Categories
ଆଜିର ଖବର ମନୋରଂଜନ ସିନେମା

ରିଲିଜ୍‌ ହେଲା ‘ଭି’ର ଟିଜ୍ର୍‌ : ସାଇକୋ ଭୂମିକାରେ ନାନି

ହାଇଦ୍ରାବାଦ : ଲୋକପ୍ରିୟ ତେଲୁଗୁ ଅଭିନେତା ନାନି ଅପ୍‌କମିଙ୍ଗ ଫିଲ୍ମ ଭିରେ ନଜର ଆସିବାକୁ ଯାଉଛନ୍ତି । ଏହି ସାଇକୋଲୋଜିକାଲ ଥ୍ରୀଲରରେ ନାନିଙ୍କ ସହିତ ସୁଧୀର ବାବୁ ନଜର ଆସିବାକୁ ଯାଉଛନ୍ତି । ଟିଜରରେ ସୁଧୀର ବାବୁ ପୋଲିସ୍‌ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ନାନି ଜଣେ ସିରିଏଲ୍‌ କିଲର୍‌ ଭୂମିକାରେ ନଜର ଆସିଛନ୍ତି । ଉଭୟଙ୍କ ବ୍ୟତିତ ନିଭେତା ଥୋମାସ୍‌ ଏବଂ ଅଦିତି ରାଓ ହାଇଦରୀ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଉଗାଡି ଅବସରରେ ମାର୍ଚ୍ଚ 25 ତାରିଖରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ପଦାର୍ପଣକାରୀ ମୋହନ କ୍ରିଷ୍ଣା ଇନ୍ଦ୍ରାଗଣ୍ଟି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।