Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ

ସମ୍ବଲପୁର: ସାରା ରାଜ୍ୟରେ ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ କରାଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ସଂସ୍ଥା ଏହାକୁ ସ୍ବାଗତ କରୁଛନ୍ତି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରୀ ମଧ୍ୟ ଏହାକୁ ବିପୁଳ ସଂଖ୍ୟାରେ ସ୍ବାଗତ କରିଛନ୍ତି। ସେଠାରେ ଟ୍ରଫି ପହଞ୍ଚିବା ପରେ ବିଶ୍ବବିଦ୍ୟାଳରେ ଏକ ରଂଗାରଂଗ ପରିବେଷରେ ସ୍ବାଗତ କରାଯାଇଥିଲା।

କେବଳ ସ୍ବାଗତ ନୁହଁ, ହକି ଖେଳକୁ ପ୍ରସାର କରାଇବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ଆନ୍ତଃକଲେଜ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ ମଧ୍ୟ କରାଯାଉଛି। ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ: ଖୋଲା ଦେହ ଓ ଲୁଙ୍ଗି ପିନ୍ଧି ହକି ନିମନ୍ତ୍ରଣକୁ କଲେ ଗ୍ରହଣ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ସରକାର ବିଶ୍ବକପ ହକି ଆୟୋଜନରେ ମନୋନିବେଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିଜ ମନ୍ତ୍ରୀମାନଙ୍କୁ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପଠାଇଛନ୍ତି। ଫଳରେ ଏବେ ରାଜ୍ୟର ସମସ୍ତ ମନ୍ତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ଜର୍ସି, ତାରକସି କୋଣାର୍କ ଚକ ଏବଂ ନିମନ୍ତ୍ରଣ ଦେଉଛନ୍ତି।

ତେବେ ଏହି ନିମନ୍ତ୍ରଣ ଗ୍ରହଣ କରିବାରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀ। ତାଙ୍କୁ ନିମନ୍ତ୍ରଣ ପତ୍ର ଦେବା ପାଇଁ ଯାଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ତାଙ୍କଠାରୁ ସେ ହକି ନିମନ୍ତ୍ରଣ ସହ ତାରକସି କୋଣାର୍କ ଚକ ଏବଂ ହକି ଜର୍ସି ଗ୍ରହଣ କରିଥିଲେ।

ହେଲେ ସେ ଯେଉଁ ବେଶ ଭୂଷାରେ ଆସିଥିଲେ ସେଥିରେ ମନ୍ତ୍ରୀ ଅତନୁ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ଖୋଲା ଦେହରେ ଏକ ଲୁଙ୍ଗି ପିନ୍ଧି ସାକ୍ଷାତ କରିଥିଲେ। କାରଣ ଜଣ ମୁଖ୍ୟମନ୍ତ୍ରୀ କାହାକୁ ସାକ୍ଷାତ କଲେ ନିଜେ ବେଶପୋଷାକରେ ଆସିଥାନ୍ତି। ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ତାହା କରନ୍ତି ନାହିଁ। ତାହାର କାରଣ ହେଲା ସେ ଏକ ସାଧାରଣ ଜୀବନଯାପନ କରନ୍ତି।

PuduchheryCM

ଅନ୍ୟପକ୍ଷରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ବାସଭବନରେ ନା କିଛି ସୁରକ୍ଷା ଅଛି ନା ଘରେ ଦାମୀ ଆସବାବ ପଡିଛି। ତାଙ୍କ ଘରେ କାଠପଟା ଖଟ ରହିଛି, ଯେଉଁଥିରେ ସେ ନିଜେ ଶୁଅନ୍ତି। ଅତନୁଙ୍କୁ ଏକ ଷ୍ଟିଲ ଥାଳି ଉପରେ ଚା’ କପ ରଖି ଜଣେ ବ୍ୟକ୍ତି ଚା’ ଆଣି ଦେଇଥିଲା। ମୁଖ୍ୟମନ୍ତ୍ରୀ ଅଫିସ ଗଲେ କୌଣସି ପ୍ରୋଟକଲରେ ଯାଆନ୍ତି ନାହିଁ, ମଟର ସାଇକେଲରେ ସେ ଅଫିସ ଯିବା ଆସିବା କରନ୍ତି।

ଅତନୁଙ୍କୁ ଦେଖିବା ପରେ ସେ ବହୁତ ଖୁସି ହେଲେ। ମୁଖ୍ୟତଃ ପୁରୀ ଶ୍ରୀ ଜଗନ୍ନାଥ ଧାମରୁ ଆସିଥିବାରୁ ଖୁସି ହେବେ। ସେ କହିଲେ ଯେ, ଜଗନ୍ନାଥ ଧାମରୁ ଆସିଥିବା ବ୍ୟକ୍ତିମାନେ ତାଙ୍କୁ ସାକ୍ଷାତ କରିବା ପାଇଁ କୌଣସି କଟକଣା ନାହିଁ। ତାଙ୍କର ଏପରି ସରଳ ଜୀବନଜାପନ ନେଇ ସେ ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛନ୍ତି।

ଏନ ରଙ୍ଗାସ୍ବାମୀ ଚାରି ଥର ପୁଡୁଚେରୀରର ମୁଖ୍ୟମନ୍ତ୍ରୀ ରହିଛନ୍ତି।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

Hockey World Cup: ଓଡିଶାରେ ପହଁଚିଲେ ହକି ଇଣ୍ଡିଆ ଖେଳାଳୀ

Hockey World Cup: ଆଜି ଓଡିଶାରେ ପହଁଚିଛନ୍ତି ହକି ଇଣ୍ଡିଆ ଟିମ। ସେମାନେ ଭୁବନେଶ୍ବରରେ ପହଁଚିବା ପରେ ତାଙ୍କୁ ଓଡିଶା ହକି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେମାନେ  ଅପରାହ୍ନ ୩ଟା ୫ରେ ଭୁବନେଶ୍ବରରୁ ବାହାରି ଅପରାହ୍ନ ୪ଟା ୧୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ।

ଏହାପରେ ଏକ ସ୍ବତନ୍ତ୍ର ବସ ଯୋଗେ ସଡ଼କ ପଥରେ ସେମାନେ ରାଉରକେଲା ଯାତ୍ରା କରିଥିଲେ। ଝାରସୁଗୁଡ଼ା-ରାଉରକେଲା ଗସ୍ତ ସମୟରେ ରାସ୍ତାରେ ସେମାନଙ୍କୁ ଦେଖିବା ପାଇଁ ହକି ପ୍ରେମାଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଟିମ ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟ୍‌ରେ ରାଉରକେଲାରେ ପହଞ୍ଚିଥିଲେ। ଆସନ୍ତାକାଲି ସେମାନେ ଅଭ୍ୟାସ କରିବେ। ଜାନୁୟାରୀ ୧୩ ତାରିଖରୁ ହକି ମହାକୁମ୍ଭ ଆରମ୍ଭ ହେବ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ବକପ ହକି ପ୍ରତିଯୋଗୀତା ଦେଖିବା ପାଇଁ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବକପ ହକି ପ୍ରତିଯୋଗୀତା ଦେଖିବା ପାଇଁ ଆଜି ଟିକେଟ କିଣିଛନ୍ତି। ଆଜି ନବୀନ ନିବାସରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ତାଙ୍କୁ ଏକ ଟିକେଟ ପ୍ରଦାନ କରିଛନ୍ତି। ଏହି ଟିକେଟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଟିକେଟ ମୂଲ୍ୟ ମଧ୍ୟ ଦିଲ୍ଲୀପଙ୍କୁ ପ୍ରଦାନ କରିଛନ୍ତି।

ଆସନ୍ତା ବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲାଠାରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ବରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ। ଏ ନେଇ ଉଭୟ ରାଉରକେଲା ଏବଂ ଭୁବନେଶ୍ବର ଷ୍ଟାଣ୍ଡିୟମକୁ ଚକାଚକ କରାଯାଉଛି।