Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ଅଜୟ ବଙ୍ଗା, ଜୁନ୍ ୨ ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ସଭାପତି ହେବେ। ବିଶ୍ୱ ବ୍ୟାଙ୍କର ୨୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ଆଜି ଅଜୟ ବଙ୍ଗାଙ୍କୁ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ସଭାପତି ଭାବରେ ମନୋନୀତ କରିଛି। ଅଜୟ ବଙ୍ଗା ଭାରତୀୟ-ଆମେରିକୀୟ ଏବଂ ଆମେରିକୀୟ ଶିଖ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବରେ ବିଶ୍ୱ ବ୍ୟାଙ୍କର ମୁଖ୍ୟ ହେବେ।

ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ବର୍ତ୍ତମାନର ସଭାପତି ଡେଭିଡ ମାଲପାସଙ୍କ ସ୍ଥାନ ନେବେ। ଫେବୃଆରୀ ଶେଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ଵାରା ଶ୍ରୀଯୁକ୍ତ ବଙ୍ଗା (୬୩) ମନୋନୀତ ହୋଇଥିଲେ। ଜୋ ବାଇଡେନ କହିଥିଲେ ଯେ, ଏହି ବିଶ୍ୱସ୍ତରୀୟ ସଂଗଠନର ନେତୃତ୍ୱ ନେବା ପାଇଁ ଅଜୟ ବଙ୍ଗା ସବୁଠାରୁ ଉପଯୁକ୍ତ ବ୍ୟକ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଓଡିଶା ସହ ଛଅଟି ରାଜ୍ୟର ଶିକ୍ଷା ବିକାଶ ପାଇଁ 5718 କୋଟି ଟଙ୍କାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ନିଷ୍ପତି ନିଆଯାଇଛି। ଏଥିରେ ବିଶ୍ବ ବ୍ୟାଙ୍କ ସହଯୋଗରେ ସ୍କୁଲ ଶିକ୍ଷା ଉନ୍ନତି ପାଇଁ 5718 କୋଟି ଟଙ୍କାକୁ କ୍ୟାବିନେଟ ମଂଜୁର ଦେଇଛନ୍ତି। ଶିକ୍ଷା ପାଇଁ ଜୁନ 24 ତାରିଖରେ ବିଶ୍ବ ବ୍ୟାଙ୍କ କେନ୍ଦ୍ରକୁ 500 ମିଲିୟନ ଡଲାର ସହଯୋଗ ପ୍ରଦାନ କରିଛି। ଏହି ଅନୁଦାନରେ ଦେଶର ଓଡିଶା ସମେତ ଛଅ ଟି ରାଜ୍ୟରେ ଲାଗୁ ହେବ।

ଏହି ଯୋଜନାର ନାମ ରହିଛି ଷ୍ଟାରସ୍। ଯାହାକୁ ଇଂରାଜୀରେ କୁହାଯାଏ Strengthening Teaching-Learning and Results for States Program ବା STARS। ଏହି ଯୋଜନା କେବଳ ଓଡିଶା ସହିତ ହିମାଚଳ ପ୍ରଦେଶ,ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ରାଜସ୍ଥାନ ଏବଂ କେରଳ ରାଜ୍ୟରେ ଲାଗୁ ହେବ।

ଏହି ଯୋଜନା ମାଧ୍ୟମରେ ଏହି ଛଅଟି ରାଜ୍ୟର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ସ୍କୁଲ ଶିକ୍ଷା ପରିଚାଳନା ପାଇଁ ଖର୍ଚ୍ଚ ହେବ। ଏହାକୁ ‘ସମଗ୍ର ଶିକ୍ଷା’ ବୋଲି କୁହାଯାଉଛି। ଏହି ଯୋଜନାରେ 6ଟି ରାଜ୍ୟର 6 ବର୍ଷରୁ 17 ବର୍ଷର ପ୍ରାୟ 25 କୋଟି ଛାତ୍ରଛାତ୍ରୀ ଉପକୃତ ହେବେ।