Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତୁର୍କୀ ଉପରେ ସିରିଆର ବିମାନ ଆକ୍ରମଣ : 33 ସୈନ୍ୟଙ୍କ ପ୍ରାଣହାନି

ଅଙ୍କାରା : ତୁର୍କୀ ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା କାରଣରୁ 33 ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ଯୁଦ୍ଧ ପ୍ରପୀଡିତ ତୁର୍କୀର ଇଡ୍‌ଲିବ୍‌ ସହର ଉପରେ ସିରିଆ ପକ୍ଷରୁ ବିମାନ ଆକ୍ରମଣ କରାଯିବା ପରେ ସୈନ୍ୟ ମାନେ ପ୍ରାଣ ହରାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଇଡଲିବ୍‌ ସହର ଉପରେ ବିମାନ ଆକ୍ରମଣ କରାଯାଇଥିବା ନେଇ ତୁର୍ମୀର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ପରେ ତୁର୍କୀର ରାଷ୍ଟ୍ରପତି ରେସେପ୍‌ ଟାୟିପ୍‌ ଏର୍ଡୋଗାନ୍‌ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏହି ଆଲୋଚନା ପରେ ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକାର ଏବଂ ସେନାଧ୍ୟକ୍ଷ ସୀମା ପରିଦର୍ଶନ କରିଛନ୍ତି । ତୁର୍କୀ ଏହି ଆକ୍ରମଣର ଜବାବ ଦେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତୁର୍କୀରେ 6.8 ତୀବ୍ରତାର ଭୂମିକମ୍ପ : 18 ମୃତ

ଅଙ୍କାରା : ତୁର୍କୀରେ ଏକ ଭୟାବହ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ପ୍ରାଣହାନି ଘଟିଛି । ଶୁକ୍ରବାର ରାତିରେ ତୁର୍କୀରେ ହୋଇଥିବା ଏହି ଭୂମିକମ୍ପରେ 18 ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ 30ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁର୍କୀର ପୂର୍ବ ଭାବରେ ରହିଥିବା ସହର ଏଲାଜିଗ୍‌ର ସିଭ୍ରାଇସ୍‌ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଏଲାଜିଗ୍‌ର ସିଭ୍ରାଇସ୍‌ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ପ୍ରାୟ 70 କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଶୁକ୍ରବାର ସ୍ଥାନୀୟ ସମୟ ରାତି ପ୍ରାୟ 8.55 ମିନିଟରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ତୁର୍କୀର ଜରୁକାଳୀନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 30ରୁ ଅଧିକ ଲୋକ ବିଭିନ୍ନ ଭଗ୍ନ କୋଠା ତଳେ ଚାପି ହୋଇ ରହିଛନ୍ତି । ତୁର୍କୀ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ନେଇ ରାଷ୍ଟ୍ରପତି ତାୟିପ୍‌ ଏର୍ଡୋଗାନ୍‌ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଏସ୍‌ ଜୟଶଙ୍କରଙ୍କ ଆଲୋଚନା

ଭାରତର ନୂତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି କରିବା ପାଇଁ ଜୟଶଙ୍କର ଏହି ଆଲୋଚନା କରିଛନ୍ତି। ଉଭୟ ନେତୃବୃନ୍ଦଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ଏସ୍‌ ଜୟଶଙ୍କର। ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍‌ ୟେସ୍‌ ଲେ ଡ୍ରିଆନ୍‌ଙ୍କ ସହ ଫୋନ୍‌ରେ ବାର୍ତ୍ତାଳାପ ନେଇ ଟ୍ବିଟ୍ଟରରେ ସୂଚନା ଦେଇଛନ୍ତି ଜୟଶଙ୍କର। ଉଭୟ ରାଷ୍ଟ୍ର ମଧ୍ୟରେ ଦୃଢ ଏବଂ ସଫଳ କୂଟନୈତିକ ସମ୍ପର୍କ ନେଇ ଉଭୟ ଆଲୋଚନା କରିଥିବା ନେଇ ଜୟଶଙ୍କର ଟ୍ବିଟ୍ କରିଛନ୍ତି। ସେହିପରି ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍‌ଲଟ୍‌ କାଭୁସୋଗ୍ଲୁଙ୍କ ସହିତ ମଧ୍ୟ ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ଉଭୟ ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିଗତ ଏବଂ ପେଶାଦାର ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ।