Categories
ଆଜିର ଖବର ଜାତୀୟ ଖବର

କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା : ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି, ମୃତକଙ୍କ ପରିବାରକୁ ମିଳିବ 50 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି

ବିଜୟଓ୍ବାଡା : ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା ବଢ଼ି 9ରେ ପହଞ୍ଚିଛି। ତେବେ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମୃତକଙ୍କ ସମ୍ପର୍କୀୟଙ୍କୁ 50ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ଘୋଷଣା କରିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୋଭିଡ-19 କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର

ନାଇଡୁଙ୍କୁ ମିଳିଲାନି ଭିଆଇପି ସୁବିଧା : ଓ୍ବାଇଏସ୍‌ଆର୍‌କୁ ଟାର୍ଗେଟ୍‌ କଲା ଟିଡିପି

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ପ୍ରମୁଖ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ବିଜୟଓ୍ବାଡାର ଗନ୍ନବରମ୍‌ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ଏପରିକି ଭିଆଇପି ସୁବିଧାରୁ ମଧ୍ୟ ତାଙ୍କୁ ବଂଚିତ କରାଯାଇଛି। ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବସ୍‌ରେ ତାଙ୍କୁ ଯାତ୍ରା ମଧ୍ୟ କରିବାକୁ ପଡିଛି। ପ୍ରବେଶ ପଥରେ ଜଣେ ସୁରକ୍ଷାକର୍ମୀଙ୍କ ଦ୍ବାରା ତାଙ୍କର ତଲାସୀ କରାଯାଇଥିବାର ଦେଖାଯାଇଥିଲା। ଏପରିକି ତାଙ୍କୁ ବିମାନ ନିକଟରେ ପହଞ୍ଚିବା ପାଇଁ ଭିଆଇପି ବାହନର ଅନୁମତି ମଧ୍ୟ ମିଳିନଥିଲା। ତେବେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛି ଟିଡିପି। ଟିଡିପି ଓ୍ବାଇଏସ୍‌ଆର କଂଗ୍ରେସକୁ ଟାର୍ଗେଟ୍‌ କରିବା ସହ ପ୍ରତିଶୋଧର ରାଜନୀତି କରୁଛି ବୋଲି କହିଛି। ଟିଡିପି ନେତା ତଥା ରାଜ୍ୟର ପୂର୍ବ ଗୃହ ମନ୍ତ୍ରୀ ଚିନ୍ନା ରାଜପ୍ପାଙ୍କ ମତରେ ନାଇଡୁଙ୍କ ସହ ଅଧିକାରୀଙ୍କ ବ୍ୟବହାର ବହୁତ ଅପମାନଜନକ ରହିଥିଲା। ନାଇଡୁ ପୂର୍ବରୁ ଏଭଳି ସ୍ଥିତି ସାମ୍ନା କରିନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନାଇଡୁଙ୍କୁ ଉଚିତ୍‌ ସୁରକ୍ଷା ଦେବା ପାଇଁ ଦାବି ମଧ୍ୟ କରିଛନ୍ତି।