Categories
ଆଜିର ଖବର ରାଜ୍ୟ ଖବର

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ : ଅଣ୍ଡରଟେକିଂ ଓ ଆରୋଗ୍ୟ ସେତୁ ବାଧ୍ୟତାମୂଳକ

ଭୁବନେଶ୍ବର : ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଦେଶ ଫେରନ୍ତାଙ୍କୁ ଏକ ଅଣ୍ଡରଟେକିଂ ପ୍ରଦାନ କରିବାକୁ ପଡିବ । ଏହା ସହିତ ସମସ୍ତ ବିଦେଶ ଫେରନ୍ତାଙ୍କ ପାଇଁ ଆମରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ ବାଧ୍ୟତାମୂଳକ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଆଜି ସକାଳୁ କ୍ବାରେଣ୍ଟିନ୍‌ ନିୟମରେ ପରିବର୍ତ୍ତନ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର

ଫାନି ପ୍ରଭାବ : ପର୍ଯ୍ୟଟକଙ୍କ ନିମନ୍ତେ ସ୍ବତନ୍ତ୍ର ବସ୍‌ ଓ ଟ୍ରେନ୍‌

ସାମୁଦ୍ରିକ ଝଡ ଫାନି ଧିରେ ଧିରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହା ଓଡିଶାରୁ ମାତ୍ର ୪୫୦ କିମି ଦୂରରେ ରହିଛି। ଆସନ୍ତାକାଲି ସଂଧ୍ୟାରେ ଏହା ପୁରୀ ନିକଟବର୍ତ୍ତୀ କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି। ଏହାର ମୁକାବିଲା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ପୁରୀରେ ରହିଥିବା ବାହାର ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ପୁରୀ ଜିଲ୍ଲାପାଳ ଆଜି ସୁଧା ପର୍ଯ୍ୟଟକଙ୍କୁ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଏବଂ ବସ ଆରମ୍ଭ ହୋଇଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ୫ଟି ଓଏସଆରଟିସି ବସ କରାଯାଇଛି। ଏଥିରେ ୬୫୦ଟଙ୍କା ଦେଇ କୋଲକାତା ଯାଇପାରିବେ। ଏହା ସକାଳ ୧୦ଟାରେ ଛାଡିବ। ସେହିପରି ପୁରୀରୁ ସାଲିମାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା ଦିନ ୧୨ ଟାରେ ପୁରୀ ଛାଡିବା ସହ ଦିନ ଦେଢଟାରେ ଭୁବନେଶ୍ୱରରେ ପହଁଚିବ। ଏହାପରେ ଟ୍ରେନ କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ ଏବଂ ବାଲେଶ୍ୱର ଦେଇ ଖଡଗପୁର ଯିବ।