Categories
ଆଜିର ଖବର ଖେଳ

ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌କୁ ବିସିସିଆଇର ସବୁଜ ସଙ୍କେତ : ଆଇପିଏଲ୍‌କୁ ନେଇ ଉତ୍ସାହୀ କ୍ରୀଡାପ୍ରେମୀ

ନୂଆଦିଲ୍ଲୀ : ଖୋଲା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳିବା ପାଇଁ ସରକାରଙ୍କ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଆଇପିଏଲ୍‌କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହା ସହିତ ଚଳିତ ବର୍ଷ ଆଇପିଏଲ୍‌ ଖେଳ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର 25ରୁ ନଭେମ୍ବର 1 ମଧ୍ୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ବିସିସିଆଇର ଜନୈକ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।

କ୍ରିକେଟ୍‌ ମ୍ୟାଚ୍‌ର ସର୍ବାଧିକ ଅର୍ଥ ପ୍ରସାରଣ ରାଇଟ୍‌ସରୁ ମିଳିଥାଏ । ଷ୍ଟାଡିୟମ୍‌ ଟିକେଟ୍‌ ବିକ୍ରି ଅର୍ଥକୁ ନେଇ ବିସିସିଆଇ ଚିନ୍ତିତ ନୁହେଁ । ତେବେ ଦର୍ଶକଙ୍କ ସୁରକ୍ଷା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ମହାମାରୀ ସମୟରେ ବିସିସିଆଇ କ୍ରିକେଟ ସମ୍ପର୍କରେ ଚିନ୍ତା କରୁନାହିଁ । ଏହି ମହାମାରୀ ପରସ୍ଥିତିରୁ ଦେଶ ବାହାରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚିନ୍ତା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆଇସିସି ପକ୍ଷରୁ ରିଲିଜ୍‌ କରାଯାଇଥିବା ଗାଇଡ୍‌ ଲାଇନ୍‌ରେ ଦେଶର ସରକାରଙ୍କ ଅନୁମତିକୁ ପ୍ରାଧାନ୍ୟ ଦିଆଯାଇଥିଲା ।  (ଏଜେନ୍ସି)