Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ, ପୁଟିନଙ୍କ ସହ କେଉଁ ପ୍ରସଙ୍ଗରେ ହେବ ଆଲୋଚନା, କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଯାଉଛନ୍ତି। ସେଠାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହାପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଏକ ବିବୃତ୍ତି ଦେଇଛନ୍ତି। ରବିବାର ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷ ଗସ୍ତ ତାଙ୍କ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବାଣିଜ୍ୟ ସମେତ ଅନେକ ପ୍ରସଙ୍ଗରେ ସିଧାସଳଖ ଆଲୋଚନା କରିବାର ଏକ ବଡ଼ ସୁଯୋଗ।

ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, “ବାଣିଜ୍ୟ ଅସନ୍ତୁଳନ ପରି କିଛି ପ୍ରସଙ୍ଗ ଅଛି। ତେଣୁ ନେତୃତ୍ୱ ସ୍ତରରେ ଏହା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ସହ ପରସ୍ପର ସହ ବସି ଆଲୋଚନା କରିବା ପାଇଁ ଏକ ବଡ଼ ସୁଯୋଗ ହେବ। ସମ୍ପର୍କକୁ କିପରି ଆଗକୁ ନିଆଯିବ, ସେନେଇ ଉଭୟ ନେତୃତ୍ଵଙ୍କ ପାଇଁ ଉଦ୍ୟମ ରହିବ। ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବାର୍ଷିକ ଶିଖର ବୈଠକର ଆବଶ୍ୟକତାକୁ ଉଭୟ ଭାରତ ଏବଂ ରୁଷ ଗୁରୁତ୍ୱ ଦେଉଛନ୍ତି।