Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

90 ହଜାର ଡେଇଁଲା ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : 2872 ମୃତ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ମହାମାରୀ ପ୍ରଭାବ ବଢି ଚାଲିଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 3970 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 90927ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 103 ଜଣଙ୍କର ପ୍ରାଣହାନି ଘଟି ମୃତ୍ୟୁ ସଂଖ୍ୟା 2872ରେ ପହଞ୍ଚିଛି । ସେହିପରି ସମୁଦାୟ 34109 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା 53946 ରହିଛି ।

ବିଗତ 24 ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟାରେ 90269 ବୃଦ୍ଧି ଘଟିବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 4.63 ମିଲିୟନ୍‌ରେ ପହଞ୍ଚିଛି । ସେହିପରି 3073 ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 3 ଲକ୍ଷ 11 ହଜାର ଅତିକ୍ରମ କରିଛି । (ଏଜେନ୍ସି)

Categories
ଆଜିର ଖବର

ବିଶ୍ବ ପରିବେଶ ଦିବସ : ବୃକ୍ଷ ରୋପଣ କରି ବାୟୁ ପ୍ରଦୂଷଣ ରୋକନ୍ତୁ

ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ବିଶ୍ଵରେ ଜୁନ ୫ରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି। ୧୯୭୨ରେ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୧୯୭୪ ଜୁନ ୫ରୁ ପ୍ରତିବର୍ଷ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଆସୁଛି। ଏହି ଦିବସରେ ବିଶ୍ଵରେ ସବୁଠାରୁ ଅଧିକ ଚାରାରୋପଣ କରାଯାଇଥାଏ। ବର୍ତ୍ତମାନ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଔଦ୍ୟୋଗିକ ପ୍ରଦୂଷଣ, ବିକିରଣ, ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂର ବିପଦ ବଢ଼ିବାରେ ଲାଗିଛି। ୧୯୮୬ରେ ପରିବେଶ ସମ୍ବନ୍ଧୀୟ ଅଧିନିୟମ ଲାଗୁ କରାଯାଇଥିଲା। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି ଚାଲେ ତେବେ ଋତୁଚକ୍ରରେ ପରିବର୍ତ୍ତନ ଆସିବା ସ୍ବାଭାବିକ। ପ୍ରତିବର୍ଷ  ନୂଆ ଥିମ୍‌ ସହ ଏହି ଦିବସକୁ ପାଳନ କରାଯାଇଥାଏ। ଚଳିତବର୍ଷର ଥିମ ରହିଛି ‘ବିଟ୍‌ ଏୟାର୍‌ ପଲ୍ୟୁସନ୍‌’।   ପ୍ଲାଷ୍ଟିକର ବ୍ୟବହାର କମ୍‌ କରିବା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଉଚିତ। ଫଳରେ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇପାରିବ। ସରକାରୀ ସ୍ତରରେ ହେଉ ଅଥବା ବେସରକାରୀ ସ୍ତରରେ ହେଉ ଏହି ଦିବସରେ ବୃକ୍ଷ ରୋପଣ କରିବା ସହିତ ବାୟୁପ୍ରଦୂଷଣ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଏହି କ୍ରମରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି । ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଗଛ ଲଗାଇବା ଉଚିତ ବୋଲି ସେମାନେ ବାର୍ତ୍ତା ଦେଉଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା, ଅଭିନେତା ଟାଇଗର ଶ୍ରଫ୍‌ ପ୍ରମୁଖ ଆଜିର ଦିନରେ ଗଛ ଲଗାଇଛନ୍ତି। ନିଜ ପିଲାମାନଙ୍କ ସହ ଦିୟା ଗଛ ଲଗାଇବା ସମୟର କିଛି ଫଟୋ ଭାଇରାଲ ହେଉଛି। ସେହିଭଳି ବାନ୍ଦ୍ରାରେ ଟାଇଗର ମଧ୍ୟ ଗଛ ଲଗାଇ ସଚେତନତା ବାର୍ତ୍ତା ଦେଇଛନ୍ତି।  ସେହିପରି ବିଶ୍ବ ପରିବେଶ ଦିବସ ଅବସରରେ ବାଲୁକା ଶିଳ୍ପୀ ବାୟୁ ପ୍ରଦୂଷଣରୁ ମୁକ୍ତ ପାଇଁ  ଗଛ ଲଗାନ୍ତୁ ବୋଲି ବାର୍ତ୍ତା ଦେବା ସହିତ ବାଲୁକା କଳା ମାଧ୍ୟମରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ଆହ୍ବାନ ଦେଇଛନ୍ତି। ଆଜିର ଏହି ବିଶ୍ବ ପରିବେଶରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ପ୍ରଯତ୍ନ କରିବା ସହିତ ବୃକ୍ଷ ରୋପଣ କରିବା ଉଚିତ୍‌।

Categories
ଆଜିର ଖବର

ଭୋଟ୍‌ ଦେଲେ ବିଶ୍ବର ସବୁଠୁ ଛୋଟ ମହିଳା

ଆଜି ୧୭ତମ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିବସ। ଆଜି ସାରା ଭାରତ ବର୍ଷର ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରତି ପାଞ୍ଚବର୍ଷରେ ଥରେ ନିଜର ପସନ୍ଦିତା ଲୋକପ୍ରତିନିଧିକୁ ନିର୍ବାଚିତ କରିବାର ସୁଯୋଗ ମିଳିଥାଏ। ଉତ୍ତମ ଶାସକ ଚୟନ କରିବା ପାଇଁ ଉପଯୁକ୍ତ ଭୋଟ୍‌ ପ୍ରଦାନ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ। ତେବେ ଏହି ପ୍ରଥମ ପର୍ଯ୍ୟାୟରେ ସାମିଲ୍‌ ହୋଇଛନ୍ତି ବିଶ୍ବର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମେଗ୍‌। ନାଗପୁର ଲୋକସଭା ଆସନ ପାଇଁ ସେ ମତଦାନ ଦେଇଛନ୍ତି। ୨୫ ବର୍ଷୀୟା ଜ୍ୟୋତିଙ୍କ ଉଚ୍ଚତା ମାତ୍ର ୨୪.୭ ଇଞ୍ଚ। ବିଶ୍ବର ସବୁଠୁ ଛୋଟ ମହିଳା ଭାବେ ଜ୍ୟୋତି ଗିନିଜ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତେବେ ଜ୍ୟୋତି ଭୋଟ୍‌ ଦେବା ସହିତ ସମସ୍ତଙ୍କୁ ଭୋଟ୍‌ ଦେଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ଏକ ସୁନ୍ଦର ବାର୍ତ୍ତା ଦେବା ସହିତ ନିଜର ଭୋଟ୍‌ର କାର୍ଡ ସହ ଭୋଟ୍‌ ଦେଇଥିବା ପ୍ରମାଣ ସ୍ବରୂପ ନିଜର କାଳିଲଗା ଆଙ୍ଗୁଠିକୁ ପ୍ରଦର୍ଶନ କରିଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର

ସ୍ୱଚ୍ଛ ଭାରତକୁ ନେଇ ଭାରତ ସରକାର ବହୁଳ ପ୍ରଚାର ପ୍ରସାର କରୁଥିବାବେଳେ ଅସଲ ଚିତ୍ର ସାମ୍ନାକୁ ଆସିଛି । ବିଶ୍ୱର ୧୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୭ଟି ସହର ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱର ୧ ନମ୍ବର ପ୍ରଦୂଷିତ ସହର ଭାବେ ଗୁରୁଗ୍ରାମ ରହିଛି। । ସର୍ବାଧିକ ପ୍ରଦୂଷିତ ସହର ଭାବେ ପ୍ରଥମ ୫ଟି ସ୍ଥାନରେ ପାକିସ୍ତାନର ଫୈସଲାବାଦ ସହ ୪ଟି ଭାରତୀୟ ସହର ରହିଛନ୍ତି। ଗୁରୁଗ୍ରାମ  ପ୍ରଥମରେ ଥିବା ବେଳେ  ଦ୍ବିତୀୟରେ ଗାଜିଆବାଦ, ତୃତୀୟରେ ପାକିସ୍ତାନର  ଫୈସଲାବାଦ, ଚତୁର୍ଥରେ ଫରିଦାବାଦ, ପଞ୍ଚମରେ ଭିୱାଡି, ଷଷ୍ଠରେ ନୋଏଡା, ସପ୍ତମରେ ପାଟନା,  ଅଷ୍ଟମରେ ଚୀନ୍‌ର ହୋଟାନ, ନବମରେ ଲକ୍ଷ୍ନୌ ଓ ଦଶମରେ ପାକିସ୍ତାନର ଲାହୋର ସହର ରହିଛି। ଆଇକ୍ୟୁ ଏୟାର ଭିଜୁଆଲ ଓ ଗ୍ରୀନ୍‌ ପିସ୍‌ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।