Categories
ଆଜିର ଖବର ଖେଳ

ଆଇସିସି ଅମ୍ପାୟାର ପ୍ୟାନେଲ୍‌ରେ ସାମିଲ୍‌ ହେଲେ ଦୁଇ ଭାରତୀୟ ମହିଳା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ ପକ୍ଷରୁ ଅମ୍ପାୟାର ପ୍ୟାନେଲ୍‌ ଘୋଷଣା କରାଯାଉଛି । ଆଇସିସି ପକ୍ଷରୁ ବୁଧବାର ଘୋଷିତ ନୂତନ ତାଲିକାରେ ଦୁଇ ଜଣ ଭାରତୀୟ ମହିଳା ଅମ୍ପାୟାର ପ୍ୟାନେଲ୍‌ରେ ସ୍ଥାନ ପାଇଛନ୍ତି । ଦୁଇ ଭାରତୀୟ ମହିଳା ଅମ୍ପାୟାର ଜନନୀ ନାରାୟଣନ୍‌ ଏବଂ ବୃନ୍ଦା ରାଠୀଙ୍କୁ ସାମିଲ କରାଯିବା ପରେ ଆଇସସିର ଅମ୍ପାୟର ସଂଖ୍ୟା 12କୁ ବୃଦ୍ଧି ପାଇଛି । ଆଇସିସି ପକ୍ଷରୁ 100% କ୍ରିକେଟ୍‌ କାର୍ଯ୍ୟକ୍ରମ ଜରିଆରେ ଏହି ଦୁଇ ମହିଳାଙ୍କୁ ସାମିଲ କରାଯାଇଛି । ଆଇସିସିର ବରିଷ୍ଠ ମ୍ୟାନେଜର ଆଡ୍ରିଆନ୍‌ ଗ୍ରିଫିଥ୍‌ ଦୁଇ ଭାରତୀୟଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପୁରୁଷ କ୍ରିକେଟରେ ପ୍ରଥମ ମହିଳା ଅମ୍ପାୟାର କ୍ଲେରୀ ପୋଲୋସାକ୍‌

ପ୍ରଥମ ମହିଳା ଅମ୍ପାୟାର ଭାବରେ ଇତିହାସ ରଚିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର କ୍ଲେରୀ ପୋଲୋସାକ୍‌। ପ୍ରଥମ ମହିଳା କ୍ରିକେଟର ଭାବରେ ପୁରୁଷ କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି କ୍ଲେରୀ। ବର୍ତ୍ତମାନ ସୁଦ୍ଧା ୧୫ ଟି ମହିଳା ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାର ରହିଥିବା କ୍ଲେରୀ ମହିଳା ବିଶ୍ବକପ୍‌ରେ ଦୁଇ ଥର ପଦାର୍ପଣ କରି ସାରିଛନ୍ତି। ୨୦୧୬ରେ ପ୍ରଥମେ ପଦାର୍ପଣ କରିଥିବା କ୍ଲେରୀ ଆଇସିସି ଓ୍ବାର୍ଲ୍ଡ କ୍ରିକେଟ୍‌ ଲିଗ୍ର ଡିଭିଜନ୍‌ ୨ର ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିବାକୁ ଯାଉଛନ୍ତି। ପୂର୍ବରୁ ୨୦୧୭ରେ ଅଷ୍ଟ୍ରେଲିଆରେ ଏକ ଘରୋଇ ପୁରୁଷ ମ୍ୟାଚ୍‌ରେ ଅମ୍ପାୟାରିଂ କରି ସାରିଛନ୍ତି କ୍ଲେରୀ ପୋଲୋସାକ୍‌।

Categories
ଆଜିର ଖବର

ବିଶ୍ବକପ୍‌ ଅମ୍ପାୟାର ତାଲିକାରେ ଏସ୍‌ ରବି ଏକମାତ୍ର ଭାରତୀୟ

ଶୁକ୍ରବାର ଆଇସିସି ପକ୍ଷରୁ ୨୨ ଜଣିଆ ଅମ୍ପାୟାର ଏବଂ ମ୍ୟାଚ୍‌ ରେଫରୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବରେ ଅମ୍ପାୟାର ଏସ୍‌ ରବି ସ୍ଥାନ ପାଇଛନ୍ତି। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣ ଅମ୍ପାୟାର ନିଯୁକ୍ତ କରା ଯାଇଥିବା ବେଳେ ୬ ଜଣ ମ୍ୟାଚ୍‌ ରେଫରୀ ନିଯୁକ୍ତ କରାଯାଇଛି। ନିକଟରେ ନିଜର ଏକ ଖରାପ ନିଷ୍ପତ୍ତି ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ରବିଙ୍କୁ ସମାଲୋଚନା କରିଥିଲେ। ବେଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏକ ନୋ ବଲ୍‌ ଦେଖି ପାରିନଥିଲେ ରବି। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ ରେଫରୀଙ୍କ ମଧ୍ୟରେ ରଞ୍ଜନ ମୁଦୁଗଲେଙ୍କ ଏହା ଷଷ୍ଠ ବିଶ୍ବକପ୍‌ ହୋଇଥିବା ବେଳେ କ୍ରିସ୍‌ ବ୍ରଡ୍‌ ଏବଂ ମାର୍ଟିନ୍‌ କ୍ରୋଙ୍କ ଏହା ଚତୁର୍ଥ ବିଶ୍ବକପ୍‌। ସେହିପରି ଅମ୍ପାୟାରଙ୍କ ମଧ୍ୟରେ ଅଲିମ୍‌ ଦରଙ୍କ ଏହା ପଞ୍ଚମ ବିଶ୍ବକପ୍‌ ହୋଇଥିବା ବେଳେ ଇଆନ୍‌ ଗୁଲ୍ଡଙ୍କ ଏହା ଚତୁର୍ଥ ତଥା ଅନ୍ତିମ ବିଶ୍ବକପ୍‌ ହେବ।