Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ‘ଉଚ୍ଚ ଜାତି’ ମନ୍ତବ୍ୟ ଉପରେ ରାଜନୈତିକ ଉତ୍ତେଜନା: ଦେଲେ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ରାଜନୀତିକୁ ଆସିଥିବା ସୁରେଶ ଗୋପୀ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ଆଦିବାସୀ କଲ୍ୟାଣରେ ପ୍ରକୃତ ପ୍ରଗତି ହିଁ ସମ୍ଭବ ହେବ ଯେତେବେଳେ ମନ୍ତ୍ରଣାଳୟର ଦାୟିତ୍ଵକୁ ‘ଉଚ୍ଚ ଜାତିର’ ନେତାମାନେ ସମ୍ଭାଳିବେ। କେନ୍ଦ୍ର ମନ୍ତ୍ରୀଙ୍କ ଏହି ବିବୃତ୍ତି ସମାଲୋଚିତ ହେବା ପରେ। ସୁରେଶ ଗୋପୀ କହିଛନ୍ତି ଯେ, ଏହି ବିବୃତ୍ତି ଉତ୍ତମ ଉଦ୍ଦେଶ୍ୟରେକୁହାଯାଇଥିଲା। ସେ କହିଛନ୍ତି ଯେ, ମୋର ମନ୍ତବ୍ୟ ସଠିକ ଭାବେ ଗ୍ରହଣ କରାଯାଇ ନାହିଁ, ଯଦି ଏହି ସ୍ପଷ୍ଟିକରଣ ସନ୍ତୋଷଜନକ ନୁହେଁ, ତେବେ ମୁଁ ମୋର ମନ୍ତବ୍ୟ ପ୍ରତ୍ୟାହାର କରୁଛି।

ଭେଦଭାବ ଦୂର କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସୁରେଶ ଗୋପୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, “ମୁଁ କାହାକୁ ଭଲ କି ମନ୍ଦ ବୋଲି କହି ନାହିଁ। ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏହି ଧାରାକୁ ଭାଙ୍ଗିବା। ଜଣେ ନେତା ଭାବରେ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ସର୍ବଦା ମୋର ପ୍ରାଥମିକତା ଅଟେ।

କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ଏହା ପୂର୍ବରୁ କ’ଣ କହିଥିଲେ?:

କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ କହିଥିଲେ ଯେ, ଏହା ଆମ ଦେଶର ଅଭିଶାପ ଯେ ଆଦିବାସୀ ସମ୍ପ୍ରଦାୟରୁ କେବଳ ଜଣେ ବ୍ୟକ୍ତି ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇପାରିବେ। ଆଦିବାସୀଙ୍କ କଲ୍ୟାଣ ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବା ଉଚିତ୍। ଏହି ଦାୟିତ୍ଵ କୌଣସି ଏକ ବ୍ରାହ୍ମଣ କିମ୍ବା ନାଇଡୁଙ୍କୁ ଦିଆଯିବା ଉଚିତ୍। ଏହା ବଡ ପରିବର୍ତ୍ତନ ଆଣିବ। ସେହିଭଳି ଆଦିବାସୀ ନେତାମାନଙ୍କୁ ଉଚ୍ଚ ସମ୍ପ୍ରଦାୟର କଲ୍ୟାଣ ପାଇଁ ନିଯୁକ୍ତ କରାଯିବା ଉଚିତ୍।

ସୁରେଶ ଗୋପୀଙ୍କୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ରାଜ୍ୟ ସଚିବ ବିନୟ ବିଶ୍ୱମ ଟାର୍ଗେଟ କରି ତାଙ୍କୁ ‘ଚାରି ଜାତି ପ୍ରଣାଳୀ’ର ପ୍ରଚାରକ ବୋଲି କହିଥିଲେ ଏବଂ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ହଟାଇବାକୁ ଦାବି କରିଥିଲେ।