Categories
ଆଜିର ଖବର

ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା : ୪ ମୃତ, ୨୧ ଆହତ

ଯମୁନା ଏକ୍ସପ୍ରେସ ଓ୍ବେରେ ଏକ ଦୁର୍ଘଟଣା ଘଟି ୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ବଲଦେବ ଜିଲ୍ଲାରେ ଏକ ଡବଲ ଡେକର ବସ୍‌ ଓଲଟି ପଡିବାରୁ ଏହି ଘଟଣା ଘଟିଛି। ବରିଷ୍ଠ ପୋଲିସ୍‌ ଅଧିକାରୀ ସତ୍ୟରାଜ ଅନିରୁଦ୍ଧ ପଙ୍କଜ କହିଛନ୍ତି ବସ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶର ଭିଣ୍ଡ ନିମନ୍ତେ ଯାତ୍ରା କରୁଥିଲା। ରବିବାର ରାତିରେ ଗଡସାଉଲି ଗ୍ରାମର ୧୩୨ ନମ୍ବର ମାଇଲଖୁଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ରାସ୍ତାର ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି। ଆହତ ମାନଙ୍କୁ ଆଗ୍ରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର

ଯମୁନା ଏକ୍ସପ୍ରେସ ଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା : ୯ ମୃତ, ୨୫ ଆହତ

ଯମୁନା ଏକ୍ସପ୍ରେସୱରେ ଶୁକ୍ରବାର ପ୍ରାୟ ୫ଟାରେ ଆଗ୍ରାରୁ ନୋଏଡା ଯାଉଥିବା ଏକ ଯାତ୍ରୀବାହୀ ପର୍ଯ୍ୟଟକ ବସ ଏକ ଡମ୍ପରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇ ଜଣ ମହିଳା ରହିଥିବା ଜଣା ପଡିଛି। ଏହା ସହ ବସରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ, ଉଦ୍ଧାରକାରୀ ଦଳ ସମେତ ଜିଲା ପ୍ରଶାସନ ଅଧିକାରୀ ପହଞ୍ଚି ଦୁଇଟି ଆମ୍ବୁଲାନ୍ସ ସାହାଯ୍ୟରେ ଜେବର ସ୍ଥିତି କୈଳାଶ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରିଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଦ୍ଧିୃ ପାଇବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ସମୟରେ ବସ୍‌ରେ ୪୦ ଲୋକ ଉପସ୍ଥିତ ରହିଥିଲେ।