Categories
ଆଜିର ଖବର

ସବର୍ଣ୍ଣ ଆର୍ଥିକ ପଛୁଆ ବର୍ଗଙ୍କ ୧୦ ପ୍ରତିଶତ ଆରକ୍ଷଣ ଉପରେ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ

ଆର୍ଥିକ ରୂପରେ ସବର୍ଣ୍ଣ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣ ଉପରେ ଦିଲ୍ଲୀ ସରକାର ବିଚାର କରିଛନ୍ତି। ଏବେ ଦିଲ୍ଲୀରେ ଏହି ଆରକ୍ଷଣର ଲାଭ ମିଳିବ। ଦିଲ୍ଲୀର ଉପ ସଚିବ ଏକ ସର୍କୁଲାର ଜାରୀ କରିଛନ୍ତି। ଫଳରେ ଦିଲ୍ଲୀରେ ଏବେ ନାଗରିକ ପଦ ଏବଂ ଚାକିରୀରେ ସିଧାସଲଖ ଭାବରେ ଭର୍ତ୍ତି ପାଇଁ ଇଡବ୍ଲ୍ୟୁଏସ୍ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ଆରକ୍ଷଣ ମିଳିବ। ଚଳିତ ବର୍ଷ ଏବଂ ଏହା ପରଠାରୁ ସମସ୍ତ ସରକାରୀ କ୍ଷେତ୍ରରେ ନିଯୁକ୍ତି ଭର୍ତ୍ତିରେ ଏହି ଯୋଜନା ଲାଗୁ ହେବ। ଏହା ଦ୍ୱାରା ଗରିବ ସବର୍ଣ୍ଣମାନେ ସିଧା ସଳଖ ଭାବରେ ଉପକୃତ ହେବେ। ସରକାରୀ ଚାକିରି ଓ ଶୈକ୍ଷଣୀୟ ସଂସ୍ଥାନରେ ଆର୍ଥିକ ପଛୁଆ ସବର୍ଣ୍ଣଙ୍କ କ୍ଷେତ୍ରରେ ୧୦ ପ୍ରତିଶତର ଆରକ୍ଷଣ ପାଇଁ କେନ୍ଦ୍ରୀ ମନ୍ତ୍ରିମଣ୍ଡଳ ଜାନୁଆରୀ ୭ ତାରିଖରେ ମୋହର ଲଗାଇଥିଲେ। ଏହା ପରେ ଏହି ବ୍ୟବସ୍ଥାକୁ ଜାନୁଆରୀ ୮ ତାରିଖରେ ଲୋକସଭାରେ ସମ୍ବିଧାନର ୧୨ ସଂଶୋଧନ ବିଧେୟକ ୨୦୧୯ ପେସ୍‌ କରାଯାଇଥିଲା। ପରେ ଏହି ବିଧେୟକଟି ଲୋକସଭାରେ ପାରିତ ହୋଇଥିଲା। ଦୁଇ ସଂସଦର ମଂଜୁରୀ ପରେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ମଞ୍ଜୁରୀପ୍ରଦାନ କରିଥିଲେ।