ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ବିଜେପି ୨୦୧୯ ଲୋକସଭା ପ୍ରଦର୍ଶନକୁ ମଧ୍ୟ ଏଥର ପୁନରାବୃତ୍ତି କରିବ, କିନ୍ତୁ ୩୭୦ ରୁ ଅଧିକ ସିଟ୍ ଜିତିବାରେ ସକ୍ଷମ ହେବ ନାହିଁ। ଅନ୍ୟପକ୍ଷରେ ନିର୍ବାଚନ ବିଶେଷଜ୍ଞ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଏଥର ମଧ୍ୟ ବିଜେପି ସରକାର ଗଠନ କରିପାରେ। କିନ୍ତୁ ଉଭୟ ଭିନ୍ନ ଭିନ୍ନ ସଂଖ୍ୟା କହିଛନ୍ତି। ଉଭୟ ରାଜନୈତିକ ବିଶ୍ଳେଷକଙ୍କ ମୂଲ୍ୟାଙ୍କନରେ ଏହା ସ୍ପଷ୍ଟ ଯେ ଏନଡିଏ ପୁଣି ସରକାର ଗଠନ କରିପାରିବ।
ଶୁକ୍ରବାର ଦିନ ପ୍ରଶାନ୍ତ କିଶୋର ଯୋଗେନ୍ଦ୍ର ଯାଦବଙ୍କ ଭିଡିଓର ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଠାରେ ସେ ଲୋକସଭା ନିର୍ବାଚନର ଫଳାଫଳ ବିଷୟରେ ପୂର୍ବାନୁମାନ କରିଥିଲେ। ସେ ଆକଳନ କରିଛନ୍ତି ଯେ, ବିଜେପି ଏଥର ୨୪୦ ରୁ ୨୬୦ ଟି ସିଟ୍ ଜିତୁଥିବାବେଳେ ଏନଡିଏ ସହଯୋଗୀମାନେ ୩୫ ରୁ ୪୫ ଟି ସିଟ୍ ଜିତିପାରେ।
ସୋସିଆଲ ମିଡିଆରେ ପ୍ରଶାନ୍ତ କିଶୋର ଏହା କହିଛନ୍ତି:
ଯୋଗେନ୍ଦ୍ର ଯାଦବଙ୍କ ମୂଲ୍ୟାଙ୍କନର ସ୍କ୍ରିନସଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଶାନ୍ତ କିଶୋର। ଏହି ସମୟରେ ସେ ଲେଖିଛନ୍ତି ଯେ, ଦେଶର ନିର୍ବାଚନ ତଥା ସାମାଜିକ-ରାଜନୈତିକ ପ୍ରସଙ୍ଗ ବୁଝୁଥିବା ଲୋକଙ୍କ ମଧ୍ୟରେ ଯୋଗେନ୍ଦ୍ର ଯାଦବ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କର “ଚୂଡ଼ାନ୍ତ ମୂଲ୍ୟାଙ୍କନ” ବାଣ୍ଟିଛନ୍ତି।
ସେ ଆହୁରି ଲେଖିଛନ୍ତି ଯେ, ‘ଯୋଗେନ୍ଦ୍ର ଜୀ ଅନୁଯାୟୀ, ବିଜେପି ୨୪୦-୨୬୦ ଆସନ ପାଇପାରେ ଏବଂ ଏନଡିଏର ସହଯୋଗୀମାନେ ଏହି ନିର୍ବାଚନରେ ୩୫-୪୫ ଆସନ ପାଇପାରନ୍ତି। ଅର୍ଥାତ୍ ବିଜେପି / ଏନଡିଏ ପାଇଁ ୨୭୫-୩୦୫ ସିଟ୍। ଦେଶରେ ସରକାର ଗଠନ ପାଇଁ ୨୭୨ ଟି ଆସନ ଆବଶ୍ୟକ ଏବଂ ବର୍ତ୍ତମାନ ବିଜେପି / ଏନଡିଏ ପାଖରେ ୩୦୩/୩୨୩ ଟି ଆସନ ଅଛି। ଶିବସେନା ପୂର୍ବରୁ ୧୮ ଟି ଆସନ ଜିତିଥିଲେ, କିନ୍ତୁ ଏହା ଏନଡିଏ ର ଅଂଶ ନୁହେଁ।
ସାକ୍ଷାତକାରରେ ପ୍ରଶାନ୍ତ କିଶୋର ଏହି ଦାବି କରିଛନ୍ତି:
ମଙ୍ଗଳବାର ଦିନ ଇଣ୍ଡିଆ ଟୁଡେ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ବିଜେପି ପ୍ରାୟ ୩୦୦ ଟି ଆସନ ଜିତିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କୌଣସିସି ବ୍ୟାପକ କ୍ରୋଧ ନାହିଁ। ସେ କହିଛନ୍ତି ଯେ, ବିଜେପି ନିଜେ ୩୭୦ ରୁ ଅଧିକ ସିଟ୍ ପାଇବା ଅସମ୍ଭବ ହେବ।
ଏହି ସମୟରେ ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ, ଉତ୍ତର ଏବଂ ପଶ୍ଚିମ ଦିଗରେ ବିଜେପି କୌଣସି ବଡ଼ ଅସୁବିଧାର ସମ୍ମୁଖୀନ ହେଉନାହିଁ, ଦକ୍ଷିଣ ଏବଂ ପୂର୍ବରେ ଏହାର ଆସନ ବୃଦ୍ଧି ପାଇବ। ଏହି ସମୟରେ, ଯୋଗେନ୍ଦ୍ର ଯାଦବ ଦାବି କରିଛନ୍ତି ଯେ, ବିଜେପି ୩୦୦ ସିଟ୍ ଅତିକ୍ରମ କରିବା ଅସମ୍ଭବ ଏବଂ ଦଳ ୨୫୦ ରୁ କମ୍ ସିଟ୍ ପାଇପାରେ।
ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଯଦି ଇଣ୍ଡିଆ ସହଯୋଗୀ ଦଳ ବିହାର ଏବଂ ଉତ୍ତରପ୍ରଦେଶରେ କିଛି ଝଟକା ଦିଅନ୍ତିi, ତେବେ ସେମାନେ ମଧ୍ୟ କେନ୍ଦ୍ରରେ ତାଙ୍କ ସରକାର ଗଠନ କରିପାରିବେ।