ଦ ତାଶକେଣ୍ଟ ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଗଣତନ୍ତ୍ର ସତ୍ୟର ସବୁଠୁ ବଡ ଶତ୍ରୁ ବୋଲି ମତବ୍ୟକ୍ତ କରିଛନ୍ତି। ୧୯୬୬ରେ ଋଷରେ ଶାସ୍ତ୍ରୀଙ୍କ ମୃତ୍ୟୁ ଉପରେ ସେ ଏହି ଫିଲ୍ମର ନିର୍ମାଣ କରିଥିବା ବେଳେ ଏନେଇ ଶାସ୍ତ୍ରୀଙ୍କ ଅଣନାତିଙ୍କ ପକ୍ଷରୁ ତାଙ୍କୁ ଏକ ନୋଟିସ୍ ପଠାଯାଇଛି। ଫିଲ୍ମ ରିଲିଜ୍ ପୂର୍ବରୁ ନୋଟିସ୍ ମିଳିଥିବାରୁ ଅସନ୍ତୋଷ ପ୍ରକାଶ କରି ଅଗ୍ନିହୋତ୍ରୀ କହିଛନ୍ତି, ଦେଶରେ ମତପ୍ରକାଶର ଅଧିକାର ଉପରେ ସ୍ବାଧିନତା ରହିବା ଆବଶ୍ୟକ। ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟଜନକ ବୋଲି ସମସ୍ତେ ଅନୁଭବ କରିଥିଲେ ଏହାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିବା ଯୋଗୁଁ ନୋଟିସ ପଠାଯିବା ଆଦୌ ସଠିକ୍ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ଫିଲ୍ମର ସ୍କ୍ରିନିଙ୍ଗ ଅବସରରେ ଶାସ୍ତ୍ରୀଙ୍କ ଅଣନାତି ଫିଲ୍ମକୁ ପସନ୍ଦ କରିଥିଲେ ମାତ୍ର ପରେ ସେ ନୋଟିସ୍ ପଠାଇବା ଆଶ୍ଚର୍ଯ୍ୟଜନକ। ଫିଲ୍ମଟିରେ ନାଶିରୁଦ୍ଦିନ ଶାହ, ମିଥୁନ୍ ଚକ୍ରବର୍ତ୍ତୀ, ଶ୍ବେତା ବସୁ ପ୍ରସାଦ, ପଲ୍ଲବୀ ଯୋଶୀ ଏବଂ ପଙ୍କଜ ତ୍ରୀପାଠୀ ମୁଖ୍ୟ ଭୂମିକାରେ ରହିଛନ୍ତି ।