Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ, ଗତ ଥର ୨୫୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ଆଫଗାନିସ୍ତାନ ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜ୍ ଖବର ଅନୁଯାୟୀ ହେରାତରେ ୬.୩ ତ୍ରିବତାର ଭୂମିକମ୍ପ ମାପ କରାଯାଇଛି। ଗତ ସପ୍ତାହରେ ମଧ୍ୟ ହେରାତ ପ୍ରଦେଶରେ ୬.୩ ତୀବ୍ରତାର ଭୂମିକମ୍ପ ଘଟି ୨୫୦୦ ଲୋକ ପ୍ରାଣ ହରାଇଥିଲେ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହା ସ୍ପଷ୍ଟ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲ୍ୟାଣ୍ଡ, ୭.୧ ତୀବ୍ରତା ଅନୁଭୂତ

ନୂଆଦିଲ୍ଲୀ: ଆଜି ନ୍ୟୁଜିଲ୍ୟାଣ୍ଡରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ବିଶ୍ଵର ଭୂମିକମ୍ପ କାର୍ଯ୍ୟକଳାପ ଉପରେ ନଜର ରଖିଥିବା ଆମେରିକା ଜିଓଲୋଜିକାଲ ସର୍ଭେ (USGS) ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡର କେରମାଡେକ୍ ଦ୍ୱୀପପୁଞ୍ଜରେ ୭.୧ ତୀବ୍ରତାର ଏକ ଭୂମିକମ୍ପ ଘଟିଛି। ୧୦ କିଲୋମିଟର ଗଭୀରତାରେ ଆସିଛି। ଏଭଳି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ରିପୋର୍ଟ ଆସିନୀ।