Categories
ଆଜିର ଖବର ଜାତୀୟ ଖବର

ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହି ହେଲିକପ୍ଟରଟି ଉତ୍ତରାଖଣ୍ଡର ଗଙ୍ଗନାନି ଆଗରେ ଖସିପଡିଛି। ହେଲିକପ୍ଟରରେ ୫ ରୁ ୬ ଜଣ ଯାତ୍ରୀ ଥିଲେ। ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା କୁହାଯାଉଛି। ଉତ୍ତରକାଶୀର ଡିଏମ ଘଟଣାସ୍ଥଳକୁ ଯାଇଛନ୍ତି। ଯାତ୍ରୀବାହୀ ହେଲିକପ୍ଟରଟି ଡେରାଡୁନରୁ ହର୍ଷିଲ ହେଲିପ୍ୟାଡ ପାଇଁ ଉଡ଼ାଣ ଭରଥିଲା। ସୂଚନା ମିଳିଛି ଯେ, ଗଙ୍ଗାନାନି ପୂର୍ବରୁ ନାଗ ମନ୍ଦିର ତଳେ ଏବଂ ଭାଗୀରଥି ନଦୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ଗଡ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ ଦୁର୍ଘଟଣାର ନିଶ୍ଚିତ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ପୋଲିସ, ସେନା କର୍ମଚାରୀ, ବିପର୍ଯ୍ୟୟ ପରିଚାଳନା ଦଳ, ଆମ୍ବୁଲାନ୍ସ, ତହସିଲଦାର ଏବଂ ବିଡିଓ ରାଜସ୍ୱ ଦଳ ସହିତ ଘଟଣା ସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର ପାଇଁ ଯାଇଛନ୍ତି। ଘଟଣାଟି ସକାଳ ୯ଟାରେ ଘଟିଥିବା କୁହାଯାଉଛି। ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି।