Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟକ୍ତିତ୍ୱ

ବିନୋଦ କାମ୍ବଲୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ସୁନୀଲ ଗାଭାସ୍କର, ମାସକୁ ଦେବେ..

ନୂଆଦିଲ୍ଲୀ: ଅସୁବିଧାରେ ରହୁଥିବା ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳୀ ବିନୋଦ କାମ୍ବଲୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ପ୍ରଖ୍ୟାତ ଖେଳାଳୀ ସୁନୀଲ ଗାଭାସ୍କର। ଆଜି ଏ ନେଇ ସେ ଘୋଷଣା କରିଛନ୍ତି। ସେ ଗାଭାସ୍କାର ଚାମ୍ପସ ଫାଉଣ୍ଡେସନରୁ ମାସକୁ ତିରିଶ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।

ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ବର୍ତ୍ତମାନ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିସହିତ ସେ ବଡ ଆର୍ଥିକ ସମସ୍ୟା ପରିସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କର ସ୍ନାୟୁ ସମସ୍ୟା ଯୋଗୁଁ ସେ ଠିକରେ ଚାଲିପାରୁ ନାହାଁନ୍ତି। ଅନ୍ୟତମ କ୍ରିକେଟକ ସଚୀନ ତେନ୍ଦୁଲକରଙ୍କ ସେ ହେଉଛନ୍ତି ବାଲ୍ୟବନ୍ଧୁ। ଗାଭାସ୍କାରଙ୍କ ଏହି ଘୋଷଣା ପରେ କାମ୍ବଲୀଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି।