Categories
ଆଜିର ଖବର ଜାତୀୟ ଖବର

ଏକା ସାଙ୍ଗରେ ପାଞ୍ଚ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଲକ୍ଷ୍ନୌ : ବିଶ୍ବାସ ନହେଲେ ମଧ୍ୟ ସତ୍ୟ । ଏକା ସାଙ୍ଗରେ 5 ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ଉତ୍ତର ପ୍ରଦେଶରେ ଏହି ଘଟଣା ଘଟିଛି । ବୁଧବାର ଉତ୍ତରପ୍ରଦେଶର ବାରାବାଙ୍କୀ ଜିଲ୍ଲା ହସ୍ପିଟାଲରେ ଏହି ଘଟଣା ଘଟିଛି । ନବଜାତଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ତିନି ଜଣ ଝିଅ ରହିଛନ୍ତି । ପ୍ରସବ ପରେ 5 ଶିଶୁ ଏବଂ ମା ସୁସ୍ଥ ରହିଥିବା ଜଣାପଡିଛି । ଡାକ୍ତର ଯାଆଁଳା ଶିଶୁ ରହିଥିବାର ଅନୁମାନ କରିଥିବା ବେଳେ 5 ଶିଶୁଙ୍କ ଜନ୍ମ ନେଇ ଶିଶୁଙ୍କ ପିତା କୁନ୍ଦନ ଗୌତମ ଖୁସି ଜାହିର କରିଛନ୍ତି । କୁନ୍ଦନ ବାରାବାଙ୍କୀ ଜିଲ୍ଲାର କତଲପୁରର ରାମ ନଗର ଅଞ୍ଚଳରେ ଅବସ୍ଥାନ କରନ୍ତି । (ଏଜେନ୍ସି)

Categories
ଆଜିର ଖବର

ଭୋଟ୍‌ ଦେଲେ ବିଶ୍ବର ସବୁଠୁ ଛୋଟ ମହିଳା

ଆଜି ୧୭ତମ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିବସ। ଆଜି ସାରା ଭାରତ ବର୍ଷର ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରତି ପାଞ୍ଚବର୍ଷରେ ଥରେ ନିଜର ପସନ୍ଦିତା ଲୋକପ୍ରତିନିଧିକୁ ନିର୍ବାଚିତ କରିବାର ସୁଯୋଗ ମିଳିଥାଏ। ଉତ୍ତମ ଶାସକ ଚୟନ କରିବା ପାଇଁ ଉପଯୁକ୍ତ ଭୋଟ୍‌ ପ୍ରଦାନ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ। ତେବେ ଏହି ପ୍ରଥମ ପର୍ଯ୍ୟାୟରେ ସାମିଲ୍‌ ହୋଇଛନ୍ତି ବିଶ୍ବର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମେଗ୍‌। ନାଗପୁର ଲୋକସଭା ଆସନ ପାଇଁ ସେ ମତଦାନ ଦେଇଛନ୍ତି। ୨୫ ବର୍ଷୀୟା ଜ୍ୟୋତିଙ୍କ ଉଚ୍ଚତା ମାତ୍ର ୨୪.୭ ଇଞ୍ଚ। ବିଶ୍ବର ସବୁଠୁ ଛୋଟ ମହିଳା ଭାବେ ଜ୍ୟୋତି ଗିନିଜ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତେବେ ଜ୍ୟୋତି ଭୋଟ୍‌ ଦେବା ସହିତ ସମସ୍ତଙ୍କୁ ଭୋଟ୍‌ ଦେଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ଏକ ସୁନ୍ଦର ବାର୍ତ୍ତା ଦେବା ସହିତ ନିଜର ଭୋଟ୍‌ର କାର୍ଡ ସହ ଭୋଟ୍‌ ଦେଇଥିବା ପ୍ରମାଣ ସ୍ବରୂପ ନିଜର କାଳିଲଗା ଆଙ୍ଗୁଠିକୁ ପ୍ରଦର୍ଶନ କରିଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )