Categories
ଆଜିର ଖବର ରାଜ୍ୟ ଖବର

ଭଞ୍ଜନଗର ଅତିରିକ୍ତ ଏସପି ଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୪ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ କୌଣସି କାମରେ ବାଲେଶ୍ଵର ଯାଇ ଫେରୁଥିବା ବେଳେ ସପରିବାର ନିକଟସ୍ଥ ଶାଳୁଆପଲୀ ଗ୍ରାମରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଯାହା ଫଳରେ ଅତିରିକ୍ତ ଏସପି ଙ୍କ ସହ ସ୍ତ୍ରୀ, ଶାଶୁ ଓ ଡ଼୍ରାଇଭର ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଚନା ଅନୁଯାୟୀ ଜଦୁର୍ଘଟଣାଗ୍ରସ୍ତ ଗାଡ଼ି ଉକ୍ତ ସ୍ଥାନରେ ଏକ ଗଛକୁ ପିଟି ହୋଇ ଗୋଟିଏ କେବିନ୍ ଉପରେ ଚଢ଼ି ଯାଇଥିଲା। ଏହି ଭଳି ପରିସ୍ଥିତିରେ ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତ ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ଥିଲେ। ପ୍ରାଥମିକ ଚିକିତ୍ସାପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଅତିରିକ୍ତ ଏସପି ଭାବେ କାର୍ଯ୍ୟରେ ଯୋଗଦେଲେ କିଶୋର ଚନ୍ଦ୍ର ମୁଣ୍ଡ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ନୂତନ ଅତିରିକ୍ତ ଏସପି ଭାବେ ବରିଷ୍ଠ ପୋଲିସ ଅଧିକାରୀ କିଶୋର ଚନ୍ଦ୍ର ମୁଣ୍ଡ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ମୁଣ୍ଡ ଏହା ପୁର୍ବରୁ ଭୁବନେଶ୍ୱର କମିଶନେରେଟ ପୋଲିସରେ ଜୋନ ପାଞ୍ଚ ଏସିପି ଏବଂ ପୁରୀ ସଦର ଏସଡିପିଓ ଭାବେ କାର୍ଯ୍ୟରତ ଥିଲେ। ସେ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା।

ତେବେ ନିକଟରେ ତାଙ୍କର ପଦୋନ୍ନତି ହୋଇ ଖୋର୍ଦ୍ଧା ଜିଲ୍ଲାରେ ଅତିରିକ୍ତ ଏସପି ଭାବେ ପ୍ରଥମ ପୋଷ୍ଟିଙ୍ଗ ହୋଇଛି। ଆଜି କାର୍ଯ୍ୟରେ ଯୋଗଦେବା ପରେ ସମସ୍ତ ପୋଲିସ ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ତେବେ ଖୋର୍ଦ୍ଧା ଜିଲ୍ଲାରେ କଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ, ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା, ନିଶା କାରବାରକୁ ମୁଳୋତ୍ପାଟନ କରିବା, କ୍ରାଇମ ଗ୍ରାଫ କମ କରିବା ଆଦି ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀ ମୁଣ୍ଡ କହିଛନ୍ତି।

ସୂଚନା ଥାଉକି ପୂର୍ବତନ ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କ ଅବସର ପରେ ଦୀର୍ଘ ଦିନ ହେବ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଆଜିର ଖବର

ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତ୍ରିନାଥ ମିଶ୍ରଙ୍କୁ ମିଶାଇ ଏବେ ରାଜ୍ୟରେ ୧୫୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିଲା। ଗତ ୧୫ ତାରିଖରେ ତାଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ଚଢାଉଆ କରିଥିଲା। ଚଢାଉ ବେଳେ ବହୁ ନାମିଦାମୀ କାର ମିଳିଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରାଯାଇଥିଲା।

Categories
ଅପରାଧ ଆଜିର ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ

ଭୁବନେଶ୍ଵର: ଆଜି ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରାଯାଇଛି। ସମ୍ପତ୍ତିର ହିସାବ ଦେଇନପାରିବାରୁ ତାଙ୍କୁ ଆଜି ଗିରଫ କରାଯାଇଛି।

ପୂର୍ବରୁ ତ୍ରିନାଥଙ୍କ ଘର ଏବଂ ଅଫିସରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିବା ସହ ବିଏମଡବ୍ଲୁ ଭଳି ଅନେକ ଗାଡି ଜବତ କରାଯାଇଥିଲା।

ଏଥିରେ ଏକକାଳିନ ତାଙ୍କ ଡ୍ରାଇଭର ଘର ସହିତ ୧୧ ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ୩ ଜଣ ଅତିରିକ୍ତି ଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନସ୍ପେକ୍ଟର ସହିତ ବହୁ ଅଧିକାରୀ ସାମିଲ ହୋଇଥିଲେ।