Categories
ଆଜିର ଖବର ଜାତୀୟ ଖବର

ଆଜି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିବେ ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଯଶବନ୍ତ ସିହ୍ନା। ତାଙ୍କୁ ବିରୋଧୀ ଦଳମାନେ ଏକତ୍ରିତ ହୋଇ ପ୍ରାର୍ଥୀ କରିଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଟିଆରଏସ ସମର୍ଥନ କରିବ ବୋଲି ଘୋଷଣା କରିଛି। ଫଳରେ ଆଜିର ନାମାଙ୍କନ ଦାଖଲ ବେଳେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କେ ଟି ରାମାରାଓ ଉପସ୍ଥିତ ରହିବେ। ସେହିପରି କଂଗ୍ରେସ ଏବଂ ଟିଏମସର ନେତା ଉପସ୍ଥିତ ରହିବେ ବୋଲି ଜଣାପଡିଛି।

ଗତ ୨୪ ତାରିଖରେ ଏନଡିଏର ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପରିବହନ ମନ୍ତ୍ରୀ ସହିତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବ।