Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏସଆରସି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ବର: ଆଜି ସଂଧ୍ୟାରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ପ୍ରକାଶ କରିଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ସେ ଏହି ଦୁର୍ଘଟଣାରେ ଆହତମାନଙ୍କର ଶିଘ୍ର ଆରୋଗ୍ୟ କାମନ ମଧ୍ୟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Exact Death of Train Accident: ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫; ମୁଖ୍ୟ ସଚିବ

ଭୁବନେଶ୍ବର: ବାଲେଶ୍ବର ବାହନଗାର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପ୍ରକୃତ ସଂଖ୍ୟା ବର୍ତ୍ତମାନ ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଆଜି ସାମ୍ବାଦିକଙ୍କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ,ଏହି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫। ପୂର୍ବରୁ ଯାହା କୁହାଯାଉଥିଲା ତାହା ଠିକ ନୁହେଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ କେତେକ ଶବକୁ ଦୁଇଥର ଲେଖାଏଁ ଗଣତି ହୋଇଥିଲା। ପ୍ରଥମେ ଦୁର୍ଘଟଣାସ୍ଥଳରେ ପରେ ଡାକ୍ତରଖାନାରେ ଗଣତି କରାଯାଇଥିଲା। ଯାହାକୁ ନେଇ ରେଳ ବିଭାଗ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଥିଲେ। ସେହି ସଂଖ୍ୟାକୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ କୁହାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତଦାରଖ କରିବା ପରେ ଏହି ସଂଖ୍ୟା ଠିକ ନୁହେଁ ବୋଲି ଜଣାପଡିଥିଲା। ପ୍ରକୃତ ସଂଖ୍ୟା ୨୭୫ ବୋଲି ଜିଲ୍ଲାପାଳ ଲିଖିତ ଭାବେ ଅବଗତ କରାଇଛନ୍ତି ବୋଲି ପ୍ରଦୀପ ଜେନା କହିଛନ୍ତି।

ବର୍ତ୍ତମାନ ୮୮ ଟି ଶବ ଚିହ୍ନଟ ହୋଇ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ଆଉ ୧୮୭ଟି ଶବକୁ ଭୁବନେଶ୍ବର ଅଣାଯାଇଛି। ଗୋଟିଏ ଗୋଟିଏ ଆମ୍ବୁଲାନସରେ ଦୁଇଟି ଲେଖାଏଁ ଶବକୁ ରଖି ଗତକାଲି ରାତିରୁ ଏହି ସ୍ଥାନାନ୍ତରିତ ପକ୍ରିୟା କରାଯାଇଛି। ଭୁବନେଶ୍ବରର ଏମସ, ସମ୍, କିମ୍ସ ହସପିଟାଲରେ ଶବ ସଂରକ୍ଷିତ କରି ରଖାଯାଇଛି। ଯେଉଁମାନେ ଚିହ୍ନଟ କରିବା ପାଇଁ ଆସିବେ ସେମାନଙ୍କୁ ସବୁ ପ୍ରକାରର ସହାୟତା ସରକାରଙ୍କ ତରଫରୁ ପ୍ରଦାନ କରାଯିବ।

ତେବେ ଶବ ଚିହ୍ନଟ ଏକ ଚିନ୍ତାଜନକ ବିଷୟ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବର୍ତ୍ତମାନ ଶବଗୁଡିକ ବାହାରେ କେହି ସଂପର୍କୀୟ ଚିହ୍ନଟ କରିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି।  ଏହି ଶବଗୁଡିକର ଅବସ୍ଥା ଭଲ ନ ଥିବାରୁ ତାହା ସାଧାରଣରେ ପ୍ରକାଶ କରାଯାଇପାରୁ ନାହିଁ।ସେଥିପାଇଁ ଦୁଇଟି ୱେବସାଇଟରେ ମୃତ ଲୋକଙ୍କ ଫଟୋ ଛଡାଯାଇଛି। ସେହି ୱେବ ସାଇଟି ହେଲା osdma.org , srcodisha.nic.in , bmc.gov.in

ଯେଉଁମାନେ ଶବ ଚିହ୍ନଟ ପାଇଁ ଆସିବେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବିମାନ ବନ୍ଦର, ରେଲ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ହେଲପ ଡେସ୍କ ଖୋଲାଯାଇଛି। ସେମାନେ ସଂପର୍କୀୟଙ୍କୁ ସେଠାରୁ ଗାଡିରେ ଆଣି ଶବ ଚିହ୍ନଟ ସ୍ଥାନକୁ ନେବେ। ଚିହ୍ନଟ ହେବା ପରେ ତାହାକୁ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ବ୍ୟବସ୍ଥା କରାଯିବ।