Categories
ଆଜିର ଖବର ଜାତୀୟ ଖବର

କରୋନାକୁ ନେଇ ରେଳ ବିଭାଗର ବଡ ନିଷ୍ପତି, ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଟ୍ରେନ, ରାସ୍ତାରେ ଥିବା ଟ୍ରେନ ଚାଲିବ

ଭୁବନେଶ୍ବର, ଆଜି ରେଳବିଭାଗ ତରଫରୁ ଏକ ବଡ ନିଷ୍ପତି ନିଆଯାଇଛି। ନିଷ୍ପତି ଅନୁସାରେ ଆସନ୍ତା 31 ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ତେବେ ରାସ୍ତାରେ ଥିବା ଟ୍ରେନଗୁଡିକ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚିବା ପରେ ତାହା ବନ୍ଦ ହେବ। କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ରେଳ ବିଭାଗ ଏପରି ନିଷ୍ପତି ନେଇଛି। ପୂର୍ବରୁ ବିଭାଗ କେବଳ ଜନତା କର୍ଫ୍ୟୁ ପାଇଁ ଗୋଟିଏ ଦିନ ବନ୍ଦ ରଖିଥିଲା। ହେଲେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏପରି ନିଷ୍ପତି ନିଆଯାଇଛି।

ଏଥିରେ ସମସ୍ତ ପ୍ରକାରର ଟ୍ରେନ ଯଥା ମେଲ, ଏକ୍ସପ୍ରେସ, ପ୍ୟାସେଞ୍ଜର ଏବଂ ଲୋକାଲ ଟ୍ରେନ ମଧ୍ୟ ସାମିଲ ରହିଛି। ତେବେ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି କୋଲକାତା ପରି କେତେକ ସ୍ଥାନରେ ଲୋକାଲ ଟ୍ରେନ ଚଳାଚଳରେ କୋହଳ କରାଯାଇଛି। ଆଜି ରେଳମନ୍ତ୍ରୀ ପିୟୁଶ ଗୋଏଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ତେବେ ଯେଉଁ ଯାତ୍ରୀମାନେ ଟିକେଟ ବୁକିଂ କରିଥିଲେ ସେମାନେ ଟଙ୍କା ଫେରସ୍ତ ପାଇଁ ବିଭାଗ ତରଫରୁ କୋହଳ ନିତି ପ୍ରଣୟନ କରାଯାଇଛି। ବର୍ତ୍ତମାନ 21 ତାରିଖ ସୁଦ୍ଧା ଯେଉଁମାନେ ଟିକେଟ କାଟିଥିବେ ସେମାନଙ୍କ ପୁରୀ ଟଙ୍କା ଫେରସ୍ତ କରାଯିବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତଟ ରେଳପଥ ମଧ୍ୟରେ ପ୍ରଭାବିତ ହେଉଥିବା ଟ୍ରେନ ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ବର: ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯିବା ପାଇଁ ପୂର୍ବତଟ ରେଳପଥକୁ ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବ।

ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ଯ୍ୟକ୍ଷମ କରିବା ପାଇଁ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା ଏବଂ ଏହାର ପରିସୀମାରୁ ଛାଡିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ଅନୁଯାୟୀ ସ୍ଥିର କରାଯାଇଅଛି।

ବାତିଲ ହେବାକୁ ଥିବା ଟ୍ରେନ:      

୦୧୮୦୭/୧୨୮୦୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭୟ ରାୟଗଡା-ଟିଟିଲାଗଡ଼-ରାଇପୁର ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୨୭ ତାରିଖ ଦିନ ଏବଂ ନିଜାମୁଦ୍ଦିନ ଠାରୁ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ।

ଆଂଶିକ ବାତିଲ ହେବାକୁ ଥିବା ଟ୍ରେନ: 

୧୮୫୧୯/୧୮୫୨୦ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି.-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ଏବଂ ଏଲ.ଟି.ଟି. ଠାରୁ ଫେବୃୟାରୀ ମାସ ୧୯ ରୁ ୨୬ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁନେ ଓ ଏଲ.ଟି.ଟି ମଧ୍ୟରେ ବାତିଲ ରହିବ ଏବଂ ଏହା ସିକନ୍ଦରାବାଦ-ଲଟୁର ରୋଡ଼-କୁର୍ଦୁଭାଡ଼ି-ଦୋଣ୍ଡ ଷ୍ଟେସନ ମାର୍ଗରେ ଚଳାଚଳ କରିବ।

ଭୁବନେଶ୍ୱର ଠାରୁ ୧୬ ତାରିଖରେ ଛାଡିବାକୁ ଥିବା ଏବଂ ବାଙ୍ଗାଲୋର ଠାରୁ ୧୭ ତାରିଖରେ ଛାଡିବାକୁ ଥିବା ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ।

ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :

୧୮୪୭୮/ ୧୮୪୭୭ ହରିଦ୍ୱାର-ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହରିଦ୍ୱାର ଠାରୁ ଫେବୃୟାରୀ ମାସ ୨୬, ୨୮, ୨୯ ଓ ମାର୍ଚ୍ଚ ମାସ ପହିଲା ଦିନ ଏବଂ ପୁରୀ ଠାରୁ ଫେବୃୟାରୀ ମାସ ୨୬ ଓ ୨୮ ତାରିଖ ଦିନ ପରିବର୍ତ୍ତିତ ମାର୍ଗ ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗରେ ଚଳାଚଳ କରିବ।

ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ମାର୍ଗ ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବାକୁ ଥିବା ଟ୍ରେନ :      

୧୧୦୨୦/୧୧୦୧୯ ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଫେବୃୟାରୀ ମାସ ୧୮ ରୁ ୨୫ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ମାର୍ଗ ଦେଇ ଚଳାଚଳ କରିବ।

୨୨୮୮୧/୨୨୮୮୨ ପୁନେ-ଭୁବନେଶ୍ୱର-ପୁନେ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ଫେବୃୟାରୀ ମାସ ୧୮ ଓ ୨୫ ତାରିଖ ଏବଂ ପୁନେ ଠାରୁ ୨୦ ତାରିଖ ଦିନ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ କନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼ ଓ କୁର୍ଦୁଭାଡ଼ି ମାର୍ଗ ଦେଇ ଚଳାଚଳ କରିବ। (ଏଜେନ୍ସି)

 

Categories
ଆଜିର ଖବର

ବିକ୍ଷୋଭ ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ : ଜାଣନ୍ତୁ ଟ୍ରେନ୍‌ ବାତିଲ୍‌ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା

ଭୁବନେଶ୍ବର, ୧୪/୧୨:

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ବିରୋଧ ଲାଗି ରହିଥିବାବେଳେ ଏହା ଟ୍ରେନ୍‌ ଚଳାଚଳକୁ ପ୍ରଭାବିତ କରିଛି। ଓଡ଼ିଶାକୁ ଓ ଓଡ଼ିଶା ମଧ୍ୟ ଦେଇ ଯାତ୍ରା କରୁଥିବା  ଟ୍ରେନ୍‌ଗୁଡ଼ିକ ମଧ୍ୟରେ ଅଧିକାଂଶ ଟ୍ରେନ୍‌ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା ନୟାଵାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ନିମ୍ନ ଅନୁଯାଇ ପ୍ରଭାବିତ ହୋଇଛି ।

ଆଜି ହାଓଡ଼ାରୁ ବାତିଲ ହୋଇଥିବା ଟ୍ରେନ   –

୧. ୨୦୮୮୯ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ

୨. ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୩. ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୪. ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୫. ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୬. ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ

୭. ୧୨୮୬୦ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

ସଂଲଗ୍ନ ଟ୍ରେନ ବାତିଲ ଯୋଗୁଁ ପୁରୀରୁ ବାତିଲ ହେଉଥିବା ଟ୍ରେନ –

୧.  ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀ ଠାରୁ

୨.  ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତା କଲି ପୁରୀରୁ

୩. ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତା କଲି ପୁରୀରୁ

ଆଂଶିକ ବାତିଲ ହେଉଥିବା ଟ୍ରେନ –

ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗ୍ପୁର ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ  ।

ଆଜି ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ମେଛେଦIଠାରୁ ଫେରିବ ଓ ମେଛେଦI ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ  ।

ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ :

୧. ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରା ଠାରେ

୨. ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ଠାରେ

୩. ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ ଠାରେ

୪. ପୁରୀ-ହାଓଡ଼ା ଧଉଳି ଏକ୍ସପ୍ରେସ କଟକ ଠାରେ

(ଏଜେନ୍ସି)

Categories
ଆଜିର ଖବର

ଫନି ବାତ୍ୟା ପାଇଁ 74 ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳ ବିଭାଗ

ଫନି ବାତ୍ୟା କ୍ଷୟକ୍ଷତି ଲକ୍ଷ ରଖି ପୂର୍ବତଟ ରେଳବାଇ 74ଟି ଟ୍ରେନକୁ ବାତିଲ କରିଛି। ଭାରତୀୟ ପାଣିପାଗର ସୂଚନା ଅନୁସାରେ ଏପରି ଆଗୁଆ ପଦକ୍ଷେପ ଗ୍ରହଣ କରିଛି ରେଳବାଇ। ଯେଉଁ ରାସ୍ତାର ଟ୍ରେନଗୁଡିକ ବାତିଲ ହୋଇଛି ସେଗୁଡିକ ହେଲା

1-ଭଦ୍ରଖ ବିଜୟାନଗରମ ମଧ୍ୟରେ ଥିବା ସମସ୍ତ ଟ୍ରେନଚଳାଚଳକୁ ଆସନ୍ତା କାଲିଠାରୁ ବନ୍ଦ କରିଦିଆଯାଉଛି।

2-ଭୁବନେଶ୍ବର ପୁରୀ ମଧ୍ୟରେ ଥିବା ଚଳାଚଳାକୁ ସଙ୍କୋଚିତ କରାଯାଇଛି।

3-ପୁରୀ ହାୱାଡା ମଧ୍ୟରେ ଚାଲୁଥିବା ସମସ୍ତ ଟ୍ରେନକୁ 2 ତାରିଖରୁ ବାତିଲ

4-ସେହିପରି ହାୱାଡାରୁ ଆସୁଥିବା ବାଙ୍ଗାଲୁର, ଚେନ୍ନାଇ, ସିକନ୍ଦରାବାଦ ଟ୍ରେନ ବାତିଲ

5-ପୁରୀ ଭୁବନେଶ୍ବର ମଧ୍ୟରେ ସମସ୍ତ ଟ୍ରେନ ଚଳାଚଳକୁ 3 ତାରିଖରେ ବାତିଲ

6-ପୁରୀ ଭୁବନେଶ୍ବର ମଧ୍ୟ ଦେଇ ଯେତେ ଟ୍ରେନ ାସିବ ତାହା 3 ତାରିଖରେ ବାତିଲ କରାଯାଇଛି।

ଏପରି ପରିବର୍ତ୍ତନରେ ଯାତ୍ରୀମାନେ ସହଯୋଗ କରିବାକୁ ପୂର୍ବତଟ ରେଳବାଇ ଅନୁରୋଧ କରିଛି।