Categories
ଆଜିର ଖବର ଜାତୀୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୂବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କ୍ୟାମ୍ପସ, ପରିବେଶ ଓ ଶିକ୍ଷାଦାନ ପରମ୍ପରା ଦୃଷ୍ଟିରୁ ଏହା ଦେଶର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟର ଯାତ୍ରାରେ ଯୋଗଦାନ ଦେଇଥିବା ସମସ୍ତ ଦିବଙ୍ଗତଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ହେବା ତାଙ୍କର ସୌଭାଗ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ୱୀକୃତିପ୍ରାପ୍ତ କଲେଜରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ସେ ଏହା ଜାଣି ଖୁସି ହୋଇଥିଲେ ଯେ ଏହି ଛାତ୍ରମାନଙ୍କ ମଧ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରତିଶତ ଅଧିକ। ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ଯେ ସେମାନେ ଭେଟୁଥିବା ସମସ୍ତଙ୍କ ମଧ୍ୟରେ ମାନବିକ ଗୁଣ, ଯେପରିକି ବିନମ୍ରତା ଏବଂ ନମ୍ରତା, ପ୍ରେମ ଏବଂ କରୁଣା ସୃଷ୍ଟି କରନ୍ତୁ। ସେ କହିଛନ୍ତି ଯେ ସେମାନେ ମନେ ରଖିବା ଉଚିତ ଯେ ମାନବ ସମାଜର ଅସ୍ତିତ୍ୱ ପାଇଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଜରୁରୀ। ସେମାନଙ୍କ ଦୟା କେବଳ ମନୁଷ୍ୟଙ୍କ ପାଇଁ ନୁହେଁ, ବରଂ ଆମ ପୃଥିବୀର ସମସ୍ତ ଜୀବିତ ଏବଂ ପରଲୋକଗତ ପ୍ରାଣୀଙ୍କ ପାଇଁ ମଧ୍ୟ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କ ଶିକ୍ଷକମାନେ ପ୍ରାୟତଃ ମାଆ, ମାତୃଭୂମି ଏବଂ ମାତୃଭାଷାକୁ ଭଲ ପାଇବା ଶିଖାଉଥିଲେ। ମାତୃଭାଷାରେ ଶିକ୍ଷା ଆମକୁ ଆମ ସଂସ୍କୃତି ସହ ଯୋଡ଼ିଥାଏ ବୋଲି ସେ କହିଥିଲେ। ସେ କହିଥିଲେ ଯେ ଆମକୁ ଏକ ଅତି ସମୃଦ୍ଧ ସଂସ୍କୃତି ମିଳିଛି ଏବଂ ଆମକୁ ଏହାର ସଂରକ୍ଷଣ କରିବାକୁ ପଡିବ। ଭାରତୀୟ ଜ୍ଞାନ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଆମେ ଆମର ମୂଳକୁ ଚିହ୍ନିବା ଉଚିତ୍।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ କବାଡି ଟିମ୍ ର ଦ୍ୱିତୀୟ ସ୍ଥାନ ହାସଲ

ଭୁବନେଶ୍ୱର: ଗତ ଫେବୃୟାରୀ ୧୩ ତାରିଖ ଦିନ କଟକରେ ଶେଷ ହୋଇଥିବା ଦ୍ୱିତୀୟ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରପୁରୁଷ କବାଡି ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଦଳ ଫାଇନାଲ ରେ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୨୩ -୪୮ ପଏଂଟ୍ ରେ ହାରି ଯାଇଥିଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଏହି ଆୟୋଜିତ ହୋଇଥିଲା। ସେହିପରି ବାସ୍କେଟବଲରେ ସୋଆର ପୁରୁଷ ଟିମ୍ ସେମିଫାଇନାଲରେ ୩୯- ୫୪ ପଏଂଟ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ପରାଜୟ ବରଣ କରି ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରୁଷ ଟେବୁଲ ଟେନିସ୍‌ର ସେମିଫାଇନାଲରେ ସୋଆର ଅବିନାଶ ତ୍ରିପାଠୀ ପରାସ୍ତ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲେ।

ଏହି ଖେଳାଳୀ ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବ୍ୟାସକବିଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ସଭାପତି ଜୀବନ ମହାପାତ୍ର, ସାଧାରଣ ସମ୍ପାଦକ ଡ଼ ବିରାଜ ମୋହନ ଦାସ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରା, ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ

ଭୁବନେଶ୍ବର, ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ।

ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ।

ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ 10ଟା 10 ରେ ରାଜଭବନ ବାହାରି ବାଣୀବିହାରରେ 10ଟା 20 ରେ ପହଁଞ୍ଚିବେ। ସେଠାରେ ସେ 10ଟା 30 ରୁ 11 ଟା 30 ପର୍ଯ୍ୟନ୍ତ ରହିବେ। ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ଉପରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିବେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଉପରାଷ୍ଟ୍ରପତି ଦିନ 11 ଟା 40 ମିନିଟରୁ ବାହାରି ରାଜଭବନ ଯିବେ। ସେଠାରେ ସେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 4ଟା 40 ମିନଟରେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ। ସେଠାରୁ ସେ ଅପରହ୍ନ 5ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଉତ୍କଳ ବିଶ୍ବବିଦ୍ୟାଳୟରୁ ଶକ୍ତିକାନ୍ତ ଦାସ,ଗିରିଶ ମୂର୍ମୁଙ୍କ ସହ 5 ଜଣଙ୍କୁ ମିଳିବ ଡକ୍ଟରେଟ ଉପାଧୀ

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଓଡିଶାର 5 ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ ଜନକ ଡକ୍ଟରେଟ ଉପାଧୀ। ସେମାନେ ହେଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ, ହାଇକୋର୍ଟ ବିଚାରପତି ସଂଜୁ ପଣ୍ଡା, ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ  ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନର ଉପଦେଷ୍ଠା ବିଜୟ ସାହୁ।

ଆସନ୍ତା ଏପ୍ରିଲ ତିନି ତାରିଖରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଯୋଗଦେବେ। ଏଥିରେ 40 ଜଣଙ୍କୁ ପିଏଚଡି ଏବଂ 90 ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।