Categories
ଆଜିର ଖବର ମନୋରଂଜନ ସିନେମା

ଟିକ୍‌ଟକ୍‌-ୟୁଟ୍ୟୁବ୍‌ ଲଢେଇ : ଫୈଜଲ୍‌ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ବ୍ୟାନ୍‌

ମୁମ୍ବାଇ : ଟିକ୍‌ଟକ୍‌ ୟୁଟ୍ୟୁବ୍‌ ଲଢେଇ ଏକ ଅଲଗା ସ୍ତରରେ ପହଞ୍ଚିଛି । ପୂର୍ବରୁ ୟୁଟ୍ୟୁବର କ୍ୟାରୀ ମିନାଟିଙ୍କ ରୋଷ୍ଟିଂ ଭିଡିଓ ୟୁଟ୍ୟୁବ୍‌ରୁ ହଟାଯାଇଥିବା ବେଳେ ଆଜି ଫୈଜଲ ସିଦ୍ଦିକିଙ୍କ ଟିକ୍‌ଟକ୍‌ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି । ଏସିଡ୍‌ ଆକ୍ରମଣକୁ ନେଇ କରାଯାଇଥିବା ଭିଡିଓ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫୈଜଲଙ୍କର ପ୍ରାୟ13 ମିଲିୟନ୍‌ ଫଲୋଅର ରହିଛନ୍ତି ।

ପୂର୍ବରୁ ଫୈଜଲଙ୍କ ଭାଇ ତଥା ଟିକ୍‌ଟକର୍‌ ଆମିର ସିଦ୍ଦିକିଙ୍କୁ ଏକ ଭିଡିଓରେ ରୋଷ୍ଟ କରିଥିଲେ କ୍ୟାରୀ । ଏହି ଭିଡିଓଟି ନନ୍‌ ମ୍ୟୁଜିକାଲ୍‌ ବର୍ଗରେ ସବୁଠାରୁ ଅଧିକ ଲୋକ ଦେଖିଥିବା ବେଳେ ଆପତ୍ତି ଜନକ ଶବ୍ଦ ବ୍ୟବହାର କାରଣରୁ ୟୁଟ୍ୟୁବ୍‌ ପକ୍ଷରୁ ଏହି ଭିଡିଓଟିକୁ ହଟାଯାଇଥିଲା । ଏହାପରେ କ୍ୟାରୀଙ୍କ ସମର୍ଥକଙ୍କ ରୋଷର ଶିକାର ହୋଇଥିଲା ଟିକ୍‌ଟକ୍‌ । ପ୍ଲେ ଷ୍ଟୋରରେ ଟିକ୍‌ଟକ୍‌ର ରେଟିଂ 4.5ରୁ 2କୁ ଖସି ଆସିଥିଲା ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପ୍ରେମ ସପ୍ତାହ ପ୍ରାରମ୍ଭରେ ସିଙ୍ଗଲ୍‌ମାନଙ୍କୁ ଟ୍ରୋଲ୍‌ କଲା ଗୁଗୁଲ୍‌

ମୁମ୍ବାଇ : ଫେବୃଆରୀ 14 ତାରିଖରେ ଭାଲେଣ୍ଟାଇନ୍ସ ଡେ । ଆଜିଠୁ ଆରମ୍ଭ ହେଉଛି ପ୍ରେମ ସପ୍ତାହ । ପ୍ରେମ ଦିବସ ତଥା ପ୍ରେମ ସପ୍ତାହ ପାଇଁ ପ୍ରେମୀ-ପ୍ରେମିକାମାନେ ବେଶ୍‌ ଖୁସିରେ ଏହି ସପ୍ତାହ ଟିକୁ ପାଳନ କରିଥା’ନ୍ତି । ସେହିପରି ଯେଉଁମାନେ ଏକଲା ବା ସିଙ୍ଗଲ୍‌ ଅଛନ୍ତି ସେମାନଙ୍କ ପାଇଁ ଏହି ସପ୍ତାହ ସେମିତି କିଛି ଖାସ୍‌ ହୋଇନଥାଏ । ସିଙ୍ଗଲ୍‌ ଲୋକଙ୍କୁ ଚଳିତ ଥର ଗୁଗୁଲ୍‌ ବି ଟ୍ରୋଲ୍‌ କରିଛି । ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିବସ । ରୋଜ୍‌ ଡେ’। ଗୋଲାପ ଫୁଲ ପ୍ରେମର ପ୍ରତୀକ ହୋଇଥିବାବେଳେ ପ୍ରେମୀ-ପ୍ରେମିକାକୁ ଗୋଲାଫ ଫୁଲ ଜରିଆରେ ନିଜର ପ୍ରେମର ବାର୍ତ୍ତା ଦେଇଥାଏ । କିନ୍ତୁ ସିଙ୍ଗଲ୍‌ମାନଙ୍କ ପାଇଁ ଏହି ଦିନଟି କିଛି ଖାସ୍‌ ନଥାଏ। ଗୁଗୁଲ୍‌ ଏହି ସିଙ୍ଗଲ୍‌ମାନଙ୍କ ପାଇଁ ସ୍ପେଶିଆଲ୍‌ ଟୁଇଟ୍‌ କରିଛି । ଗୁଗୁଲ୍‌ ନିଜ ଅଫିସିଆଲ୍‌ ଟୁଇଟ୍‌ର ଆକାଉଣ୍ଟରେ ଏକ ଟୁଇଟ୍‌ କରିଛି । ଭାଲେଣ୍ଟାଇନ୍‌ ଓ୍ବିକି୍‌ରେ ସିଙ୍ଗଲ୍‌ ଲୋକଙ୍କ ପାଇଁ ।  ଗୁଗୁଲ୍‌ ‘ଦିଲ୍‌ ଚାହାତା ହୈ’ର ଫିଲ୍ମର ‘ତନ୍‌ହାଇ’ ଗୀତକୁ ସୁପାରିଶ୍‌ କରିଛି।

ଏହାପରେ ୟୁଟ୍ୟୁବ୍‌ ଇଣ୍ଡିଆର ଅଫିସିଆଲ୍‌ ପେଜ୍‌ ମଧ୍ୟ ଏହା ଉପରେ ରିପ୍ଲାଇ ଦେଇ ୟୁଟ୍ୟୁବ୍‌ ଇଣ୍ଡିଆ ଗୁଗୁଲ୍‌ ପରି ସିଙ୍ଗଲ୍‌ମାନଙ୍କ ପାଇଁ ପୋଷ୍ଟ କରିଛି । ଲୋକଙ୍କୁ ଗୁଗୁଲ୍‌ ଓ ୟୁଟ୍ୟୁବ୍‌ର ଏହି ମଜାକ୍‌ ବେଶ୍‌ ପସନ୍ଦ ଆସିଛି । ଏହା ଉପରେ ଅନେକ ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ଜଣାଇଛନ୍ତି ।

Categories
ଆଜିର ଖବର

ରିଲିଜ୍‌ ହେଲେ ‘ସାହୋ’ର ଟ୍ରେଲର : ୟୁଟ୍ୟୁବ୍‌ରେ ଚମତ୍କାର ରେସପନ୍ସ

ଗୁରୁବାର ଅପରାହ୍ନରେ ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ସାହୋର ଟ୍ରେଲର। ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ବେଳେ ୟୁଟ୍ୟୁବ୍‌ରେ ଏହାକୁ ବଢିଆ ରେସ୍‌ପନ୍ସ ମିଳିଛି। ରିଲିଜ୍‌ର ମାତ୍ର କିଛି ମିନିଟ୍‌ ମଧ୍ୟରେ ୟୁଟ୍ୟୁବ୍‌ରେ ଏହାକୁ ୪ ଲକ୍ଷ ଲୋକ ଦେଖିଥିଲେ। ଟିଜର୍‌ରୁ ଫିଲ୍ମର କାହାଣୀ ସମ୍ପର୍କରେ ଅନୁମାନ ଲଗାଇବା କଷ୍ଟକର ହୋଇଥିବା ବେଳେ ପ୍ରଭାସ ଶ୍ରଦ୍ଧାଙ୍କ ସାଥୀ ଭାବରେ ନଜର ଆସିଛନ୍ତି। ହଲିଉଡ୍‌ ଷ୍ଟଣ୍ଟ କୋରିଓଗ୍ରାଫର୍‌ କେନ୍ନି ବେଟ୍‌ସ ଏହି ହାଇ ଅକ୍ଟେନ୍‌ ଆକ୍ସନ୍‌ ସିନ୍‌ ଗୁଡିକୁ ଅତ୍ୟନ୍ତ ଜୀବନ୍ତ କରିଛନ୍ତି। ସାହୋର ଟିଜର୍‌ ଏକ ସଙ୍ଗରେ ହିନ୍ଦି, ତାମିଲ ଏବଂ ତେଲୁଗୁରେ ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଶ୍ରଦ୍ଧାଙ୍କ ନିମନ୍ତ୍ର ତେଲୁଗୁ ଡେବ୍ୟୁ ହୋଇଥିବା ବେଳେ ପ୍ରଭାସଙ୍କର ଏହା ବଲିଉଡ୍‌ ଡେବ୍ୟୁ ରହିଛି। ସୁଜିତ୍‌ ସିରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ମନ୍ଦିରା ବେଦୀ, ଜ୍ୟାକି ଶ୍ରଫ୍‌, ନୀଲ ନୀତିନ ମୁକେଶ ଏବଂ ତାମିଲ ଅଭିନେତା ଅରୁଣ ବିଜୟ ପ୍ରମୁଖ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।