Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାକିସ୍ତାନକୁ ବଡ ଝଟକା, ଭାରତର ବିରୋଧ ପରେ ବ୍ରିକ୍ସର ସଦସ୍ୟତାରୁ ହେଲା ବଞ୍ଚିତ

ନୂଆଦିଲ୍ଲୀ: ବ୍ରିକ୍ସରେ ସଦସ୍ୟତା ପାଇବା ପାଇଁ ଆଶା ରଖିଥିବା ପାକିସ୍ତାନକୁ ବଡ ଝଟକା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁଁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ ବଞ୍ଚିତ ହୋଇନାହିଁ, ବରଂ ସହଭାଗୀ ଦେଶ ତାଲିକାରେ ମଧ୍ୟ ସ୍ଥାନ ପାଇପାରିନାହିଁ। ଏହି ସମୟରେ ତୁର୍କୀ ବ୍ରିକ୍ସ ସହଭାଗୀ ଦେଶ ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରି ଗୁରୁତ୍ୱପୂର୍ଣ୍ଣ ଲାଭ ପାଇଛି।

ନିକଟରେ ରୁଷ ୧୩ ଟି ନୂତନ ଅଂଶୀଦାର ଦେଶ ଘୋଷଣା କରିଛି। ଏହି ଦେଶଗୁଡ଼ିକରେ ଆଲଜେରିଆ, ବେଲା ରୁଷ, ବୋଲିଭିଆ, କ୍ୟୁବା, ଇଣ୍ଡୋନେସିଆ, କାଜାଖସ୍ତାନ, ମାଲେସିଆ, ଥାଇଲ୍ୟାଣ୍ଡ, ତୁର୍କୀ, ଉଗାଣ୍ଡା, ନାଇଜେରିଆ, ଉଜବେକିସ୍ତାନ ଏବଂ ଭିଏତନାମ ଅନ୍ତର୍ଭୁକ୍ତ। ଏହି ଦେଶଗୁଡିକ ଜାନୁଆରୀ ୧ ତାରିଖ ୨୦୨୫ ରୁ ବ୍ରିକ୍ସର ଅଂଶୀଦାର ଦେଶ ହେବେ। ଚୀନ୍ ଏବଂ ରୁଷର ସହଯୋଗରେ ବ୍ରିକ୍ସ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏହି ତାଲିକାରେ ସ୍ଥାନ ପାଇବାରେ ବିଫଳ ହୋଇଛି।

ତୁର୍କୀର ସଫଳତାର କାରଣ:

ବିଶ୍ୱାସ କରାଯାଏ ଯେ, କାଶ୍ମୀର ପ୍ରସଙ୍ଗରେ ତୁର୍କୀ ରାଷ୍ଟ୍ରପତି ରିଚେପ ତୈୟପ ଏର୍ଦୋଗନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହେତୁ ଭାରତ ତୁର୍କୀର ଦାବିକୁ ବିରୋଧ କରି ନାହିଁ। ଅନ୍ୟପକ୍ଷରେ ଭାରତର କଠୋର ଆଭିମୁଖ୍ୟ ଯୋଗୁଁ ବ୍ରିକ୍ସରେ ଯୋଗଦେବା ପାଇଁ ପାକିସ୍ତାନର ଉଦ୍ୟମ ବିଫଳ ହୋଇଛି। କୂଟନୈତିକ ନମନୀୟତା ଏବଂ ରଣନୀତିର ଗୁରୁତ୍ୱର ଏକ ଉଦାହରଣ ହେଉଛି ତୁର୍କୀର ସଫଳତା। ପାକିସ୍ତାନକୁ ଏବେ ଏହାର କୂଟନୈତିକ ପ୍ରୟାସର ପୁନର୍ବିଚାର କରିବାକୁ ପଡ଼ିବ।

ପାକିସ୍ତାନକୁ କଡା ସମାଲୋଚନା:

ପାକିସ୍ତାନର ଏହି ବିଫଳତାକୁ ନିଜ ଦେଶରେ କଡ଼ା ସମାଲୋଚନା କରାଯାଉଛି। ବୈଦେଶିକ ବ୍ୟାପାର ବିଶେଷଜ୍ଞ ମରିଆନା ବାବର ଏହାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନାଇଜେରିଆ ଭଳି ଦେଶ ମଧ୍ୟ ପାକିସ୍ତାନ ଅପେକ୍ଷା ଭଲ ପ୍ରଦର୍ଶନ କରି ବ୍ରିକ୍ସ ସହଭାଗୀ ଦେଶ ହୋଇପାରିଛି।

ବ୍ରିକ୍ସରେ ଭାରତର କଠୋର ଆଭିମୁଖ୍ୟ:

ବ୍ରିକ୍ସର ନୂତନ ସଦସ୍ୟ ଦେଶଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତ ପ୍ରତିଷ୍ଠାତା ସଦସ୍ୟଙ୍କ ସହମତି ଆବଶ୍ୟକ। ପାକିସ୍ତାନର ଦାବିକୁ ଭାରତ ଦୃଢ ବିରୋଧ କରିଥିଲା, ଯେଉଁଥିପାଇଁ ଏହାର ଦ୍ୱାର ବନ୍ଦ ରହିଥିଲା। ଯେତେବେଳେ ଚୀନ୍ ଏବଂ ରୁଷ ପାକିସ୍ତାନକୁ ସମର୍ଥନ କରିବାକୁ ଚେଷ୍ଟା କରିଥିଲେ।

ବିଶ୍ଳେଷକଙ୍କ ମତ:

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ବ୍ରିକ୍ସରେ ଯୋଗ ଦେଇ ପାକିସ୍ତାନ ଆର୍ଥିକ ଏବଂ କୂଟନୈତିକ ଲାଭ ପାଇପାରେ। ତେବେ ଭାରତର କଠୋର ଆଭିମୁଖ୍ୟ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ଦୁର୍ବଳ ରଣନୀତି ଯୋଗୁଁ ଏହାକୁ ଏହି ସୁଯୋଗରୁ ବଞ୍ଚିତ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତୁର୍କୀ ଉପରେ ସିରିଆର ବିମାନ ଆକ୍ରମଣ : 33 ସୈନ୍ୟଙ୍କ ପ୍ରାଣହାନି

ଅଙ୍କାରା : ତୁର୍କୀ ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା କାରଣରୁ 33 ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପ୍ରପୀଡିତ ତୁର୍କୀର ଇଡ୍‌ଲିବ୍‌ ସହର ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ସୈନ୍ୟ ମାନେ ପ୍ରାଣ ହରାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଇଡଲିବ୍‌ ସହର ଉପରେ ବିମାନ ଆକ୍ରମଣ କରାଯାଇଥିବା ନେଇ ତୁର୍ମୀର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ପରେ ତୁର୍କୀର ରାଷ୍ଟ୍ରପତି ରେସେପ୍‌ ଟାୟିପ୍‌ ଏର୍ଡୋଗାନ୍‌ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏହି ଆଲୋଚନା ପରେ ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକାର ଏବଂ ସେନାଧ୍ୟକ୍ଷ ସୀମା ପରିଦର୍ଶନ କରିଛନ୍ତି । ତୁର୍କୀ ଏହି ଆକ୍ରମଣର ଜବାବ ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତୁର୍କୀରେ 6.8 ତୀବ୍ରତାର ଭୂମିକମ୍ପ : 18 ମୃତ

ଅଙ୍କାରା : ତୁର୍କୀରେ ଏକ ଭୟାବହ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ପ୍ରାଣହାନି ଘଟିଛି । ଶୁକ୍ରବାର ରାତିରେ ତୁର୍କୀରେ ହୋଇଥିବା ଏହି ଭୂମିକମ୍ପରେ 18 ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ 30ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁର୍କୀର ପୂର୍ବ ଭାବରେ ରହିଥିବା ସହର ଏଲାଜିଗ୍‌ର ସିଭ୍ରାଇସ୍‌ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଏଲାଜିଗ୍‌ର ସିଭ୍ରାଇସ୍‌ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ପ୍ରାୟ 70 କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଶୁକ୍ରବାର ସ୍ଥାନୀୟ ସମୟ ରାତି ପ୍ରାୟ 8.55 ମିନିଟରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ତୁର୍କୀର ଜରୁକାଳୀନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 30ରୁ ଅଧିକ ଲୋକ ବିଭିନ୍ନ ଭଗ୍ନ କୋଠା ତଳେ ଚାପି ହୋଇ ରହିଛନ୍ତି । ତୁର୍କୀ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ନେଇ ରାଷ୍ଟ୍ରପତି ତାୟିପ୍‌ ଏର୍ଡୋଗାନ୍‌ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଏସ୍‌ ଜୟଶଙ୍କରଙ୍କ ଆଲୋଚନା

ଭାରତର ନୂତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି କରିବା ପାଇଁ ଜୟଶଙ୍କର ଏହି ଆଲୋଚନା କରିଛନ୍ତି। ଉଭୟ ନେତୃବୃନ୍ଦଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ଏସ୍‌ ଜୟଶଙ୍କର। ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍‌ ୟେସ୍‌ ଲେ ଡ୍ରିଆନ୍‌ଙ୍କ ସହ ଫୋନ୍‌ରେ ବାର୍ତ୍ତାଳାପ ନେଇ ଟ୍ବିଟ୍ଟରରେ ସୂଚନା ଦେଇଛନ୍ତି ଜୟଶଙ୍କର। ଉଭୟ ରାଷ୍ଟ୍ର ମଧ୍ୟରେ ଦୃଢ ଏବଂ ସଫଳ କୂଟନୈତିକ ସମ୍ପର୍କ ନେଇ ଉଭୟ ଆଲୋଚନା କରିଥିବା ନେଇ ଜୟଶଙ୍କର ଟ୍ବିଟ୍ କରିଛନ୍ତି। ସେହିପରି ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍‌ଲଟ୍‌ କାଭୁସୋଗ୍ଲୁଙ୍କ ସହିତ ମଧ୍ୟ ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ଉଭୟ ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିଗତ ଏବଂ ପେଶାଦାର ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ।