Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ

ରଣପୁର: ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡ଼ା ଓ ପ୍ରଦାନ କରିବାକୁ ବାରଣ କରିଥିଲେ। ଏହା ବଦଳରେ ଶୁଭେଚ୍ଛା ଜଣାଇବା ସହ ଖାତା, କଲମ, ପେନସିଲ ଭଳି ପାଠ୍ୟ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଯାହା ଦ୍ୱାରା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଥିବା ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ମିଳି ପାରିବ ବୋଲି ଜିଲ୍ଲାପାଳ କହିଥିଲେ।

ଜିଲ୍ଲାପାଳଙ୍କ ବାର୍ତ୍ତା ଅନୁଯାୟୀ ନବ ବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ସରକାରୀ ଅଧିକାରୀ ତଥା ଲୋକମାନେ ଫୁଲ ତୋଡ଼ା ପରିବର୍ତ୍ତେ ଖାତା, ପେନ, ଜ୍ୟାମିତି ବାକ୍ସ ଭଳି ପାଠ୍ୟ ଉପକରଣ ଉପହାର ଭାବେ ପ୍ରଦାନ କରିଥିଲେ। ସେହି ସବୁ ଉପହାରଗୁଡିକୁ ଏକତ୍ରିତ କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହାକୁ ବଣ୍ଟନ କରାଯାଉଛି।

ଆଜି ନୟାଗଡ ଜିଲ୍ଲାପାଳ ରଣପୁର ବ୍ଲକର ମଝିଆଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଂଚି ୪୫୬ ଜଣ ଛାତ୍ରଛାତ୍ରୀଙ୍କୁ ସେହି ପାଠ୍ୟ ଉପକରଣଗୁଡିକ ବଣ୍ଟନ କରିଛନ୍ତି। ସେହି ଉପକରଣରେ ଖାତା, ପେନ, ପେନସିଲ, ରବର, କଟର, ରଙ୍ଗ କଲମ, ସ୍କେଚ, ସ୍କେଲ, ଜ୍ୟାମିତି ବାକ୍ସ ଆଦି ରହିଥିଲା। ପିଲାମାନେ ଏହି ଶିକ୍ଷା ଉପକରଣ ପାଇ ବହୁତ ଖୁସି ଅନୁଭବ କରିବା ସହିତ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ପାଇଁ ପ୍ରଂଶସା କରିଥିଲେ। ଅନ୍ୟମାନଙ୍କୁ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବିଶ୍ୱ ଭୂଷଣ ବେହେରା ଉପସ୍ଥିତ ରହି ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।  ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ଆଳୁ ମିଶନ ବୈଠକ ଅନୁଷ୍ଠିତ 

ନୟାଗଡ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଳୁ ମିଶନ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟାନ କୃଷି ବିଭାଗ ସହାୟତାରେ ଆୟୋଜିତ ଏହି ବୈଠକରେ ମୃର୍ତ୍ତିକା ସଂରକ୍ଷଣ, ମିଶନ ଶକ୍ତି, ଆରଏମସି, ପ୍ରତ୍ୟେକ ବ୍ଲକରୁ ଆସିଥ‌ିବା କୃଷକ ଉତ୍ପାଦନ ସଂଘ (ଏଫପିଓ)ର ସଦସ୍ୟମାନେ ଯୋଗ ଦେଇଥିଲେ। ଚାଷୀମାନେ କିପରି ସୁବିଧା ସୁଯୋଗରେ ବିହନ ନିହନ ପାଇ ପାରିବେ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଛନ୍ତି।

ସମସ୍ତ ଚାଷୀଙ୍କୁ ଆଳୁ ଚାଷ ଉପରେ ରିହାତି ମଧ୍ୟ ଠିକ ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ବର୍ଷ ଜିଲ୍ଲାରେ ୪,୮୭୫ କୁଇଣ୍ଟାଲ ଆଳୁ ବିହନ ଆସିବ। ୩୭୫ ହେକ୍ଟର ଚାଷ ଜମିରେ ଏଥର ଆଳୁ ଚାଷ କରାଯାଉଛି। ଏଣୁ ଏ ସମସ୍ତ ବିହନ ଚାଷୀମାନଙ୍କ ପାଖରେ ପହଞ୍ଚାଇ, ସେମାନେ ଯେପରି ଭଲ ଭାବେ ଅମଳ କରି ପାରିବେ ସେ ଦିଗରେ ଜିଲ୍ଲାପାଳ ବୈଠକରେ ଆଲୋଚନା କରିଥିଲେ। ଏହା ସହ ଅମଳ ପରେ ହେଉ ଚାଷ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।

ଏହି ବୈଠକ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳଙ୍କ ଅଚାନକ ରଣପୁର ଗସ୍ତ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା, ସ୍କୁଲରେ ପିଲାଙ୍କୁ ପଢ଼ାଇଲେ ପାଠ 

ରଣପୁର: ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଜି ଅଚାନକ ରଣପୁର ବ୍ଲକ ଗସ୍ତ କରିଥିଲେ। ଜିଲ୍ଲାପାଳ ବ୍ଲକର ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ, ବିଦ୍ୟାଳୟ, ଅଙ୍ଗନବାଡିକେନ୍ଦ୍ର ଆଦି ପରିଦର୍ଶନ କରିଥିଲେ। ରଣପୁର ବ୍ଲକର ଗୋପାଳପୁର ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି। ଗୋପାଳପୁର ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହାର ସମୀକ୍ଷା କରିଥିଲେ। ଏଥି ସହିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି।

ଗୋପାଳପୁରରେ ଥିବା ୫-ଟି ହାଇସ୍କୁଲ ପରିସରରେ ଥିବା ସାଇନ୍‌ସ ଲାବୋରଟୋରି, ଇ-ଲାଇବ୍ରେରୀ, ଆଇସିଟି ଲ୍ୟାବର ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ପାଠ ପଢ଼ାଇଥିଲେ। ଏଥି ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତମ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଗୋପାଳପୁରରେ ଥିବା ଅଙ୍ଗନୱାଡି କେନ୍ଦ୍ର, ମୁଗ ଡାଲି ପ୍ୟାକିଙ୍ଗ ସେଣ୍ଟର ବୁଲି ଦେଖିଥିଲେ। ଏଥି ସହିତ ସ୍ୱୟଂ ସହାୟକ ମହିଳା ମାନଙ୍କ ସହ ଆଲୋଚନା କରି ଅଧୀକ ସ୍ୱାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଗ୍ରସ୍ତରେ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ରଣପୁର ବିଡିଓ ସୁଧୀର କୁମାର ନାୟକ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସହକାରୀ ଯନ୍ତ୍ରୀ ଶଶିରେଖା ଜେନା, ଜ୍ଞାନେନ୍ଦ୍ର ପାଢ଼ି, ଯନ୍ତ୍ରୀ ଦିଲ୍ଲୀପ ଉଦ୍ଦିନଙ୍କ ସମେତ ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।