Categories
ଆଜିର ଖବର ଜାତୀୟ ଖବର

ମେ ୧୦ ରେ ଖୋଲିବ ବାବା କେଦାରଙ୍କ କବାଟ, ମେ ୬ ରେ ଶୀତକାଳୀନ ଗାଦିରୁ ବାବା ଆରମ୍ଭ କରିବେ ଯାତ୍ରା

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ମହାଶିବରାତ୍ରୀଙ୍କ ଶୁଭ ଅବସରରେ ବାବା କେଦାରନାଥ ଧାମଙ୍କ କବାଟ ଖୋଲିବାର ତାରିଖ ଘୋଷଣା କରାଯାଇଛି। ଆଜି ଓମକାରେଶ୍ୱର ମନ୍ଦିରର ଉଖିମଠରେ ଏହି’ ତାରିଖ ଘୋଷଣା କରାଯାଇଛି। ମଇ ୧୦ ତାରିଖ ସକାଳ ୭ ଟାରୁ ବାବା କେଦାରଙ୍କ ଦ୍ୱାର ଖୋଲିବ। ଏଥିସହ ଶୀତକାଳୀନ ଗାଦି ଓମକାରେଶ୍ୱର ମନ୍ଦିରରୁ ମଇ ୬ ତାରିଖରେ ବାବାଙ୍କୁ ଶ୍ରୀ କେଦାରନାଥ ଧାମ ଅଭିମୁଖେ ନିଆଯିବ।

ବାବା କେଦାରନାଥ ରାୱଲ ଏବଂ ଅନ୍ୟ ପୁରୋହିତଙ୍କ ଉପସ୍ଥିତିରେ ଶୁଭ ମୂହୁର୍ତ୍ତ ବାହାର କରାଯାଇଛି। ଏହି ଅବସରରେ ବଦ୍ରି କେଦାର କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ମଧ୍ୟ ଉପସ୍ଥିତ ଥିଲେ। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି କହିଛି ଯେ ପଞ୍ଚମୁଖୀ ଡୋଲି ମେ ୬ ତାରିଖରେ ଶ୍ରୀ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିବେ ଏବଂ ମେ ୯ ତାରିଖ ତାରିଖ ସନ୍ଧ୍ୟାରେ କେଦାରନାଥ ଧାମରେ ​​ପହଞ୍ଚିବେ।