Categories
ଆଜିର ଖବର ଜାତୀୟ ଖବର

ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ୟୁନିଫାଇଡ୍ ପେନ୍ସନ୍ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ନୂତନ ପେନ୍ସନ୍ ଯୋଜନାରେ ସୁଧାରର ଦାବିକୁ ଦୃଷ୍ଟିରେ ରଖି ସରକାର ୟୁନିଫାଇଡ୍ ପେନ୍ସନ୍ ଯୋଜନାକୁ ଅନୁମୋଦନ କରିଛନ୍ତି। ନୂତନ ପେନ୍ସନ୍ ଯୋଜନାରେ ଉନ୍ନତି ଆଣିବା ପାଇଁ ଡକ୍ଟର ସୋମନାଥ କମିଟି ଗଠନ କରାଯାଇଥିଲା। ବିସ୍ତୃତ ଆଲୋଚନା ପରେ ଏହି କମିଟି ରିପୋର୍ଟ ଉପସ୍ଥାପନ କରିଛି।

ଆଜି କେନ୍ଦ୍ର କ୍ୟାବିନେଟର ସଂକ୍ଷିପ୍ତ ସୂଚନା ଦେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ୟୁନିଫାଇଡ୍ ପେନ୍ସନ୍ ସ୍କିମ୍ ଘୋଷଣା ମଧ୍ୟ ଅନ୍ତର୍ଭୁକ୍ତ। ଚାକିରୀ ପରେ ପ୍ରାପ୍ତ ପେନ୍‌ସନ୍‌କୁ ଧ୍ୟାନରେ ରଖି ଏହି ଯୋଜନା ପ୍ରଣୟନ କରାଯାଉଛି।