Categories
ଆଜିର ଖବର ମନୋରଂଜନ ସିନେମା

କୋବ୍ରାର ସୁଟିଂ ଆରମ୍ଭ କଲେ ବିକ୍ରମ-ଶ୍ରୀନିଧି

ଚେନ୍ନାଇ : ଲୋକପ୍ରିୟ ତାମିଲ ଅଭିନେତା ଚିୟାନ୍‌ ବିକ୍ରମ ଏବଂ ଅଭିନେତ୍ରୀ ଶ୍ରୀନିଧି ସେଟ୍ଟୀ ନିଜର ଅପକମିଙ୍ଗ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଆକ୍ସନ୍‌ ଥ୍ରୀଲର ବର୍ଗର ଏହି ଫିଲ୍ମକୁ ନେଇ ଦର୍ଶକ ଉତ୍ସାହିତ ରହିଥିବା ବେଳେ ବିକ୍ରମ ଟ୍ବିଟ୍‌ କରି ଫିଲ୍ମ ସୁଟିଂ ଆରମ୍ଭ ହୋଇଥିବା ନେଇ ଘୋଷଣା କରିଛନ୍ତି । ସେହିପରି କେଜିଏଫ୍‌ରୁ ସିଲ୍‌ଭର ସ୍କ୍ରିନ୍‌ ଯାତ୍ରା ଆରମ୍ଭ କରିଥିବା ଶ୍ରୀନିଧି ମଧ୍ୟ ଏହି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଚେନ୍ନାଇରେ ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଫିଲ୍ମର ଅନ୍ତିମ ଭାଗର ସୁଟିଂ ଋଷିଆରେ ହେବ । ଅଜୟ ଆର ଗଣମୁଥୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ 2021ରେ ଏହି ଫିଲ୍ମଟି ରିଲିଜ୍‌ ହେବ । ଶ୍ରୀନିଧି କେଜିଏଫ୍‌-2ରେ ନଜର ଆସିବାକୁ ଯାଉଥିବା ବେଳେ ବିକ୍ରମ ଧ୍ରୁବ ନଟଚରିତମ୍‌ରେ ନଜର ଆସିବେ । (ଏଜେନ୍ସି)

Categories
ଆଜିର ଖବର

ମିଳିଲା ବିକ୍ରମର ଭଗ୍ନାବଶେଷ : ଟ୍ବିଟ୍ଟରରେ ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ,3/12: ଆମେରକିୀୟ ମହାକାଶ ବିଜ୍ଞାନ ସଂସ୍ଥାନ ନାସା ପକ୍ଷରୁ ସୋମବାର ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କରାଯାଇଛି । ନାସାର ଏଲ୍‌ଆର୍‌ଓସି କ୍ୟାମେରାରେ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି ଫଟୋରେ ବିକ୍ରମର ଲ୍ୟାଣ୍ଡିଂ ସ୍ଥାନ ଏବଂ ଭଗ୍ନାବଶେଷ ଦେଖିବାକୁ ମିଳିଛି । ସନମୁଗ ସୁବ୍ରମଣ୍ୟନ୍‌ଙ୍କୁ ପ୍ରଥମେ ଏହି ଫଟୋ ପାଇବା ପରେ ନାସାର ଏଲଆରଓସି ବିଭାଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଅକ୍ଟୋବର 14,15 ଏବଂ ନଭେମ୍ବର 11 ତାରିଖରେ ଉତ୍ତୋଳିତ ଫଟୋର ତର୍ଜମା କରି ନାସା ଏହି ନିଷ୍କର୍ସରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ, ଭାରତର ଚନ୍ଦ୍ରଯାନ-2 ମିଶନର ଅନ୍ତିମ ଭାଗ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହେବା ସହିତ ଏହା ସହିତ ସମ୍ପର୍କ ସ୍ଥାପନ ସମ୍ଭବ ହୋଇନଥିଲା । (ଏଜେନ୍ସୀ)