Categories
ଅପରାଧ ଆଜିର ଖବର ଜାତୀୟ ଖବର

ଏବେ ବି ଧରାପଡୁନି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ପୋଲିସକୁ ଦେଉଛି ଚକମା, ଆଉ 3 ପୋଲିସ ସସପେଣ୍ଡ

କାନପୁର, ଉତ୍ତର ପ୍ରଦେଶର କାନପୁର ଚୌବେପୁର ବିକୃ ଗାଁରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିରେ 8 ଜଣ ପୋଲିସ କର୍ମଚାରୀ ସହିଦ ହେବା ଘଟଣା ନେଇ ଏବେ ଯୋଗୀ ସରକାରକୁ ହରଡଘଣାରେ ପକାଇଛନ୍ତି ବିରୋଧୀ। ଘଟଣାକୁ 75 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅପରାଧୀ ଗ୍ୟାଙ୍ଗର ସର୍ଦ୍ଦାର ବିକାଶ ଦୁବେକୁ ଧରିବାରେ ପୋଲିସ ବିଫଳ ହୋଇଛି। ଏପରିକି ପୋଲିସକୁ ବିକାଶର ଟେର୍ ବି ମିଳୁନାହିଁ। ପୋଲିସଠାରୁ ଅଧିକ ବଳବାନ ସାଜିଛି ଅପରାଧୀ ବିକାଶ। ପୋଲିସକୁ ଚକମା ପରେ ଚକମା ଦେଇ ଘୁରି ବୁଲୁଛି ଦୁବେ, ନା ଖୋଦ୍ ପୋଲିସ ଆଶ୍ରୟରେ ରହିଛି କ୍ରାଇମ ମାଷ୍ଟର ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଇତିମଧ୍ୟରେ କାନପୁର ପୋଲିସର ଆଉ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ କ୍ରାଇମ ନେଟୱର୍କରେ ସଂପୃକ୍ତ ଥିବା ଅଭିଯୋଗରେ ଚାକିରିରୁ ସସପେଣ୍ଡ କରାଯାଇଛି। ବିକାଶ ଦୁବେକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର ବିଭିନ୍ନ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ବେଳେ ସ୍ବତନ୍ତ୍ର ଟାସ୍କ ଫୋର୍ସକୁ ତଲାସୀ ଅଭିଯାନରେ ନିୟୋଜିତ କରାଯାଇଛି। ଜୁନ୍ 3ରେ ପୋଲିସ ଗ୍ୟାଙ୍ଗଷ୍ଟର ବିକାଶର ବିକୃସ୍ଥିତ ଘରେ ପୋଲିସ ଚଢାଉ କରିବା ବେଳେ ଅପରାଧୀଙ୍କ ଗୁଳିମାଡରେ 8 ଜଣ ପୋଲିସ ସହିଦ ହୋଇଥିଲେ। ସେଦିନରୁ ବିକାଶ ପୋଲିସକୁ ଚକମା ଦେଇ ଆତ୍ମଗୋପନ କରି ରହିଛି।(ଏଜେନସି)