Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟେମେନ୍‌ ଉପରେ ହାଉଥି ଗୋଷ୍ଠୀଙ୍କ କ୍ଷେପଣାସ୍ତ୍ର ମାଡ : 2 ମୃତ, 50ରୁ ଅଧିକ ଆହତ

ୟେମେନ୍‌ : ୟେମେନ୍‌ ଉପରେ ହାଉଥି ଆତଙ୍କୀ ଗୋଷ୍ଠୀଙ୍କ ପକ୍ଷରୁ ପୁନର୍ବାର କ୍ଷେପଣାସ୍ତ୍ର ମାଡ କରାଯାଇଛି ।ଶୁକ୍ରବାର ସଙ୍ଗଠିତ ଆକ୍ରମଣରେ 70ରୁ ଅଧିକ ସୈନ୍ୟ ନିହତ ହୋଇଥିବା ବେଳେ ବୁଧବାର ଦିନ ପୁନର୍ବାର ଆକ୍ରମଣ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ 2 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏକ କୋଠା ଉପରକୁ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ 20 ଜଣଙ୍କ ସ୍ଥିତି ଗୁରୁତର ରହିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଶିଶୁ ରହିଥିବା ବେଳେ ଆହତଙ୍କ ମଧ୍ୟରେ 6 ଜଣ ଶିଶୁ ରହିଛନ୍ତି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟେମେନ୍‌ରେ ମିଶାଇଲ୍‌ ଆକ୍ରମଣରେ 70 ସୈନ୍ୟ ନିହତ

ମାସ୍କଟ୍‌ : ୟେମେନ୍‌ରେ ଏକ ମିଶାଇଲ୍‌ ଆକ୍ରମଣରୋ 70 ଜଣ ସୈନ୍ୟଙ୍କ ପ୍ରାଣ ହରାଇଛନ୍ତି । ୟେମେନ୍‌ର ମାରିବ୍‌ରେ ରବିବାର ଏକ ବାଲିଷ୍ଟିକ୍‌ ମିଶାଇଲ୍ ଆକ୍ରମଣ ଘଟିଛି । 70 ଜଣ ସୈନ୍ୟଙ୍କ ପ୍ରାଣହାନି ସହିତ 20ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି । ମାରିବ୍‌ରେ ରହିଥିବା ଅଲ୍‌ ଏଷ୍ଟିକ୍‌ବାଲ୍‌ ମସ୍‌ଜିଦ୍‌ ନିକଟସ୍ଥ ସେନା ବେସ୍‌ ଉପରେ ଆକ୍ରମଣ ହୋଇଥିବା ନେଇ ୟେମେନ୍‌ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ଇରାନ୍‌ ହାଉଥି ବିଦ୍ରୋହୀ ଗୋଷ୍ଠୀଙ୍କୁ ୟେମେନ୍‌ ସରକାରଙ୍କ ପକ୍ଷରୁ ଦାୟୀ କରାଯାଇଛି । ଏହି ଆକ୍ରମଣକୁ ନିନ୍ଦା କରାଯିବା ସହିତ ପ୍ରତିଆକ୍ରମଣର ଧମକ ଦେଇଛନ୍ତି ୟେମେନ୍‌ ରାଷ୍ଟ୍ରପତି ଅବ୍‌ଦୁଲ୍‌ ରବ୍ବୁ ମନସୁର୍‌ । (ଏଜେନ୍ସୀ)