Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ପ୍ରଥମ ଅନଏକାଡେମି ଷ୍ଟୋର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ସର୍ବବୃହତ୍ ଶିକ୍ଷା ପ୍ଲାଟ୍‌ଫର୍ମ ଅନଏକାଡେମି ପକ୍ଷରୁ ଓଡିଶାର ଭୁବନେଶ୍ୱରଠାରେ ଏହାର ପ୍ରଥମ ଅନଏକାଡେମି ଷ୍ଟୋରର ଉଦ୍‌ଘାଟନ କରାଯାଇଛି। ଅନଏକାଡେମି ଷ୍ଟୋର୍‌ଗୁଡିକ ହେଉଛି ବ୍ରାଣ୍ଡର ସୁବିଧା ଏବଂ ବିଶେଷଜ୍ଞମାନଙ୍କ ସହଯୋଗ ହାସଲ କରିବା ପାଇଁ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଅଫଲାଇନ୍ ଏକ୍ସପେରିଏନ୍ସିଆଲ ଟଚପଏଂଟ୍।

ଏଠାରେ ଶିକ୍ଷାର୍ଥୀମାନେ ଏହାର ଉନ୍ନତ ସୁବିଧାଗୁଡିକର ଅନୁଭୂତି ସହିତ ପ୍ଲାଟଫର୍ମରେ ବ୍ରାଣ୍ଡର ଅଫରିଙ୍ଗଗୁଡିକୁ ବୁଝିପାରିବେ। ଏକ ଆଧୁନିକ ଓ ସରଳ ଡିଜାଇନ୍ ଆଭିମୁଖ୍ୟ ସହ ନିର୍ମିତ ଏହି ଅନଏକାଡେମି ଷ୍ଟୋର୍ ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ଚୟନ କରିଥିବା କ୍ୟାରିୟର ମାର୍ଗ ସମ୍ପର୍କରେ ସୂଚନା ପାଇପାରିବେ ଏବଂ ସମାନ ଆଗ୍ରହ ରଖିଥିବା ଅନ୍ୟ ଶିକ୍ଷାର୍ଥୀମାନଙ୍କ ସହ ଯୋଡ଼ି ହୋଇପାରିବେ।

ଏହି ଶୁଭାରମ୍ଭ ଅବସରରେ ଅନଏକାଡେମି ଷ୍ଟୋର ଫ୍ରାଂଚାଇଜ ମାଲିକ ଶ୍ରୀ ଜୟ ସଦାନୀ, ଗ୍ରୋଥ ମ୍ୟାନେଜର ଶ୍ରୀ ଅନୁରାଗ ଶର୍ମା, ୱାର୍ଡ୧୫ କର୍ପୋରେଟର ଶ୍ରୀମତୀ ପିଙ୍କି ସ୍ୱାଇଁ ଏବଂ ଅନଏକାଡେମି ଆସୋସିଏଟ ଡାଇରେକ୍ଟର ଶ୍ରୀ ରାଜ କୁମାରନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ନୂଆ ଅନଏକାଡେମି ଷ୍ଟୋର୍ ଶୀତଲ ଆନେକ୍ସ, ୬୮୭/୨୫୧୬, ଏକାମ୍ର କାନନ ରୋଡ୍‌, ଏକାମ୍ର ବିହାର, ଆଇଆରସି ଭିଲେଜ୍‌, ନୟାପଲ୍ଲୀ, ଭୁବନେଶ୍ୱର, ଓଡିଶା ୭୫୧୦୧୫ରେ ଅବସ୍ଥିତ ରହିଛି। ଆଜିଠାରୁ ଆରମ୍ଭ ହେଉଥିବା ଏହି ଅନଏକାଡେମି ଷ୍ଟୋର୍ ସପ୍ତାହର ସମସ୍ତ ୭ ଦିନ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ।