Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

1477ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାର

ବେଜିଂ : କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା 1477ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାରରେ ପହଞ୍ଚିଛି । ହୁବେଇ ଏବଂ ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ ନିଜର ତାଣ୍ଡବ ମଚାଇଛି । ଗୁରୁବାର ଦିନ ନୂତନ ଭାବରେ 120 ଜଣଙ୍କର ପ୍ରାଣହାନି ଘଟିଛି । ଗୁରୁବାର ଦିନ ହୁବେଇ ପ୍ରଦେଶରେ 4823 ଜଣ ନୂତନ ଭାବରେ ଆକ୍ରାନ୍ତ ହୋଇଥିବା ବେଳେ ଉହାନ୍‌ ପ୍ରଦେଶରେ ନୂତନ ଭାବରେ 1486 ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ଜାପାନ କୋରୋନା ଭାଇରସ୍‌ ମୁକାବିଲା ପାଇଁ 140 ମିଲିୟନ୍‌ ଡଲାରର ସହାୟତା ରାଶି ଘୋଷଣା କରିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ରେ ବ୍ୟାପୁଛି କୋରୋନା : ମୃତ୍ୟୁ ସଂଖ୍ୟା 1100 ଛୁଇଁଲା

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 1100କୁ ବୃଦ୍ଧି ପାଇଛି । ମଙ୍ଗଳବାର 108 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 74 ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 45000 ଅତିକ୍ରମ କରିଛି । 45 ହଜାର ଆକ୍ରାନ୍ତଙ୍କ ମଧ୍ୟରୁ 2300ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଜାପାନ ତଟରେ ଏକ ଜାହାଜ ରହିଛି ଯେଉଁଥିରେ 2000 ଲୋକ ଫସି ରହିଛନ୍ତି । ଫସି ରହିଥିବା 2 ହଜାର ଲୋକଙ୍କ ମଧ୍ୟରୁ 175 ଜଣ କରୋନା ଆକ୍ରାନ୍ତ ରହିଥିବା ଜଣାପଡିଛି । ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଏହି ଭାଇରସ୍‌ ପ୍ରଭାବରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟ 107କୁ ବୃଦ୍ଧି

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି ପାଇଥିବା ବେଳେ ବିଦେଶ ଗସ୍ତ ବାତିଲ କରିବା ପାଇଁ ଦେଶବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 107 ଛୁଇଁଥିବା ବେଳେ ସଙ୍କ୍ରମିତଙ୍କ ସଂଖ୍ୟା 4 ହଜାରରେ ପହଞ୍ଚିଛି । ଉହାନ୍‌ ପ୍ରଦେଶରେ ସମୁଦାୟ 4100 ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଭାରତରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 30କୁ ବୃଦ୍ଧି ପାଇଥିବା ବେଳେ କେରଳରେ 400 ଲୋକଙ୍କୁ ଅବଜର୍ଭେସନ୍‌ରେ ରଖାଯାଇଛି । ଭାରତ ବ୍ୟତୀତ ଜର୍ମାନୀ, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ ପ୍ରଭୃତି ରାଷ୍ଟ୍ରକୁ ସତର୍ମ ସୂଚନା ଜାରି କରାଯାଇଛି । (ଏଜେନ୍ସୀ)

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବ୍ୟାପୁଛି କୋରୋନା: ଆସନ୍ତୁ ଜାଣିବା ଏହି ଭାଇରସ୍‌ ସମ୍ପର୍କରେ ଅଧିକ ତଥ୍ୟ

ସମୀକ୍ଷା ବ୍ୟୁରୋ: କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରିବାକୁ ଯାଉଛି। ଚୀନ୍‌ର ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ଅଦ୍ୟାବଧି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ସଙ୍କ୍ରମିତ ହୋଇଛନ୍ତି। ଏହି ଭାଇରସ୍‌ କାରଣରୁ ଚୀନ୍‌ର ୧୪ ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କୋରୋନା ଭାଇରସ୍‌ର ନାମଟି ଦୁଇଟି ଶବ୍ଦରୁ ଆସିଅଛି। ଲାଟିନ୍‌ ଶବ୍ଦ କୋରୋନା ଏବଂ ଗ୍ରୀକ୍‌ ଶବ୍ଦ କୋରୋନେ (ଫୁଲହାର)ରୁ କୋରୋନା ଭାଇରସ୍‌ ନାମଟି ସୃଷ୍ଟି। ଏହି ଶବ୍ଦର ଅନ୍ୟାନ୍ୟ ଅର୍ଥ ହେଉଛି ସୌରମଣ୍ଡଳ ଏବଂ ମୁକୁଟ।

ଅର୍ଥୋକୋରୋନାଭାଇରିନ୍‌ ପ୍ରଜାତିରୁ ସୃଷ୍ଟ ଏହି ଭାଇରସ୍‌ ଦ୍ବାରା ଉଭୟ ପଶୁ ପକ୍ଷୀ ଏବଂ ମନୁଷ୍ୟ ପ୍ରଭାବିତ ହୋଇଥାନ୍ତି। ଗାଇ, ଘୁଷୁରୀ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଏହି ଭାଇରସ୍‌ ପ୍ରଭାବରେ ଡାଇରିଆ ହେଉଥିବା ବେଳେ ପକ୍ଷୀ ଏବଂ ମନୁଷ୍ୟଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ମନୁଷ୍ୟ ମାନଙ୍କ ଦ୍ବାରା ସଙ୍କ୍ରମିତ ହେଉଥିବା ୭ ପ୍ରକାରର କୋରୋନା ଭାଇରସ୍‌ ରହିଛି। ସେହିପରି ପଶୁପକ୍ଷୀଙ୍କ ଦ୍ବାରା ୪ ପ୍ରକାରର କୋରୋନା ଭାଇରସ୍‌ ସଙ୍କ୍ରମିତ ହୋଇଥାଏ। ସାଧାରଣ ଥଣ୍ଡା ଜ୍ବର ହେଉଥିଲେ ମଧ୍ୟ ଏହି ଭାଇରସ୍‌ ମନୁଷ୍ୟର ରାଇବୋ ନ୍ୟୁକ୍ଲିକ୍‌ ଏସିଡ୍‌(ଆରଏନ୍‌ଏ) ଦ୍ବାରା ବିସ୍ତାର ହୋଇଥାଏ। ଏହି ଭାଇରସ୍‌କୁ ସମଗ୍ର ବିଶ୍ବର ବୃହତମ ଆରଏନ୍‌ଏ ଭାଇରସ୍‌ ଭାବରେ ବିବେଚନା କରାଯାଏ। ବେଟା କୋରୋନା ଶ୍ରେଣୀର ଏହି ଭାଇରସ୍‌ ଆରଏନ୍‌ଏରେ ଉପଲବ୍ଧ ପ୍ରୋଟିନ୍‌ ହେମାଗ୍ଲୁଟିନ୍‌ ଇଷ୍ଟ୍ରିଜ୍‌ ଦ୍ବାରା ସଙ୍କ୍ରମିତ ହୋଇଥାଏ।

ଏହି ଭାଇରସ୍‌କୁ ପ୍ରଥମେ ୧୯୬୦ ମସିହାରେ ଚିହ୍ନଟ କରାଯାଇଥିଲା। କୁକୁଡା ଠାରେ ପ୍ରଥମେ ଏହି ଭାଇରସ୍‌ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ମଣିଷଙ୍କ ଠାରେ ମଧ୍ୟ ଏହି ଭାଇରସ୍‌କୁ ଚିହ୍ନଟ କରାଯାଇଥିଲା। ମନୁଷ୍ୟଙ୍କ ଠାରେ ମିଳୁଥିବା ଭାଇରସ୍‌କୁ ପ୍ରଥମେ ହ୍ୟୁମାନ କୋରୋନା ଭାଇରସ୍‌ ୨୨୯ଇ ଭାବରେ ନାମିତ କରାଯାଇଥିଲା। ୨୦୦୩ ପରଠାରୁ କ୍ରମାଗତ ତିନି ବର୍ଷ ଧରି ଏହି ଭାଇରସ୍‌ ବ୍ୟାପିଥିବା ବେଳେ ୨୦୧୨ରେ ଏହା ପୁନର୍ବାର ପ୍ରଭାବ ବିସ୍ତାର କରିଥିଲା। ପୁନର୍ବାର ଚଳିତ ବର୍ଷ ଏହି ଭାଇରସ୍‌ ପ୍ରତ୍ୟାବର୍ତ୍ତନ କରିଛି। ଏହି ଭାଇରସ୍‌ଟି ସହଜରେ ଚିହ୍ନଟ ହୋଇନଥାଏ। କାରଣ ଭାଇରସ୍‌ ପ୍ରଭାବରେ ସାଧାରଣ ଥଣ୍ଡା ହିଁ ହୋଇଥାଏ। ଥଣ୍ଡା ରୋଗର ଚିକିତ୍ସା ଯେପରି କରାଯାଏ ଏହି ଭାଇରସ୍‌ ସଙ୍କ୍ରମିତ ହେଲେ ଚିକିତ୍ସା ପ୍ରଣାଳୀ ସମାନ ରହିଥାଏ।