ନୂଆଦିଲ୍ଲୀ: ଜାନୁଆରୀ 20 ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର 47 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଐତିହାସିକ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥର ପ୍ରବଳ ଥଣ୍ଡା ହେତୁ ଆମେରିକାର କ୍ୟାପିଟାଲର ରୋଟୁଣ୍ଡା ଭିତରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।
ଆମେରିକାରେ ମଧ୍ୟାହ୍ନ 12 ଟା (EST) ରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁଯାୟୀ, ଏହି ସମାରୋହ ରାତି 10:30 (IST) ରେ ଆରମ୍ଭ ହେବ।
ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ସିଧାପ୍ରସାରଣ?
ଆମେରିକାର 47 ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଅନେକ ଆମେରିକୀୟ ନ୍ୟୁଜ୍ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏଥିରେ NBC, CNN, ABC, CBS, Fox News ଏବଂ C-SPAN ଭଳି ନ୍ୟୁଜ୍ ନେଟୱାର୍କ ଅନ୍ତର୍ଭୁକ୍ତ, ଯେଉଁଥିରେ ଲୋକମାନେ ଆରାମରେ କାର୍ଯ୍ୟକ୍ରମ ଦେଖିପାରିବେ। ଏହା ବ୍ୟତୀତ ହ୍ଵାଇଟ ହାଉସ୍ ଏହାର ଅଫିସିଆଲ୍ ୱେବସାଇଟରେ ଏହି ସମାରୋହକୁ ଲାଇଭ୍ ଷ୍ଟ୍ରିମ୍ କରିବାକୁ ଯାଉଛି, ଯାହାକୁ ବିଶ୍ଵର ଅନ୍ୟାନ୍ୟ ଦେଶରେ ଲୋକମାନେ ଦେଖିପାରିବେ।