Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ନୂଆ ବର୍ଷରେ ନୂଆ ଆରମ୍ଭ: ଜାନୁଆରୀରୁ ଦେଖିବେ ୩ଟି ନୂଆ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷିରେ ନୂଆ ବର୍ଷରେ ନୂଆ ଆରମ୍ଭ କରିଛି ଦୁଇଟି ମେଗା ଧାରାବାହିକ ଓ ଗୋଟିଏ ରିୟ୍ଯାଲିଟି ଶୋ ସହିତ ଯେଉଁ ମାନଙ୍କ ମଧ୍ୟରେ ଅଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,-ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ‘ମଧୁର ସଂସାର’ ଓ ‘ଶ୍ରୀ’।

ଜାନୁଆରୀ ୨୦ ତାରିଖରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ ରୁ ଦେଖିବେ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,- ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ଏକ ରୋମାଞ୍ଚକର ପ୍ରତିଯୋଗିତାରେ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ ନୃତ୍ୟ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଡି ହୋଇ ନିଜ ସବୁଠାରୁ ଭଲ ପ୍ରଦର୍ଶନ ଦେଇ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଟାଇଟଲ୍ ବିଜେତା ହେବେ । ଜୀ-ସାର୍ଥକ ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରେଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବେ । ନିଜର ଅବିଶ୍ୱସନୀୟ ନୃତ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିବେ। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଏକ ରୋମାଞ୍ଚକର ନୂତନ ରିଆଲିଟି ଡ୍ୟାନ୍ସ ସୋ “‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,- ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍” ଯେଉଁଥିରେ ହେବ ଡବଲ ମସ୍ତି ଆଉ ଡବଲ ମଜା ।

ଜାନୁଆରୀ ୨୨ ତାରିଖରୁ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ରୁ ଦେଖିବେ ମେଗା ଧାରାବାହିକ ‘ମଧୁର ସଂସାର’। ଆଦର୍ଶ ଯୌଥ ପରିବାର ନହେଲେ ବି ଏକ ଓଡିଆ ଭରଦ୍ୱାଜ ପରିବାରର କାହାଣୀ ଦେଖିବାକୁ ପାଇବେ ଦର୍ଶକ । ମଧୁ ଜଣେ ସରଳ ଓ ଖୋଲା ମନୋଭାବୀ ଝିଅ ପାଇଛନ୍ତି ମାନସ ଯିଏ କି ସାମାଜିକ ମୂଲ୍ୟବୋଧକୁ ଗୁରୁତ୍ବ ଦେଉଥିବା ଜଣେ ପୁଅ । ତେବେ ସେମାନଙ୍କ ଯୌଥ ପରିବାର ମଧୁର ହୋଇପାରିବ କି ନାହିଁ ତାହା ହେଉଛି ‘ମଧୁର ସଂସାର’ର ମୂଳ ବିଷୟବସ୍ତୁ। ଭକ୍ତି ପଟ୍ଟନାୟକ ମଧୁ ରୂପରେ ନଜର ଆସୁଥିବା ବେଳେ ତାଙ୍କ ସାଙ୍ଗରେ ରହିବେ ଓଡିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାୟକ ଆଦିତ୍ୟ ଯିଏ ଦେଖା ଦେବେ ମାନସ ଭୂମିକାରେ ।

ଜାନୁଆରୀ ୨୨ ସନ୍ଧ୍ୟା ୮ରୁ ହେବାକୁ ଯାଉଛି ମେଗା ଧାରାବାହିକ ‘ଶ୍ରୀ’। ନିଜ ପିତା ମାତାଙ୍କ ସମାଜରେ ସମ୍ମାନ ରକ୍ଷା କରିବା ପାଇଁ ନିଜର ଭଉଣୀର ଝିଅ ମିଠିକୁ ଆପଣେଇ ନିଅନ୍ତି ଓ ନିଜେ ଚାକିରି କରି ମିଠିର ସବୁ ଦ୍ଵାୟୀତ୍ଵ ନିଅନ୍ତି । ସମୟକ୍ରମେ ଜଣେ ବଡ଼ ବ୍ୟବସାୟୀ ରାଜଙ୍କୁ ଭେଟନ୍ତି ଯିଏ ନିଜେ କାମ କରୁଥିବା ଅଫିସର ବସ୍ ଓ ଧୀରେ ଧୀରେ ରାଜ ଓ ଶ୍ରୀଙ୍କ ମଧ୍ୟରେ ପ୍ରେମ ଗଢିଉଠିଛି କିନ୍ତୁ ସେମାନଙ୍କର ପ୍ରେମ ସାମାଜିକ ଭାବନାକୁ ନେଇ ଅସୁବିଧାର ସମ୍ମୁଖୀନ ହୁଏ, ସେପଟେ ମିଠିର ଦ୍ଵାୟୀତ୍ଵ ତେବେ କାହାଣୀ ଏଠାରୁ ଆରମ୍ଭ ମାତ୍ର । ଓଡ଼ିଶାର ଲୋକପ୍ରିୟ ଡ୍ୟାନ୍ସିଂ ଷ୍ଟାର ହରିହର ଦାଶ ପ୍ରଥମ ଥର ପାଇଁ ଏହି ମେଗା ଧାରାବାହିକରେ ନଜର ଆସୁଥିବା ବେଳେ ତାଙ୍କ ସାଙ୍ଗରେ ରହିବେ ଓଡିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାୟିକା ଦେବିକା ଅରୁନ୍ଧନ୍ତି ।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି । ଏଥର ନୂଆ ବର୍ଷରେ ସେହିପରି ନୂଆ କାହାଣୀ ଓ ରିୟ୍ଯାଲିଟି ଶୋ ର ଆରମ୍ଭ ସହିତ ଜୀ-ସାର୍ଥକ ଜାରି ରଖିବ ଓଡିଆ ଦର୍ଶକଙ୍କ ମନୋରଞ୍ଜନର ଯାତ୍ରା ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଜୀ-ସାର୍ଥକ ବ୍ୟାନରରେ ଆସୁଛି ‘ପାରିକରିବେ ଭୋଳାଶଙ୍କର ୨’ ।‘ପାରିକରିବେ ଭୋଳାଶଙ୍କର’ ର ଅପୂର୍ବ ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ । ଭୁବନେଶ୍ୱର ର ଏକ ତାରକା ହୋଟେଲରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକାର୍ପଣ ଉତ୍ସବ ରେ ଜୀ ସାର୍ଥକ ଚାନେଲର ଚିଫ୍ ଚାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଗୀତିକାର ନିର୍ମଳ ନାୟକ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି, ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ଉପସ୍ଥିତ ଥିଲେ l

ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଛନ୍ତି ଏମିତି ଏକ ଫର୍ମୁଲା ଯାହା ଯେ କୌଣସି ବିଷକୁ କାଟି ପାରିବ କିନ୍ତୁ ସେହି ଫର୍ମୁଲା ମନ୍ଦ ଉଦ୍ଦେଶ୍ୟ ରଖିଥିବା ଡାକ୍ତର ରୟଙ୍କ ପାଖରୁ ବଞ୍ଚାଇବାକୁ ଯାଇ ହଜାଇ ଦେଇଛନ୍ତି ନିଜ ପୁଅକୁ ଓ ଭୋଳାଶଙ୍କରଙ୍କ ଅଶୀର୍ବାଦରୁ କାଳକ୍ରମେ ପୁଅ ବଡ ହେଇଛି, ନାଁ ଅଛି ଶଙ୍କର ଓ ତା ପାଖରେ ଅଛି ଚମତ୍କାର ଶକ୍ତି ।

ଏହି ଶକ୍ତି ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି । ହେଲେ ତାର ଚମତ୍କାର ଶକ୍ତି କଥା ଡାକ୍ତର ରୟଙ୍କ କାନରେ ପଡିଛି ଓ ସେ ଅନୁସନ୍ଧାନ କରି ଜାଣିଛନ୍ତି ଶଙ୍କର କିଏ ଓ ଡାକ୍ତର ପ୍ରଭାକର ସଞ୍ଜିବନୀ ତିଆରି କରିଥିବା ଫର୍ମୁଲା କୋଉଠି ଅଛି ଓ ୨୫ ବର୍ଷ ତଳୁ ଫର୍ମୁଲା ଖୋଜିବାକୁ ସେ ଲାଗିପଡିଛନ୍ତି ।

ହେଲେ ଫର୍ମୁଲା କୋଉଠି ଅଛି, ଡାକ୍ତର ରୟ କେମିତି ଜାଣୁଛନ୍ତି ଡାକ୍ତର ପ୍ରଭାକର କଥା, ଡାକ୍ତର ପ୍ରଭାକର କ’ଣ ନିଜ ପୁଅକୁ ଫେରିପାଉଛନ୍ତି, ଡାକ୍ତର ପ୍ରଭାକର ଓ ଶଙ୍କର କ’ଣ ଫର୍ମୁଲା ବଞ୍ଚାଇପାରୁଛନ୍ତି । ଏମିତି କିଛି ନିଆରା କାହାଣୀକୁ‌ ନେଇ ଏପ୍ରିଲ୍ ୯ ସନ୍ଧ୍ୟା ୬:୩୦ରେ ଜୀ-ସାର୍ଥକ ରେ ପ୍ରସାରିତ ହେବ ‘ପାରିକରିବେ ଭୋଳାଶଙ୍କର ୨’ ।

ପ୍ରିୟବ୍ରତଙ୍କ କାହାଣୀ ‘ପାରିକରିବେ ଭୋଳାଶଙ୍କର ୨’ ରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଲିପିକା ସେନାପତି ଅପର୍ଣ୍ଣା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ରାକେଶ ଦେଓ ଓ ଅନ୍ୟମାନଙ୍କ ଭିତରେ ଅଛନ୍ତି ଲୋକପ୍ରିୟ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ ସୋମୁ ।

ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି) । ଫିଲ୍ମ ର ମନଛୁଆଁ ଗୀତ ଗୁଡିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସ୍ଵୟମ ପାଢୀ, ସତ୍ୟଜିତ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ସୁପରହିଟ୍‌ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ ।

ଫିଲ୍ମ ର କାହାଣୀଟିରେ ଯେତିକି ଉତ୍ସାହରେ ଭରି ରହିଛି, ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ରହିଛି । ତେବେ ଦର୍ଶକଙ୍କୁ ଆଶା ଓ ବିଶ୍ବାସର ଏହି କାହାଣୀ ଛୁଇଁବ ନିଶ୍ଚୟ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ l