ପ୍ରାର୍ଥୀ ଚୟନକୁ ନେଇ ରାଜେନୖତିକ ଦଳଗୁଡ଼ିକ ବେଶ୍ ସରଗରମ ରହିଛନ୍ତି। ରାଜନୈତିକ ଦଳ ଗୁଡିକର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଜୁ ଜନତା ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ଚୟନରେ ବିଜୟ ସମ୍ଭାବନାକୁ ଗୁରୁତ୍ବ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ। ନିର୍ବାଚନ ତାରିଖ ଘୋଷଣା ସରିଥିବାରୁ ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ନବୀନ। ଏହାସହିତ ଚଳିତ ଥର ବିଜେଡ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ୪ ପାଳିର ଶାସନ ପରେ ପୁଣି କ୍ଷମତା ହାତେଇବାକୁ ଉଦ୍ୟମ ଜାରି ରଖିଛି ବିଜେଡ଼ି ।
ମହେଶ ଭଟ୍ଟଙ୍କ କନ୍ୟା ଆଲିଆ ନିଜର ଦମଦାର୍ ଅଭିନୟ ଜରିଆରେ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ରୁ କ୍ୟାରିଅର୍ ଆରମ୍ଭ କରିଥିବା ଆଲିଆ ଭଟ୍ଟଙ୍କ ଅଭିନୟ ବେଶ ପରିପକ୍ଵ । ନିକଟରେ ମିଳିଥିବା ସୂଚନା ଅନୁସାରେ ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ତାଙ୍କର ଆଗାମୀ ଫିଲ୍ମରେ ବଲିଉଡ୍ ସୁଲତାନ ସଲମାନ୍ ଖାନ୍ଙ୍କ ସହ କରିବେ । ଏହି ଫିଲ୍ମରେ କିଙ୍ଗ୍ ଖାନ୍ ଶାହରୁଖ୍ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ପାଇଁ ମହେଶ ତନୟା ଆଲିଆଙ୍କୁ ଆପ୍ରୋଚ କରାଯାଇଥିବାର ସୂଚନା ରହିଛି । ତେବେ ଦୁଇ ଖାନ୍ଙ୍କ ସହ ଆଲିଆ ଅଭିନୟ କରିବେ କି ନାହିଁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । ଆଲିଆ ‘ଟୁ ଷ୍ଟେଟସ୍’, ‘ହମ୍ପଟି ଶର୍ମା କି ଦୁଲ୍ହନିଆଁ, ‘ବଦ୍ରିନାଥ କି ଦୁଲ୍ହନିଆଁ’, ‘କପୁର୍ ଆଣ୍ଡ ସନସ୍’, ‘ଡିୟର ଜିନ୍ଦଗୀ’, ‘ରାଜି’ ଓ ‘ଗଲି ବୟ’ ପରି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିବାବେଳେ ନିକଟରେ ରଣବୀର୍ କପୁର୍ଙ୍କ ସହ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରଣବୀରଙ୍କ ସହ ତାଙ୍କର ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପରଦାକୁ ଆସିବାର ରହିଛି । କରନ୍ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍’ରେ ମଧ୍ୟ ଆଲିଆ ଲିଡ୍ ଆକ୍ଟ୍ରେସ୍ ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍ ଜାରି କରାଯାଇଛି । ଆଲିଆ ପୂର୍ବରୁ ଶାହରୁଖଙ୍କ ସହ ‘ଡିୟର୍ ଜିନ୍ଦଗୀ’ରେ ଅଭିନୟ କରିଥିବାବେଳେ ସଲମାନ୍ଙ୍କ ସହ କୌଣସି ଫିଲ୍ମରେ ନଜର ଆସିନାହାନ୍ତି ଆଲିଆ ।
ସାଗରିକା
ନିର୍ବାଚନୀ ବିଗୁଲ ବାଜିବା ପରେ ଏବେ ସମସ୍ତ ଦଳମାନଙ୍କର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ। ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ। ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ତାରିଖକୁ ସ୍ବାଗତ କରିବା ସହିତ ବହୁତ ଶୀଘ୍ର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି। ବିଜେଡ଼ିର ବହୁ ପୁରୁଣା ସଦସ୍ୟ ହାତ ଛାଡ଼ିଥିବାବେଳେ ବହୁ ନୂଆ ତଥା ପୁରୁଣା ସହଯୋଗୀ ବିଜେଡ଼ିରେ ଯୋଗଦେଇଛନ୍ତି। ନିକଟରେ କଂଗ୍ରେସର ନବ ଦାଶ ଓ ଯୋଗେଶ ସିଂ, ସୁନିତା ବିଶ୍ବାଳ ପ୍ରମୁଖ ବିଜେଡ଼ିରେ ଯୋଗଦାନ କରିଥିବାବେଳେ ବିଜେଡ଼ିର ବୈଜୟନ୍ତ ପଣ୍ଡା, ଦାମ ରାଉତ ପ୍ରମୁଖ ବିଜେଡ଼ି ଛାଡ଼ି ବିଜେଡ଼ିକୁ କଡା ଟକ୍କର ଦେବାକୁ ଯୋଜନା କରୁଛନ୍ତି।
ଗତ ୧୮ ବର୍ଷ ଧରି ଓଡ଼ିଶାରେ ବିଜେଡ଼ି ସରକାରର ରାଜ୍ ଚାଲିଥିବାବେଳେ ଆଜି ମଧ୍ୟ ନିର୍ବାଚନ ଦୌଡ଼ରେ ବିଜେଡ଼ି ଏକନମ୍ବର ରହୁଛି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। କିନ୍ତୁ ବିଜେଡ଼ିର କଡ଼ା ମୁକାବିଲା କରିବା ପାଇଁ କଂଗ୍ରେସ ଓ ବିଜେପି ଉଭୟ ନିଜର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ଲୋକହିତକର ଯୋଜନା ପ୍ରଣୟନ କରି ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପ୍ରିୟ ହୋଇପାରିଛନ୍ତି। ନିକଟରେ ନବୀନ ପଟ୍ଟନାୟକ ଲୋକସଭାକୁ ୩୩ % ମହିଳା ପ୍ରାର୍ଥୀଙ୍କୁ ପଠାଇବା ପାଇଁ ଘୋଷଣା କରିଛନ୍ତି। ଏତେ ବର୍ଷ ଧରି ଓଡ଼ିଶାରେ ବିଜେଡ଼ି ଶାସନ ଚାଲିଥିବାବେଳେ ଲୋକେ ନୂଆ ମୁହଁ ଦେଖିବାକୁ ଚାହୁଁଛନ୍ତି ବୋଲି ବିଜେପି ଦାବି କରୁଛି। ସେହିପରି କଂଗ୍ରେସ ଉଭୟ ବିଜେପି ଓ ବିଜେଡ଼ିକୁ ଘେରିବା ସହିତ କଂଗ୍ରେସ ତା’ର ସ୍ଥିତିକୁ ବଜାୟ ରଖିବା ପାଇଁ ଜବରଦସ୍ତ ଉଦ୍ୟମ ଆରମ୍ଭ କରୁଛି। ଏବେ ବିଜେଡ଼ିର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କର ନଜର ରହିଛି। ବିଶେଷ କରି କେନ୍ଦ୍ରାପଡ଼ା ଲୋକସଭା ଓ ପାରାଦ୍ବୀପ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ସାଧାରଣରେ ବେଶ୍ ଉତ୍ସୁକତା ରହିଛି। ପୂର୍ବତନ ସାଂସଦ ବୈଜୟନ୍ତ ଓ ପୂର୍ବତନ ମନ୍ତ୍ରୀଙ୍କ ଦାମ ଗଡ଼ ଥିବା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ପ୍ରାର୍ଥୀ ଚୟନର ରଣନୀତି କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଚାଲିଛି। ନବୀନ ପଟ୍ଟନାୟକ ନିର୍ବାଚନକୁ ସ୍ବାଗତ କରିବା ସହିତ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି।
ଏୟାର୍ ଷ୍ଟ୍ରାଇକ୍ କୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଟିଏମସି ପ୍ରମୁଖ ତଥା ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଆଗାମୀ ମାସରେ ସରକାରଙ୍କ ଦ୍ବାରା ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇପାରେ ବୋଲି ମମତା କହିଛନ୍ତି। ତେବେ ଏହା କେଉଁ ପ୍ରକାର ଆକ୍ରମଣ ହେବ କହିପାରିନଥିବାବେଳେ କିନ୍ତୁ ଅପ୍ରେଲରେ ତଥାକଥିତ… ତଥାକଥିତ … ତଥାକଥିତ ନାମରେ ହେବ ବୋଲି କହିଛନ୍ତି। ଏଥିପାଇଁ ନିର୍ବାଚନ ପ୍ରକ୍ରିୟାକୁ ଏତେ ସମୟ ପର୍ଯ୍ୟନ୍ତ ନିଆଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍ ୧୧ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ୧୯ ମଇ ପର୍ଯ୍ୟନ୍ତ ଜାରୀ ରହିବ। ବିଜେପି ପାଇଁ ପଶ୍ଚିମବଙ୍ଗରେ ବାତାବରଣ ବହୁତ ଖରାପ ହେଉଛି ବୋଲି କହିବା ସହିତ ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥା ପ୍ରତି ତାଙ୍କର ବହୁତ ସମ୍ମାନ ରହିଛି ବୋଲି ମମତା କହିଛନ୍ତି ।
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ
ଏପ୍ରିଲ୍ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ। ମେ ମାସ ୧୯ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ। ତେବେ ଏହି ନିର୍ବାଚନକୁ ସ୍ବଚ୍ଛ ତଥା ଅପରାଧୀ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ଜାରି କରାଯାଇଥିବା ନୂଆ ନିୟମକୁ ରାଜନୈତିକ ଦଳକୁ ଅବଗତ କରାଯିବା ସହିତ ନିର୍ବାଚନରେ କଣ କରିବେ ଏବଂ କଣ ନକରିବେ ଏନେଇ ମଧ୍ୟ ବୁଝାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଚଳିତ ନିର୍ବାଚନ ପାଇଁ ଅନେକ ନୂଆ ନିୟମ ଆସିଛି। ପ୍ରାର୍ଥୀଙ୍କୁ ୫ ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡିବ। ସେହିପରି ପାନ୍ ନମ୍ବର ଦେବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏଥର ପ୍ରାର୍ଥୀ ସର୍ବସାଧାରଣରେ ନିଜ ଅପରାଧିକ ମାମଲାର ତଥ୍ୟ ଜଣାଇବାକୁ ବାଧ୍ୟ କରାଯାଇଛି। ଏହି ସମ୍ପର୍କିତ ତଥ୍ୟ ଟିଭି ଓ ଖବରକାଗଜରେ ୩ ଥର ବିଜ୍ଞାପନ ଦେବାକୁ ପଡିବ ବୋଲି ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ୱାର୍ଲ୍ଡ ୱାଇଡ ୱେବର ୩୦ ବର୍ଷ ପୁର୍ତି ଅବସରରେ ଗୁଗୁଲର ଡୁଡୁଲ ପ୍ରସ୍ତୁତ କରିଛି ବିଶେଷ ଡୁଡୁଲୁ । ଏହି ଡୁଡୁଲୁରେ ୱେବର ବିଶ୍ଵସ୍ତରର ସୂଚନା ପାଇଁ ଟେକନିକକୁ ପ୍ରତୀକାତ୍ମକ ରୂପେ ଦେଖାଯାଇଛି। ୱାର୍ଲ୍ଡ ୱାଇଡ ୱେବକୁ ସାଧାରଣରେ ୱେବ କୁହାଯାଏ। ଏହି ୱେବ ବ୍ରାଉଜର ସହାୟତାରେ ଆମେ ୱେବ ପେଜ କୁ ଦେଖି ପାରିବ ସହିତ ଟେକ୍ସଟ, ଫୋଟୋ, ଭିଡିଓ ତଥା ଅନ୍ୟ ମଲ୍ଟିମିଡିଆକୁ ମଧ୍ୟ ଦେଖିପାରୁଛୁ। ଏହା ହାଇପରଲିଙ୍କ ସହାୟତାରେ ଏହି ସବୁ ପେଜ ସଂଯୁକ୍ତ ହୋଇଥାଏ। ୧୯୮୯ ମସିହା ମାର୍ଚ ୧୨ରେ ଟିମ ଵରନର୍ଷ ଲୀ ଏହି ଓ୍ବେବକୁ ଆବିଷ୍କାର କରିଥିଲେ। ଏଚଟିଏମଏଲ ଲାଙ୍ଗୁଏଜ, ଇଉଆରଏଲ ଏଡ୍ରେସ ଓ ହାଇପାରଟେକ୍ସଟ ଟ୍ରାନ୍ସଫର ପ୍ରୋଟୋକଲ ଦ୍ଵାରା ୱେବ କାମ କରିଥାଏ। ଦୁନିଆର ପ୍ରଥମ ଓ୍ବେବ ସାଇଟ୍ http://info.cern.ch/ hypertext/ WWW/ TheProject.html ୧୯୯୧ ଅଗଷ୍ଟ ୬ରେ ପବ୍ଲିଶ୍ ହୋଇଥିଲା। ଗୁଗଲ କେବଳ ୱେବର ୩୦ତମ ଜନ୍ମଉତ୍ସବ ପାଳନ କରୁନି। ଟ୍ଵିଟ୍ଟର ମଧ୍ୟ ୱେବର ୩୦ ତମ ଜନ୍ମ ଦିବସ ଅବସରରେ ଫନି ଟ୍ଵିଟ୍ଟ ଦ୍ବାରା ସେଲିବ୍ରେସନ୍ କରୁଥିବାର ଦେଖିବାକୁ ମିଳିଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ କଂଗ୍ରେସ ନିର୍ବାଚନ ବିଗୁଲ୍ ବଜାଇବ। ଗୁଜରାଟ ଅହମ୍ମଦାବାଦରେ ନିର୍ବାଚନୀ ସଭାରେ ରାହୁଲ ଯୋଗଦେବେ। ଏଠାରେ ୫୮ ବର୍ଷ ପରେ କଂଗ୍ରେସ ସମିତି ବୈଠକ ଅନୁଷ୍ଠିତ ହେଉଛି। ୧୯୬୧ରେ ଶେଷ ଥର ପାଇଁ ଏଠାରେ କଂଗ୍ରେସ ବୈଠକ ହୋଇଥିଲା। ଏହି ବୈଠକରେ କଂଗ୍ରେସର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଯୋଗଦେବେ । ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ବୈଠକ, ଯେଉଁଠାରେ ପ୍ରଥମଥର ପାଇଁ ପ୍ରିୟଙ୍କା ଆଜି ଏହି ବୈଠକକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ କଂଗ୍ରେସ ତା’ର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ । ଗୁଜରାଟରେ ମୋଟ ୨୬ ଲୋକସଭା ଆସନ ରହିଛି। ବିମୁଦ୍ରାକରଣ , ଜିଏସ୍ଟି, କୃଷକ ସମସ୍ୟା ଏବଂ ବେକାରୀ ସମସ୍ୟା ପ୍ରମୁଖକୁ ପ୍ରସଙ୍ଗ କରାଯିବା ନେଇ ଏହି ବୈଠକରେ ମୁଖ୍ୟ ଏଜେଣ୍ଡା ରହିଛି । ଏହି ବୈଠକରେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେ ରାହୁଲ୍ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସର ସାମିଲ୍ ହେବେ ବୋଲି କିଛିଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ସେ ଜାମନଗର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ରହିଛି ।
ବାଲେଶ୍ଵରରୁ ସଫଳ ପରୀକ୍ଷଣ ହେଲା ପିନାକ
ଓଡ଼ିଶାର ବାଲେଶ୍ଵରରେ ସମନ୍ଵିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଆଜି ଆଧୁନିକ ଗାଇଡେଡ୍ ଦୂରଗାମୀ ରକେଟ୍ ପିନାକର ଦୁଇଟି ସଫଳ ପରୀକ୍ଷଣ କରାଯାଇଛି। ଏହା ସେନା ପାଇଁ ବହୁତ ବଡ଼ ସଫଳତା କୁହାଯାଉଛି। ଏଥର ପିନାକ ରକେଟର ଲକ୍ଷ୍ୟଭେଦ କ୍ଷମତା ୯୦ କିମି ବୃଦ୍ଧି ପାଇଛି। ପରୀକ୍ଷଣ ସମୟରେ ଉଭୟ ଗାଇଡେଡ୍ ପିନାକ ରକେଟ୍ ନିଜର ନିଶାଣକୁ ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା। ସୂଚନା ଅନୁସାରେ ରକେଟ୍ ୯୦ କିମି ଦୂର ସ୍ଥିତ ନିଜର ନିଶାଣକୁ ଏକାଥରକେ ଧ୍ଵସ୍ତ କରିଛି। ପିନାକ ଦେଶର ପ୍ରଥମ ସ୍ଵଦେଶୀ ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର। ଏହା ପୂର୍ବରୁ ମିନାକ-୨ ରକେଟର କ୍ଷମତା ୬୦ କିମି ଥିଲା। କିନ୍ତୁ ଏଥର ଏହାର କ୍ଷମତା ୯୦ କିମିକୁ ବୃଦ୍ଧି ପାଇଛି। କୁହାଯାଉଛି ଯେ, ପିନାକର ଏହି ଆଧୁନିକ ଭର୍ସନର ମାରକ କ୍ଷମତା ବୃଦ୍ଧି ପାଇଛି। ଏହା ସହିତ ଏହାକୁ ସଠିକ୍ ଢଙ୍ଗରେ ସଞ୍ଚାଳନ କରିବା ପାଇଁ ଉନ୍ନତ ଗାଇଡଲାଇନ ସିଷ୍ଟମ ମଧ୍ୟ ଲଗାଯିବ। ୯୦ କିମି ରେଞ୍ଜ ପର୍ଯ୍ୟନ୍ତ ରକେଟ୍ ନିକ୍ଷେପ କରି ପାରୁଥିବା ଏହି ଅସ୍ତ୍ର ୧୨ ରକେଟ୍ ନିକ୍ଷେପ କରିବାର କ୍ଷମତା ରହିଛି। ଏହା ଯୁଦ୍ଧ ସମୟରେ ତ୍ଵରିତ୍ ପ୍ରତିକ୍ରିୟା ଓ ତ୍ଵରିତ୍ ହମଲା କରିବାରେ ସକ୍ଷମ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସୋମବାର ଦିନ ଭିଡ଼ିଓ କନ୍ଫେରନ୍ସିଂ ଜରିଆରେ ସଡକ ପରିବହନ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଚାରୋଟି ପରିଯୋଜନାକୁ ସଂଯୁକ୍ତ ରୂପେ ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦି ଏହି ଅବସରରେ କହିଛନ୍ତି ଯେ, ଉଦ୍ଘାଟିତ ଏହି ସମସ୍ତ ପରିଯୋଜନା ଗୁଡ଼ିକ ସାଧାରଣ ମଣିଷ ପାଇଁ ବେଶ୍ ଲାଭଦାୟକ ହେବ। ବାଂଲାଦେଶ ଓ ଭାରତ ମଧ୍ୟରେ ସମ୍ପର୍କ ବହୁତ ଗଭୀର। ବାଂଲାଦେଶର ବିକାଶ ଭାରତ ପାଇଁ ଖୁସିର ବିଷୟ ଏହା ଦ୍ବାରା ଲୋକଙ୍କୁ ପ୍ରେରଣା ମଧ୍ୟ ମିଳିବ। ଏହି ପରିଯୋଜନା ହେଉଛି ଏହାର ପ୍ରତୀକ, ଯାହାଦ୍ବାରା ଭାରତ ଓ ବାଂଲାଦେଶ ସାଧାରଣ ଜନତାଙ୍କ ଜୀବନର ସ୍ତର ସୁଧାରିବା ପାଇଁ ଦୁଇ ରାଷ୍ଟ୍ର ମିଳିମିଶି କାମ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ସଡକ ପଥ ନିର୍ମାଣ ସହ ଜ୍ଞାନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ମିଳିମିଶି କାମ କରିବା ଏକ ନୂଆ ଦିଗ। ଜଳ ଉପଚାର ପ୍ଲାଣ୍ଟ ଦ୍ବାରା ହଜାର ସଂଖ୍ୟକ ଘରକୁ ସ୍ବଚ୍ଛ ପିଇବା ଜଳ ମିଳିପାରିବ ଏବଂ କମ୍ୟୁନିଟି କ୍ଲିନିକ୍ସ ଦ୍ବାରା ୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିପାରିବ ।
କର୍ଲସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ ସିଜିନ୍ ୯ର ବିଜେତା ହୋଇଛନ୍ତି ପୁନୀତ୍ ପାଠକ । ସେ ଏହି ଶୋ’ର ବିଜେତା ହୋଇ ୨୦ ଲକ୍ଷଟଙ୍କା, କାର୍ ସହ ଟ୍ରଫି ଜିତିଛନ୍ତି । ଫାଇନାଲ୍ ରାଉଣ୍ଡରେ ଆଦିତ୍ୟ ନାରାୟଣଙ୍କ ସହ ତାଙ୍କର କଡା ଟକ୍କର ରହିଥିଲା । ଷ୍ଟଣ୍ଟକୁ ନେଇ ଏହି ରିଅଲିଟି ଶୋ’ର ଟପ୍ ୩ ପ୍ରତିଯୋଗୀ ଥିଲେ, ପୁନୀତ୍ ପାଠକ, ଆଦିତ୍ୟ ନାରାୟଣ ଓ ରିଦ୍ଧିମା ପଣ୍ଡିତ୍ । ଏହି ଶୋ’ର ହୋଷ୍ଟ ଥିଲେ ରୋହିତ ସେଟ୍ଟି । ଏହି ସିଜିନ୍ରେ କ୍ରିକେଟର ଶ୍ରୀଶାନ୍ତ, ବିଗ୍ବସ୍ ଫେମ୍ ବିକାଶ ଗୁପ୍ତା, ଭାରତୀ ସିଂ ଓ ତାଙ୍କ ପତି ହର୍ଷ, ଅଭିନେତା ଏଲେ ଗୋନି, ଅଭିନେତ୍ରୀ ସମିତା ସେଟ୍ଟି, ଗାୟକ ଅଭିନେତା ଆଦିତ୍ୟ ନାରାୟଣ, ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଫେମ୍ ତଥା ଡ୍ୟାନ୍ସ ପ୍ଲସ୍ର ଜଜ୍ ପୁନିତ୍ ଜେ. ପାଠକ, ଅଭିନେତ୍ରୀ ରିଦ୍ଧିମା ପଣ୍ଡିତ୍, ଅଭିନେତା ଜୈନ୍ ଇମାମ୍, ବନ୍ଦଗୀ କଲ୍ରା, ଅଭିକା ଗୋର୍, ଜସ୍ମିନ୍ ଭାସିନ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
୧୭ତମ ଲୋକସଭା ନିର୍ବାଚନ ସମେତ ଚାରିଟି ରାଜ୍ୟର ବିଧାନସଭା ନିମନ୍ତେ ଗତକାଲି ଅପରାହ୍ନରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହୋଇ ମେ’ ୨୩ରେ ଭୋଟ ଗଣତି ଶେଷ ହେବ। ତେବେ ଏହି ନିର୍ବାଚନ ତାରିଖକୁ ନେଇ ବିବାଦ ଦେଖାଯାଇଛି। ଏହି ନିର୍ବାଚନ ସମୟରେ ମୁସଲମାନମାନଙ୍କର ପବିତ୍ର ରମ୍ଜାନ୍ ପଡ଼ୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ମାମଲାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କ ପକ୍ଷରୁ କୁହଯାଇଛି ଯେ କେବଳ ମୁସଲମାନମାନଙ୍କର ରମଜାନ ନୁହେଁ ଅନ୍ୟ ସଂପ୍ରଦାୟମାନଙ୍କର ବହୁ ପର୍ବପର୍ବାଣୀ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ପଡ଼ୁଥିବା ସମସ୍ତ ପର୍ବପର୍ବାଣୀ ଦିନଗୁଡ଼ିକ ସମେତ ସବୁ ଶୁକ୍ରବାରକୁ ନିର୍ବାଚନରୁ ଦୂରେଇ ରଖିଛନ୍ତି। ତେଣୁ, ଏହା ନିର୍ବାଚନକୁ ପ୍ରଭାବିତ କରିବ ନାହିଁ। ତେବେ, ରମ୍ଜାନ୍ ପାଇଁ ନିର୍ବାଚନ ପ୍ରକ୍ରିୟାରୁ ପୂରା ଗୋଟିଏ ମାସକୁ ବାଦ୍ ଦିଆ ଯାଇପାରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ।
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ଓଡ଼ିଶାରେ କାହିକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଯେଉଁଠି ବିଜେପି ଦୁର୍ବଳ ଅଛି, ସେଠାରେ ଅଧିକ ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି । ପୂର୍ବରୁ ମାଓବାଦୀ ସମସ୍ୟା ପାଇଁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଥିଲା । ଅଧିକ ଆସନ ଥିବା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ନିର୍ବାଚନ କମିସନଙ୍କୁ ପ୍ରଭାବିତ କରି ଏପରି କରାଯାଇଛି। ରାଜ୍ୟର ନିର୍ବାଚନ ଅଧିକାରୀ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବିଜେପି ଦ୍ବାରା ସିଇଓ ପ୍ରଭାବିତ ହୋଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଆନ୍ଧ୍ର ଓ ଗୁଜୁରାଟରେ ଅଧିକ ଆସନ ଥାଇ ବି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ବିଜେପି ଦୁର୍ବଳ ଥିବା ରାଜ୍ୟରେ ଅଧିକ ପର୍ଯ୍ୟାୟର ନିର୍ବାଚନ ହେଉଛି ବୋଲି ଅମର ପଟ୍ଟନାୟକ କହିଛନ୍ତି ।
ରମଜାନ ମାସରେ ନିର୍ବାଚନ ତାରିଖ ପଡିବା କାରଣରୁ ଏବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି । କିଛି ମୁସଲମାନ ନେତାମାନେ ଏବଂ ମୁସଲମାନ ଧର୍ମଗୁରୁମାନେ ରମଜାନ ମାସରେ ଭୋଟିଙ୍ଗ କରିବା ଉପରେ ପ୍ରଶ୍ନ କରିଛନ୍ତି । ତେବେ ଏହି ମାମଲାରେ ରାଜନୀତି ନକରିବା ପାଇଁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ ଅଧ୍ୟକ୍ଷ ଅସଦୁଦୀନ ଓବୈସୀ କହିଛନ୍ତି । ସେ କହିଛନ୍ତି କି, ରମଜାନ ମାସରେ ନିର୍ବାଚନ ହେବା ବହୁତ ଭଲ କାରଣ ମୁସଲମାନ ଏହି ମାସରେ ଅଧିକ ଭୋଟ ଦେବେ ରମଜାନ କାରଣରୁ ଭୋଟିଙ୍ଗ ଉପରେ କୌଣସୀ ପ୍ରଭାବ ପଡିବ ନାହିଁ । ତେଣୁ ଏହାକୁ ନେଇ ରାଜନୀତି ନକରାଯାଉ । ଏହି ବିବାଦ ଏକ ଅର୍ଥହୀନ ବୋଲି କହିଛନ୍ତି । ଏହାକୁ ନେଇ ଅଯଥାରେ ବିବାଦ ସୃଷ୍ଟି ନ କରିବାକୁ ଓବୈସୀ କହିଛନ୍ତି । ଏହି ସମୟରେ ରୋଜା ରଖି ମୁସଲମାନମାନେ କ’ଣ କିଛି କାମ କରୁନାହାନ୍ତି ବୋଲି ଓବୈସୀ କହିଛନ୍ତି । ରାମଜାନ୍ ମେ ୬ରୁ ଆରମ୍ଭ ହେବାକୁ ଥିବାବେଳେ ମେ ୬, ମେ ୧୨, ଓ ମେ ୧୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି ।
ଲୋକସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ନ ହେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନ୍ୟାସନାଲ୍ କନ୍ଫେରନ୍ସ ନେତା ଫାରୁକ୍ ଅବଦୁଲ୍ଲା । ଫାରୁକ୍ କେନ୍ଦ୍ର ସରକାରଙ୍କୁ ସିଧା ଟାର୍ଗେଟ୍ କରି କହିଛନ୍ତି ଯେ, ଏହା ହେଉଛି ମୋଦି ସରକାରଙ୍କ ବିଫଳତା, ଯେଉଁଥିପାଇଁ କାଶ୍ମୀରର ଅବସ୍ଥା ଏହିପରି ରହିଛି । ଯେତେବେଳେ ସବୁ ଦଳ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେଉ ବୋଲି ଚାହୁଁଛନ୍ତି ସେତେବେଳେ ଏହା କ’ଣ ପାଇଁ କରାଯାଉନାହିଁ । ଯଦି ଲୋକସଭା ନିର୍ବାଚନ ପାଇଁ କାଶ୍ମୀର ସ୍ଥିତି ଅନୁକୂଳ ରହିଛି, ତେବେ ବିଧାନସଭା ପାଇଁ କାହିଁକି ନୁହେଁ, ବୋଲି ଫାରୁକ୍ ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ସହିତ ହୋଇପାରିଲା, ଏଠାରେ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବଳ ଅଛନ୍ତି, ତେବେ ବିଧାନସଭା ନିର୍ବାଚନ ନ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଫାରୁକ୍। ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରର ସମ୍ବେଦନଶୀଳ ସ୍ଥିତି ତଥା ବର୍ତ୍ତମାନ ଦେଖି ନିର୍ବାଚନ କମିଶନ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିଲେ । ସେହିପରି ଭାରତ ପକ୍ଷରୁ କରାଯାଇ ବାଲାକୋଟ୍ ଏୟାର୍ଷ୍ଟ୍ରାଇକ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଫାରୁକ୍ । ନିର୍ବାଚନ ପାଇଁ ଏହି ଏୟାର୍ ଷ୍ଟ୍ରାଇକ୍ କରାଯାଇଥିଲା ବୋଲି ଫାରୁକ୍ କହିଛନ୍ତି । ଆମର ଗୋଟିଏ ଏୟାର କ୍ରାପ୍ଟ ନଷ୍ଟ ହେଲା କିନ୍ତୁ ଆମେ ଆମ ଉଇଙ୍ଗ୍ କମାଣ୍ଡରଙ୍କୁ ସୁରକ୍ଷିତ ଅବସ୍ଥାରେ ସ୍ବଦେଶରେ ଫେରିପାଇଲୁ ବୋଲି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବିଜେଡ଼ିର ହକ୍, ବିଜେପିର ସଂକଳ୍ପ ରାଜନୀତି
ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୀତି ପୂରା ଜୋର ଧରିଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ମୋହର ବସାଇବାକୁ କଂଗ୍ରେସର ତୁଙ୍ଗନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ଶାସକ ବିଜେଡ଼ି କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ଆରମ୍ଭ କରିଛି ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ। ଓଡିଶା ପ୍ରତି କେନ୍ଦ୍ର ସରକାରର ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା , ନିଯୁକ୍ତି, ମହାନଦୀ, ଜାତୀୟ ରାଜପଥ, ଟେଲିକମ, ରେଳବାଇ, ବ୍ୟାଙ୍କସେବା, କୋଇଲା, ସର୍ବନିମ୍ନ ସହାୟକ ମୂଲ୍ୟ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତି, ଉଜ୍ଜଳା ଆଜି ୧୧ଟି ପ୍ରସଙ୍ଗ ନେଇ ଲଢ଼େଇ କରିବାକୁ ନିଷ୍ପତି ନେଇଛି ବିଜେଡି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ପ୍ରତି ଜିଲ୍ଲାର ଗ୍ରାମପଂଚାୟତଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସେହିପରି ରାଜ୍ୟରେ ବିଜେପି ନବୀନ ସରକାରଙ୍କୁ ବଦଳାଇବାର ଆହ୍ବାନ ନେଇ ଆରମ୍ଭ କରିଛି ‘ବିଜୟ ସଂକଳ୍ପ’ ଅଭିଯାନ । ପୂର୍ବରୁ ‘ମୋ ଘର ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ବିଜେପି ଏହି ବିଜୟ ସଂକଳ୍ପ ଅଭିଯାନ ଜରିଆରେ ଜନସାଧାରଣଙ୍କ ନିକଟତର ହେବାକୁ ପ୍ରୟାସ କରୁଛି ।
ନିର୍ବାଚନୀ ବିଗୁଲ ବାଜିବା ପରେ ବିଜେଡ଼ିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ତାରିଖକୁ ସ୍ବାଗତ କରିବା ସହିତ ବହୁତ ଶୀଘ୍ର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ଟିକେଟ୍ ପାଇଁ ଆଶାୟୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଆଜି ନୀବନଙ୍କୁ ଭେଟିଛନ୍ତି ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ, ପ୍ରଭାସ ସିଂ, ରୀତା ତରାଇ, ଅର୍କକେଶରୀ ଦେଓ ଓ ଶ୍ରୀମୟୀ ମିଶ୍ର ପ୍ରମୁଖ । ତେବେ ବିଜେଡ଼ିର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କର ନଜର ରହିଛି । ବିଜେଡ଼ିର ବହୁ ପୁରୁଣା ସଦସ୍ୟ ହାତ ଛାଡ଼ିଥିବାବେଳେ ବହୁ ନୂଆ ତଥା ପୁରୁଣା ସହଯୋଗୀ ବିଜେଡ଼ିରେ ଯୋଗଦେଇଛନ୍ତି । ନିକଟରେ କଂଗ୍ରେସର ନବ ଦାଶ ଓ ଯୋଗେଶ ସିଂ, ସୁନିତା ବିଶ୍ବାଳ ପ୍ରମୁଖ ବିଜେଡ଼ିରେ ଯୋଗଦାନ କରିଥିବାବେଳେ ବିଜେଡ଼ିର ବୈଜୟନ୍ତ ପଣ୍ଡା, ଦାମ ରାଉତ ପ୍ରମୁଖ ବିଜେଡ଼ି ଛାଡ଼ି ବିଜେଡ଼ିକୁ କଡା ଟକ୍କର ଦେବାକୁ ଯୋଜନା କରୁଛନ୍ତି ।
ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଅଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ସମୁଦାୟ ୧୧୨ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୫୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟାର (ମରଣୋତ୍ତର), ଅଭିନେତା-ନିର୍ଦ୍ଦେଶକ ପ୍ରଭୁଦେବା, ଗାୟକ ଶଙ୍କର ମହାଦେବନ୍, ଅଭିନତୋ ମୋହନଲାଲ୍, ଗ୍ରାଣ୍ଡ ମାଷ୍ଟର ହରିକା ଦ୍ରୋଣାବଲୀ, ଶରଥ ଅଚନ୍ତ, କରିଆ ମୁଣ୍ଡ, ହୁକୁମଦେବ ନାରାୟଣ ଯାଦବ, ସୁଖଓ୍ବିନ୍ଦର ସିଂହ ଢିଙ୍କର ପ୍ରମୁଖଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ପଦ୍ମ ପୁରସ୍କାର ସାହସ, କଳା, ରାଜନୀତି, ସାହିତ୍ୟ, ବିଜ୍ଞାନ, ଚିକିତ୍ସା, ସାମାଜିକ କାର୍ଯ୍ୟକର୍ତ୍ତା, ଡିଜିଟାଲ୍ ଅଗ୍ରଦୂତ ତଥା ପରୋପକାରୀ ଲୋକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।
ବିଧାୟକ ଜିତୁ ମିତ୍ରଙ୍କ ଘରବାହୁଡ଼ା
ବିଜେଡିରେ ମିଶିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ ମିତ୍ର)। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ। ସେ ଦୁଇ ଥର ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଛନ୍ତି। ୨୦୦୦ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ୨୦୦୪ରେ ସେ ବିଜେଡିରୁ ଲଢ଼ି ବିଧାନସଭାକୁ ଯାଇଥିଲେ। ୨୦୧୪ ନିର୍ବାଚନ ବେଳେ ଜିତୁ ମିତ୍ର ବିଜେଡି ଛାଡ଼ି ବିଜେପି ଟିକେଟ୍ରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ। ଏହି ଆସନରେ ରାଜେନ୍ଦ୍ର କୁମାର ସାହୁ ବିଜେଡି ଟିକେଟ୍ରେ ଲଢ଼ି ଜିତିଥିଲେ।