Categories
ଆଜିର ଖବର ଜାତୀୟ ଖବର

ବର୍ଷର ଅନ୍ତିମ ମନ୍‌ କୀ ବାତ୍‌ : ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ, 29/12 : ବର୍ଷର ଅନ୍ତିମ ମନ୍‌ କୀ ବାତ୍‌କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଯୁବସମାଜର ଭୁରିଭୁରି ପ୍ରଶଂସା କରିଥିଲେ । ଆଜିର ଯୁବ ସମାଜ ଜାତି ପ୍ରଥାକୁ ଦୂର କରି ଦେଶ ଗଠନରେ ଅଧିକରୁ ଅଧିକ ବ୍ରତୀ ହେବାରେ ଲାଗିଛନ୍ତି ବୋ.ଲି ମୋଦି କହିଛନ୍ତି । ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ମୋଦି ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି । ଆଜିର ଯୁବ ବର୍ଗ ଅଶାନ୍ତି ଓ ଦେଶ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନାହିଁ ବରଂ କୌଣସି ପ୍ରସଙ୍ଗ ଉପରେ ଯୁବ ପିଢ଼ି ନିଜର ମତାମତ ଉପସ୍ଥାପନ କରିବାରେ ବିଶ୍ୱାସ ରଖୁଛି ବୋଲି ମୋଦି କହିଛନ୍ତି । ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀର ଯେଉଁ ପ୍ରସ୍ଥର ଉପରେ ସାଧନା କରିଥିଲେ, ଏବେ ତାହାକୁ 50 ବର୍ଷ ପୂରିବାକୁ ଯାଉଛି । ବିଗତ 5 ଦଶନ୍ଧି ହେବ ସେହି ପ୍ରସ୍ଥର ଖଣ୍ଡ ଆମ ପାଇଁ ଗର୍ବ ଓ ଗୌରବ ହୋଇ ରହିଛି ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆରମ୍ଭ ହୋଇଥିବା କୌଶଳ ବିକାଶ ଯୋଜନା ‘ହିମାୟତ’ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଏହାସହିତ ଦେଶବାସୀଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦ ଜଣାଇଥିଲେ ମୋଦି ।

Categories
ଆଜିର ଖବର

ରାଜଘାଟରେ ସତ୍ୟାଗ୍ରହ ଧାରଣାରେ ଯୋଗଦେବା ପାଇଁ ଯୁବସମାଜକୁ ରାହୁଲଙ୍କୁ ଆହ୍ବାନ

ନୂଆଦିଲ୍ଲୀ,23/12 : ନାଗରିକତ୍ବ ସଂଶୋଧନ ବିଲ୍‌କୁ ନେଇ ରାଜଘାଟରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏକ ସତ୍ୟାଗ୍ରହ ଧାରଣା କରିବାକୁ ଯାଉଛନ୍ତି । ଯୁବସମାଜ ଏହି ଧାରଣାରେ ଯୋଗ ଦେଇ ଏହି ଧାରଣାକୁ ସଫଳ କରିବା ପାଇଁ ରାହୁଲ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ଦେଶର ଛାତ୍ର ସମାଜ ଏହି ଆଇନ ବିରୋଧରେ ଏକତ୍ର ହୋଇ ଆନ୍ଦୋଳନ କରିବା ଉଚିତ୍‌ ବୋଲି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ନିବେଦନ କରିଛନ୍ତି । ସୋମବାର ଅପରାହ୍ନ 3ଟାରେ ରାହୁଲ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ଧାରଣାରେ ବସିବେ । ରାହୁଲଙ୍କ ସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଏହି ଧାରଣାରେ ଯୋଗ ଦେବେ ବୋଲି ଜଣାପଡିଛି । (ଏଜେନ୍ସୀ)