Categories
ଆଜିର ଖବର ଖେଳ

ଓ୍ବେଲିଂଟନ୍‌ ଟେଷ୍ଟ : ବ୍ୟାଟିଂ ବିପର୍ଯ୍ୟୟ ପରେ 39 ରନ୍‌ରେ ପଛୁଆ ଭାରତ

ଓ୍ବେଲିଂଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବାରୁ ଦଳ 39 ରନ୍‌ ପଛରେ ରହିଛି । ଭାରତ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 348 ରନ୍‌ ସଂଗ୍ରହ କରିଥିଲା । କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89ଙ୍କ ବ୍ୟତିତ ନିମ୍ନକ୍ରମରେ କାଇଲ୍‌ ଜାମିସାନେ (44) ଏବଂ ଟ୍ରେଣ୍ଟ ବୋଲ୍ଟ (38) ରନ୍‌ ସଂଗ୍ରହ କରିବାରୁ ନ୍ୟୁଜିଲ୍ୟାଣ୍ଡ 183 ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । 183 ରନ୍‌ରେ ପଛୁଆ ରହିଥିବା ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା 144/4ରେ ପହଞ୍ଚିଛି । ଭାରତ ପକ୍ଷରୁ ଓପ୍ନର ପୃଥ୍ବୀ ଶ(14) ପୁନର୍ବାର ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ (58) ଏବଂ ଚେତେଶ୍ବର ପୂଜାରା (11)ଙ୍କ ମଧ୍ୟରେ 51 ରନ୍‌ର ଭାଗିଦାରୀ କରିଥିଲେ । ମାତ୍ର ପୂଜାରଙ୍କ ଓ୍ବିକେଟ ପତନ ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟ୍ରେଣ୍ଟ ବୋଲ୍ଟ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (25) ଏବଂ ହନୁମା ବିହାରୀ(14)ଙ୍କ ମଧ୍ୟରେ 31ରନ୍‌ର ଅବିଭାଜିତ ଭାଗିଦାରୀ ହୋଇଛି ।

Categories
ଆଜିର ଖବର ଖେଳ

ଓ୍ବେଲିଙ୍ଗଟନ୍‌ ଟି20 : ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 166 ରନ୍‌ର ବିଜୟ ଲକ୍ଷ୍ୟ

ଓ୍ବେଲିଙ୍ଗଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଭାରତ 165 ରନ୍‌ ସଂଗ୍ରହ କରିଛି । ସିରିଜ୍‌ ବିଜୟୀ ହୋଇ ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ନିମନ୍ତେ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍‌ ଏବଂ ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଖେଳାଇଥିଲା । ନିର୍ଭରଯୋଗ୍ୟ ଭାରତୀୟ ଟପ୍‌ ଅର୍ଡର ଏହି ମ୍ୟାଚ୍‌ରେ ଫେଲ୍‌ ମାରିଥିବା ବେଳେ ମନୀଷ ପାଣ୍ଡେଙ୍କ ଚମତ୍କାର 50 ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ 165 ରନ୍‌ ସଂଗ୍ରହ କରିଥିଲା । ଚମତ୍କାର ଫର୍ମରେ ରହିଥିବା ଓପ୍‌ନର କେଏଲ୍‌ ରାହୁଲ୍‌ 26 ବଲ୍‌ରୁ 39 ରନ୍‌ ସଂଗ୍ରହ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ୍‌ ଠାକୁର 15 ବଲ୍‌ରୁ 20 ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ । ଗୋଟିଏ ପଟୁ ଓ୍ବିକେଟ୍‌ ଖସି ଚାଲିଥିଲେ ମଧ୍ୟ ମନୀଷ ପାଣ୍ଡେ 36ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ସହାୟତାରେ 50 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଇଶ୍‌ ସୋଧୀ 26 ରନ୍‌ ବିନିମୟକରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହାମିସ ବେନଟ୍‌ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)