Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ସାରା ବିଶ୍ବରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୫ ଲକ୍ଷ ଟପିଲା, ଆମେରିକାରେ ସର୍ବାଧିକ ରୋଗୀ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ବୁଧବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୧୫ ଲକ୍ଷ ୧୭ ହଜାର ୮୭ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୬୯ ହଜାର ୫୭୮ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଇ) ଏହାର ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି।

ସିଏସଇ ଅନୁଯାୟୀ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଆମେରିକାରେ ଦେଖାଦେଇଛି। ହିସାବ ଅନୁସାରେ ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୬୮ ଲକ୍ଷ ୯୬ ହଜାର ୨୧୮ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭ ଶହ ୮୬ ରେ ପହଁଚିଛି।

୫୫ ଲକ୍ଷ ୬ ହଜାର ୬୬୩ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ କୁ ବୃଦ୍ଧି ପାଇଛି।

ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୫୯୧,୩୬୪), ଜଙ୍କଗ୍ଦଗ୍ଦସବ ଷ (୧,୧୧୧,୧୫୭), କଲମ୍ବିଆ (୭୭୭,୫୩୭), ପେରୁ (୭୬୮,୮୯୫), ମେକ୍ସିକୋ (୭୦୫,୨୬୩), ସ୍ପେନ୍ (୬୮୨,୨୬୭), ଦକ୍ଷିଣ ଆଫ୍ରିକା (୬୬୩,୨୮୨), ଆର୍ଜେଣ୍ଟିନା ( ଉଝଝଋ ଆକଳନରୁ ଜଣାପଡିଛି ଯେ ୬୫୨,୧୭୪), ଫ୍ରାନ୍ସ (୫୦୭,୧୫୦), ଚିଲି (୪୪୮,୫୨୩), ଇରାନ (୪୨୯,୧୯୩), ବ୍ରିଟେନ (୪୦୬,୦୫୮), ବାଂଲାଦେଶ (୩୫୨,୧୭୮), ସାଉଦି ଆରବ (୩୩୦,୭୯୮) ଏବଂ ଇରାକ (୩୨୭,୫୮୦)।

ବ୍ରାଜିଲ ବର୍ତ୍ତମାନ ମୃତ୍ୟୁରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଦେଶରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୩୮,୧୦୫ ରେ ଦ୍ୱିତୀୟ ସ୍ଥାନରେ ରହିଛି।

ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ଅଧିକ ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୭୪,୩୪୮), ବ୍ରିଟେନ (୪୧,୯୫୧), ଇଟାଲୀ (୩୫,୭୩୮), ଫ୍ରାନ୍ସ (୩୧,୪୨୬), ପେରୁ (୩୧,୩୬୯), ସ୍ପେନ (୩୦,୯୦୪), ଇରାନ (୨୪,୬୫୬), କଲମ୍ବିଆ (୨୪,୫୭୦), ଋଷ (୧୯,୫୭୫), ଦକ୍ଷିଣ ଆଫ୍ରିକା (୧୬,୧୧୮), ଆର୍ଜେଣ୍ଟିନା (୧୩,୯୫୨), ଚିଲି (୧୨,୩୨୧) ଏବଂ ଇକ୍ୟୁଏଡର୍ (୧୧,୧୨୬) ।

Categories
ଆଜିର ଖବର ଜାତୀୟ ଖବର

ସାରା ବିଶ୍ବରେ ୮ ଲକ୍ଷ ୯୦ ହଜାର ଅତିକ୍ରମ କଲା କୋଭିଡ19 ମୃତ୍ୟୁ ସଂଖ୍ୟା

ନ୍ୟୁୟର୍କ, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ  ଅନୁଯାୟୀ ସୋମବାର ଦିନ ବିଶ୍ୱ କୋଭିଡ -୧୯ ମୃତ୍ୟୁ  ୮୯୦,୦୬୪ କୁ ବୃଦ୍ଧି ପାଇଛି, ଯେଉଁଥିରେ ସାରା ବିଶ୍ୱରେ ୨୭.୨ ମିଲିୟନରୁ ଅଧିକ ମୃତ୍ୟୁ ହାର ରହିଛି।

ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଆମେରିକା ତାଲିକାର ଶୀର୍ଷରେ ରହିଛି, ଏଥିରେ ୬,୨୯୬,୬୨୯ ମାମଲା ଏବଂ ୧୮୯,୧୧୪ ମୃତ୍ୟୁ ଘଟିଛି, ଯାହା ବିଶ୍ବର ମୃତ୍ୟୁର ୨୦% ରୁ ଅଧିକ ଅଟେ।

ବ୍ରାଜିଲରେ ୧୨୬,୬୫୦ ମୃତ୍ୟୁ ରେକର୍ଡ ହୋଇଛି, ତା’ପରେ ଭାରତରେ ୭୧,୬୪୨ ମୃତ୍ୟୁ ଘଟିଛି। ଏହି ସମୟରେ, ଭାରତ ବ୍ରାଜିଲକୁ ଅତିକ୍ରମ କରି ଦ୍ୱିତୀୟ ବୃହତ୍ତମ ମାମଲା ସହିତ ଦେଶ ହୋଇପାରିଛି, ଯାହା ୪,୨୦୪,୬୧୩ ରେ ପହଞ୍ଚିଛି।

୩୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶ ମଧ୍ୟରେ ମେକ୍ସିକୋ, ବ୍ରିଟେନ

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସାରା ବିଶ୍ବରେ ୨ କୋଟି ୬୧ ଲକ୍ଷରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ୮ ଲକ୍ଷ ୬୧ ହଜାର

ୱାଶିଂଟନ୍,  ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ସାରା ବିଶ୍ବ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୬ ନିୟୁତ ମାର୍କରେ ପହଞ୍ଚିଛି। ଗୁରୁବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୭ ହଜାର ୬୦୩ ରେ ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ୮ଲକ୍ଷ ୬ ହଜାର ୫୧୨ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ରିପୋର୍ଟ ଅନୁଯାୟୀ ବିଶ୍ବର ଋଷିଆରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬୧ ଲକ୍ଷ ୧୩ ହଜାର ୧୬୦ ଏବଂ ୧ ଲକ୍ଷ ୮୫ ହଜାର ୭୦୪ ଥିଲା। ଏହାପରେ ବ୍ରାଜିଲ ୩୯ ଲକ୍ଷ ୯୭ ହଜାର ୮୬୫ ସଂକ୍ରମଣ ଏବଂ ୧ ଲକ୍ଷ ୨୩ ହଜାର ୭୮୦ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି ।

ରିପୋର୍ଟ ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୭୬୯,୫୨୩), ଏବଂ ପରେ ରୁଷିଆ (୧,୦୦୧,୯୬୫), ପେରୁ (୬୫୭,୧୨୯), ଦକ୍ଷିଣ ଆଫ୍ରିକା (୬୩୦,୫୯୫), କଲମ୍ବିଆ (୬୨୪,୦୬୯), ମେକ୍ସିକୋ (୬୧୦,୯୫୭), ସ୍ପେନ୍ (୪୭୯,୫୫୪), ଆର୍ଜେଣ୍ଟିନା (୪୩୯,୧୭୨) ), ଚିଲି (୪୧୪,୭୩୯), ଇରାନ (୩୭୮,୭୫୨), ବ୍ରିଟେନ (୩୪୦,୯୨୯), ଫ୍ରାନ୍ସ (୩୩୧,୦୩୪), ବାଂଲାଦେଶ (୩୧୭,୫୨୮), ସାଉଦି ଆରବ (୩୧୭,୪୮୬), ପାକିସ୍ଥାନ (୨୯୬,୫୯୦), ତୁର୍କୀ (୨୭୩,୩୦୧), ଇଟାଲୀ (୨୭୧,୫୧୫), ଜର୍ମାନୀ । (୧୦୫,୯୪୪) ବୋଲି ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସାରା ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୨ କୋଟି ୩୫ ଲକ୍ଷ ୮୩ ହଜାର ୬୧୬ରେ ପହଁଚିଲା, ମୃତ୍ୟୁ ୮ ଲକ୍ଷ

ନୂଆଦିଲ୍ଲୀ, ବର୍ତ୍ତମାନ ସାରା ବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସାରା ବିଶ୍ବରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ କୋଟି ପାଖରେ ପହଁଞ୍ଚିଲାଣି। ହିସାବ ଅନୁସାରେ ବର୍ତ୍ତମାନ ସାରା ବିଶ୍ବରେ ୨ କୋଟି ୩୫ ଲକ୍ଷ ୮୩ ହଜାର ୬୧୬ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମୃତ୍ୟୁ ସଂଖ୍ୟା ହେଉଛି ୮ ଲକ୍ଷ ୧୨ହଜାର ୫୧୩ ଜଣ। ତେବେ ବିଶ୍ବରେ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହିସାବ ଅନୁସାରେ ବର୍ତ୍ତମାନ ୧ କୋଟି ୬୦ ଲକ୍ଷ ୮ ହଜାର ୫୭୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହିସାବ ଅନୁସାରେ

ଆମେରିକା-  ୫,୮୭୪,୧୪୬ ଜଣ

ବ୍ରାଜିଲ-୩,୬୦୫,୭୮୩

ଭାରତ-୩,୧୦୫,୧୮୫

ରୁଷିଆ-୯୫୬,୭୪୯

Categories
ବିଶେଷ ଖବର

କରୋନା ମୃତକମାନେ କେବଳ ସଂଖ୍ୟା ନୁହନ୍ତି, ପ୍ରତ୍ୟେକ ବଳି ପଡିଗଲେ

ଦେବ ରଞ୍ଜନ

ଆଜିର ତାରିଖରେ ସାରା ବିଶ୍ବରେ କରୋନା ଭାଇରସ ହେତୁ ୨୧୫ ଦେଶର ସମୁଦାୟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୩୯ ହଜାର । ଆମେ ସେମାନଙ୍କ ଲାଗି ଶୋକପାଳନ କରିବା ସହିତ ଆମେ ଯେ ସେମାନଙ୍କୁ ବଞ୍ଚାଇବାରେ ଅସମର୍ଥ ହେଲୁ ସେଥିଲାଗି ଦୁଃଖ ପ୍ରକାଶ କରିବାର ସମୟ ଆସିଛି । କରୋନା କେବଳ ଯେ ବିଶ୍ୱବ୍ୟାପି ମହାମାରୀରେ ପରିଣତ ହୋଇଛି ତାହା ନୁହେଁ ଏହା ଆମ ସଭ୍ୟତାକୁ ନେଇ ଥିବା ଆମର ଗର୍ବ, ଆମର ବିକାଶକୁ ନେଇ ଥିବା ଆମର ଦାମ୍ଭିକତା, ବିଜ୍ଞାନର ଅଗ୍ରଗତିକୁ ନେଇ ଆତ୍ମସନ୍ତୋଷ, ଗଣତନ୍ତ୍ରକୁ ନେଇଥିବା ଆମର ଅହମିକା ସବୁକୁ ଖର୍ବ କରିଦେଇଛି ।

କୌଣସି ଅଚାନକ ବିପତ୍ତି ହିଁ ଆମର ପ୍ରସ୍ତୁତିକୁ ଦର୍ଶାଇଥାଏ। କରୋନା ଭାଇରସ ହେତୁ ଅଧିକ ସଂଖ୍ୟାରେ ସାଧାରଣ ଲୋକର ମୃତ୍ୟୁ ଆମର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା (ଅ)ପ୍ରସ୍ତୁତିକୁ ଦର୍ଶାଉଛି। ଏହା ସାରା ବିଶ୍ଵର ସମସ୍ୟା। ଆଜି ଭାରତରେ ସେହି ୨ ଲକ୍ଷ ୩୯ ହଜାର ମୃତକଙ୍କ ମଧ୍ୟରେ ୧୩୦୦ ଜଣ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ୬୫ % ବରିଷ୍ଠ ନାଗରିକ । ଆମ ସଭ୍ୟତା ଆମକୁ ଏହା ଶିଖାଇଛି ଯେ ବରିଷ୍ଠଙ୍କୁ ସମ୍ମାନ କରିବା ଆମର କର୍ତ୍ତବ୍ୟ। ଏକ ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରଶକ୍ତି ଭାବରେ ଆମ୍ଭେମାନେ ଆମର କର୍ତ୍ତବ୍ୟ କରିପାରିଲେ କି ?

କମ୍ପାନୀଙ୍କ ହାତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ହେତୁ :

ଆଜି ଆମେରିକାରେ ସର୍ବାଧିକ ମୃତକଙ୍କ ମଧ୍ୟରେ ଅଛନ୍ତି ସେଠାର କଳାଲୋକ ଓ ଲାଟିନୋମାନେ। ଆମେରିକାର ପ୍ରଚଳିତ ପ୍ରାଇଭେଟ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଓ ବେସରକାରୀ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥାରେ ସେହିମାନେ ଉପଯୁକ୍ତ ଚିକିତ୍ସା ନପାଇବା ସ୍ଵାଭାବିକ। ନ୍ୟୁର୍କ ଟାଇମସର ତଥ୍ୟ ଅନୁସାରେ ବିଭିନ୍ନ ବାର୍ଦ୍ଧକ୍ୟ ଗୃହ ଓ ନର୍ସିଙ୍ଗ ହୋମରେ ଅଧିକ ସଂଖ୍ୟକ ବୟସ୍କ ଲୋକେ ଡାକ୍ତରଖାନାରେ ଭେଣ୍ଟିଲେଟର ଓ ଅନ୍ୟ ସ୍ୱାସ୍ଥ୍ୟ ଉପକରଣର ଅଭାବ ହେତୁ ମୃତ୍ୟୁବରଣ କରୁଛନ୍ତି । ବିଶ୍ଵର ସର୍ବଶ୍ରେଷ୍ଠ କମ୍ପାନୀମାନଙ୍କ ଉପସ୍ଥିତି ସତ୍ବେ ସ୍ୱାସ୍ଥ୍ୟ ଉପକରଣର ଅଭାବ ହେତୁ ଆମେରିକା ନିଜର ବୟୋଜେଷ୍ଠ ଲୋକଙ୍କୁ ହରାଇବା ଏକ ରାଷ୍ଟ୍ର ଲାଗି ଲଜ୍ଜାର ବିଷୟ।

ଇଉରୋପରେ ଦୃଢ ଅର୍ଥନୀତି ଓ ବଳିଷ୍ଠ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭାବରେ ଜଣାଶୁଣା ଇଟାଲୀ, ସେଠାରେ ମଧ୍ୟ ଅଧିକ ସଙ୍ଖ୍ୟାରେ ବୟସ୍କ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ନିକଟରେ ପ୍ରକାଶିତ ଟାଇମସ ଅଫ ଇଣ୍ଡିଆର ଲେଖା ଅନୁସାରେ ଇଟାଲୀର ଲୋମ୍ବାର୍ଡି ପ୍ରଦେଶ ଯେଉଁଠି ସ୍ୱାସ୍ଥ୍ୟ ବ୍ୟବସ୍ଥା କମ୍ପାନୀମାନଙ୍କ ଦ୍ଵାରା ଅଧିକ ପରିଚାଳିତ ସେହି ପ୍ରଦେଶରେ ମୃତକଙ୍କ ସଙ୍ଖ୍ୟା ଅଧିକ। ସ୍ପେନରେ ଏକ ଦୃଢ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥାଇ ମଧ୍ୟ ଅଧିକ ମୃତକ ଏହାର ଗ୍ରାମାଞ୍ଚଳବାସୀ ଯେଉଁମାନଙ୍କ ନିକଟରେ ପ୍ରାଇଭେଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକରେ ପହଞ୍ଚିପାରିଲା ନାହିଁ।

ଏହି ସମାନ କଥା ଆଜି ଅଧିକାଂଶ ଇଉରୋପୀୟ ଦେଶରେ ଘଟିଛି । ଆଜି ଆଫ୍ରିକାରେ ମଧ୍ୟ ଘାନାର ଶାସକ ଶେଷରେ ହାତ ଟେକିଦେଇଛନ୍ତି ଓ ଦେଶବାସୀଙ୍କୁ ଚର୍ଚ୍ଚର ଦ୍ଵାରସ୍ଥ ହେବା ଲାଗି ଅନୁରୋଧ କରିଛନ୍ତି । ଇସ୍ରାଇଲ ସୈନ୍ୟଙ୍କ ଘେରା ବନ୍ଦୀ ମଧ୍ୟରେ ଥିବା ଗାଜା ଅଞ୍ଚଳର ତିନି ଲକ୍ଷ ଅଧିବାସୀ ସର୍ବଦା ମୃତ୍ୟୁର ଆଶଙ୍କା ମଧ୍ୟରେ ଗତି କରୁଛନ୍ତି । ସମଗ୍ର ପୃଥିବୀରେ ସବୁଠାରୁ ଅଧିକ ସଂଶୟ ମଧ୍ୟରେ ଅଛନ୍ତି ବିଭିନ୍ନ ଦେଶର ଜେଲରେ ଥିବା କଏଦୀ, ବସ୍ତିବାସିନ୍ଦା ଓ ଜଙ୍ଗଲରେ ରହିଆସୁଥିବା ଆଦିବାସୀ। ବିଶ୍ୱବ୍ୟାପି ଏହି ଲାଭଖୋର କମ୍ପାନୀଙ୍କ ହାତରେ ସ୍ୱାସ୍ଥ୍ୟବ୍ୟବସ୍ଥା ରହିବା ହେତୁ ମହାମାରୀ ଏକ ପାଣ୍ଡେମିକ ଭାବରେ ନିଜର ପ୍ରକୋପ ଦେଖାଇବାରେ ସମର୍ଥ ହୋଇଛି।

ଓଡିଶାର ସ୍ଥିତି ମଧ୍ୟ ଭିନ୍ନ ନୁହେଁ । ଆଜି ମହାମାରୀ ସମୟରେ ନା କୌଣସି ପ୍ରାଇଭେଟ କମ୍ପାନୀ ନିଜେ ନିଜେ କରୋନାର ମୁକାବିଲା ଲାଗି ଆଗକୁ ଆସିଲେ (ଯେଉଁ ମୁଷ୍ଟିମେୟ ପ୍ରାଇଭେଟ ହସ୍ପିଟାଲ ଗୁଡିକ କୋଭିଡ ହସ୍ପିଟାଲ କରାଯାଇଛି ସେଠାର କୋଠାଟି ଛାଡିଦେଲେ ଅଧିକାଂଶ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ଉପକରଣ ସରକାରଙ୍କର) ନା ସେମାନେ କୋଭିଡ ଭିନ୍ନ ଅଣସଂକ୍ରମଣ ରୋଗର ଚିକିସ୍ଛା ଲାଗି ନିଜର ଦ୍ଵାର ଖୋଲା ରଖିଲେ।

ସରକାରୀ ଜମି, ରେଫରାଲର ସୁବିଧା, ବୀମା ଅର୍ଥର ଭାଗୀଦାରୀ ସହିତ ଅନ୍ୟ ବହୁ ସରକାରୀ ସୁବିଧାରେ ଗଢିଉଠିଥିବା ଭୁବନେଶ୍ଵରର ସମସ୍ତ ପ୍ରାଇଭେଟ ହସ୍ପିଟାଲ (ଉଦାହରଣ ସ୍ୱରୂପ ଗଲା ୩୦ ବର୍ଷରେ ଭୁବନେଶ୍ଵରରେ ପୂର୍ବରୁ ସେହି ଗୋଟିଏ ସରକାରୀ ‘କ୍ୟାପିଟାଲ ହସ୍ପିଟାଲ’ ଥିଲା ବେଳେ ୨୨ଟି ନୂତନ ବୃହତ ପ୍ରାଇଭେଟ ହସ୍ପିଟାଲ ଓ ଅସଂଖ୍ୟ ଛୋଟ ବଡ ନର୍ସିଙ୍ଗ ହୋମ ତିଆରିହୋଇଛି ) ଅତି ନିର୍ଦ୍ଦୟ ଭାବରେ ଏହି ସମୟରେ ଦୈନନ୍ଦିନ ଚିକିତ୍ସାକୁ ବନ୍ଦ ରଖିବା, ରୋଗୀଙ୍କୁ ବିଭିନ୍ନ ବାହାନରେ ଫେରାଇଦେବା ଇତ୍ୟାଦି ଏହି ମହାମାରୀର ଇତିହାସରେ ଏକ ଅତ୍ୟନ୍ତ ଘୃଣିତ ଅଧ୍ୟାୟ ହୋଇରହିବ। ସରକାର ସେମାନଙ୍କୁ ଜାଗା ଓ ସୁବିଧା ଦେଇଥିବା ସତ୍ବେ କୌଣସି କାର୍ଯ୍ୟ ଆଦାୟ ନ କରିପାରିବା କରୋନା ଭାଇରସକୁ ନେଇ ଗଢିଥିବା ଆତଙ୍କ ଓ ଅନିଶ୍ଚିତତାର ଅନ୍ୟତମ କାରଣ।

ଆଜି କରୋନା ଭାଇରସର ଆକ୍ରାନ୍ତ ଦେଶମାନେ ଏ କଥାରେ ନିଶ୍ଚିତ ଯେ ସେମାନେ ଭାଇରସର ମୂଳକୁ ନଷ୍ଟ କରିପାରୁନାହାନ୍ତି, କେବଳ ଏହାର ପ୍ରକୋପକୁ କମାଇବାରେ ଲାଗିଛନ୍ତି । ସେହି ଭିତରେ ଲୋକେ ଚିକିତ୍ସାରେ ବିଲମ୍ଭ, ଉପଯୁକ୍ତ ଉପକରଣର (ଭେଣ୍ଟିଲେଟର ଇତ୍ୟାଦି) ଅଭାବ ଓ ନିଜର ରୋଗ ପ୍ରତିରୋଧକ ଶକ୍ତିର ଅଭାବ ହେତୁ ମୃତ୍ୟୁବରଣ କରୁଛନ୍ତି । ଏହା ମୂଳରେ ରହିଛି ଭାଇରସ ଯେତିକି ମୃତ୍ୟୁର କାରଣ ନୁହେଁ ତାହା ଠାରୁ ଅଧିକ ହେଉଛି ନିଜ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଘରୋଇକରଣ ।

ରାଜନୈତିକ ଇଚ୍ଛା ଶକ୍ତିର କମ୍ପାନୀକରଣ :

ଏହି କୋଭିଡ଼ ସମୟରେ ଯେବେ ଏକ ଜରୁରୀକାଳୀନ ସ୍ଥିତି ରହିଛି ସେତେବେଳେ ଅଣସଂକ୍ରମିତ ରୋଗ ଯଥା କ୍ୟାନସର ରୋଗୀ କ୍ୟେମୋ ନପାଇବା, ହାର୍ଟଆଟକରେ ତୁରନ୍ତ ଆଡମିସନ ନହେବା, କିଡନି ସମସ୍ୟା ହେତୁ ଡାଏଲିଶିସ ନହେବା ଇତ୍ୟାଦି ହେତୁ ରୋଗୀ ମୃତ୍ୟୁବରଣ କରୁଛନ୍ତି । ପ୍ରାଇଭେଟ ହସ୍ପିଟାଲ ନିଜର ଦ୍ଵାର ସମସ୍ତ ରୋଗୀଙ୍କ ପାଇଁ ଖୋଲିବା ଛାଡିଦିଆଯାଉ, ସେମାନେ ନିଜର ନିୟମିତ ରୋଗୀଙ୍କ ପାଇଁ ମଧ୍ୟ ଦ୍ଵାର ବନ୍ଦ କରିଦେବା ହେତୁ ଏହାର ଚାପ ମଧ୍ୟ ସରକାରୀ ଡାକ୍ତରଖାନାମାନଙ୍କରେ ପଡିଛି ଓ ଉଭୟ ପ୍ରକାର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦେଇନପାରିବା ହେତୁ ମଧ୍ୟ ଲୋକେ ମୃତ୍ୟୁବରଣ କରିଛନ୍ତି ।

ଏଭଳି ସମୟରେ ଆମେ ବୁଝିପାରୁଛୁ ଯେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ କେତେ ଦୁର୍ବଳ! ଜନସ୍ୱାସ୍ଥ୍ୟ ସମ୍ପର୍କରେ ଗବେଷଣା ଲାଗି ପାଣ୍ଠି ଓ ଗବେଷଣାଗାରର ଅଭାବ ଯାହା ହେତୁ ଭାଇରସକୁ ବୁଝିବାରେ ସମୟ ଲାଗିବା, ଜନସ୍ୱାସ୍ଥ୍ୟ ବାହିନୀ ବା ଫୋର୍ସର ଅଭାବ, ଲୋକଙ୍କ ମଧ୍ୟରେ ଏ ନେଇ ଶିକ୍ଷା ଲାଗି ଉପଯୁକ୍ତ ମାଧ୍ୟମର ଅଭାବ, ପରସ୍ପର ମଧ୍ୟରେ ଅନୁଭୂତି ଓ ଚିକିତ୍ସା ସାମଗ୍ରୀର ଆଦାନ ପ୍ରଦାନର ଅଭାବ ଆଜି ପ୍ରତ୍ୟେକ ଦେଶକୁ ବାରମ୍ବାର ଲକଡାଉନ ହେତୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିସାରିଲାଣି । ଅଥଚ ପ୍ରତ୍ୟେକ ମହାମାରୀରେ ଯେମିତ ଅଧିକ ଚର୍ଚ୍ଚା ହୋଇଥାଏ ଯେ କେଉଁ ଦେଶରୁ ଏହି ଭୂତାଣୁ ଆସିଲା ବା କେଉଁ ପ୍ରାଣୀ ଦେହରୁ ଆସିଲା ତାହା ଆଜି ମିଡିଆ ମାଧ୍ୟମରେ ଏଠାରେ ହେଉଛି। ଏଥିରେ ଅନ୍ୟକୁ ଦୋଷ ଲଦିଦେବା କିନ୍ତୁ ନିଜକୁ ନସଜାଡିବାର ଯେଉଁ ଉଦ୍ଦେଶ୍ୟ ରହିଥାଏ ତାହା ହିଁ ହେଉଛି ।

ଏହି ମହାମାରୀ ସମୟରେ ତଥାପି ବଞ୍ଚିଯାଇଥିବା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ହିଁ ଆମକୁ ବିଶ୍ଵାସ ଦେଉଛି। ଆଜି ଯାହା ହୋଇପାରୁଛି ଏହା କେବଳ ସେହିମାନଙ୍କ ହେତୁ। ଯଦି ବିଶ୍ଵ ବୁଝିବ ଯେ ମୃତକମାନେ କେବଳ ସଙ୍ଖ୍ୟା ନୁହନ୍ତି ବା ନିଜ ଅଞ୍ଚଳରେ ବାକି ବଞ୍ଚିଯାଇଥିବା ଲୋକଙ୍କ ପାଇଁ କେବଳ ଏକ ଏକ ଭୟ ନୁହନ୍ତି । ବରଂ ସେମାନେ ବଳି ପଡିଯାଇଛନ୍ତି କାରଣ ଆମେ ଆମର ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଠିକ ପରିଚାଳନା କରିପାରିନାହୁଁ ତେବେ ଦୃଢତାର ସହିତ ଏହାର ମୁକାବିଲା ହୋଇପାରିବ।

ସମସ୍ତ ପ୍ରାଇଭେଟ କମ୍ପାନୀଙ୍କ ଜମିକୁ ନିଜ ହାତକୁ ନେଇ ସେମାନଙ୍କୁ ସରକାରୀ ହସ୍ପିଟାଲର ମାନ୍ୟତା ଦେବା ଲାଗି ଆମର ଜନସାଧାରଣ ଯଦି ସରକାରମାନଙ୍କୁ ବ୍ୟାଧ୍ୟ କରିବାରେ ସମର୍ଥ ହେବେ ତେବେ ଏହି ମହାମାରୀ ବହୁ କଷ୍ଟ ଦେଇଥିଲେ ବି ଅତ୍ୟନ୍ତ ଏକ ଖୁସିର ଖବର ରଖିଦେଇଯିବ ଓ ତାହା ହିଁ ଆମ ସରକାରଙ୍କ ସର୍ବଶ୍ରେଷ୍ଠ ରାଜନୈତିକ ନିଷ୍ପତ୍ତି ହେବc।