Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରୁ “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତା ୩୦ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା କୃଷ୍ଣାନଗର ପଡିଆ ଠାରେ ଏକ ବିଶାଳ ଜନସମାବେଶରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବା ପାଇଁ ଜିଲ୍ଲାକୁ ଆସୁଛନ୍ତି।  ଏ ନେଇ ଭବାନୀପାଟଣା ସ୍ଥିତ ହୋଟେଲ ମିଡ୍ ଟାଉନ୍ ଠାରେ ଭାରତୀୟ ଜନତା ପାର୍ଟି ତରଫ ରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଜେପି ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଦେବେନ୍ଦ୍ର ମହାନ୍ତି,ଭଵେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବ ରେ ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ସାତ ହଜାର ପାଞ୍ଚ ଶହ ପଚାଶ କୋଟି ଟଙ୍କା ର ବ୍ୟୟ ଅନୁଦାନ ରେ ଚଳିତ ବଜେଟ୍ ରେ ଏକ ନୂଆ ଯୋଜନା “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିବାକୁ ଯାଉଛନ୍ତି।

ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୨୦୦ ହିତାଧିକାରୀ ଉପକୃତ ହେବାର ଯୋଜନା ରହିଛି। ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ ୨୬୦୩ କୋଟି ଟଙ୍କା ବଜେଟ ରେ ଅର୍ଥ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ କେନ୍ଦ୍ରୀୟ ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମିନ ସମେତ ବିଭିନ୍ନ ଯୋଜନା ପ୍ରବର୍ତ୍ତନ କରିଥିଲେ ମଧ୍ୟ (PMAY-G) ର ସୀମିତତା (LIMITATION) ହେତୁ ଅନେକ ପରିବାର ଅଛନ୍ତି ଯେଉଁମାନେ ଏହି ଯୋଜନା ଅଧୀନରେ ରହିଯାଇଛନ୍ତି ଓ ପକ୍କା ଘର ପାଇ ପାରୁ ନାହାନ୍ତି। ଅପରପକ୍ଷେ, ସ୍ୱଳ୍ପ ଆୟକାରୀ ପରିବାରମାନଙ୍କୁ ଏହି ଯୋଜନାରେ ମାଗଣା ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଏହା ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି ଟଙ୍କାର ନୃତନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ ଏହି ଗସ୍ତ ସମୟରେ କରିବା ପାଇଁ ସ୍ଥିର ହୋଇଛି ବୋଲି ସାମ୍ବାଦିକ ସମ୍ମଳନୀ ରେ ବିଜେପି ପକ୍ଷରୁ ସୂଚନା ଦିଏ ଯାଇଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟୀ ର ସରକାର ଆସିବା ପରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ହେଉ ଅଥବା କୃଷକ ମାନଙ୍କ ପାଇଁ ୮୦୦ ଟଙ୍କା ଇନ୍ପୁଟ ରିହାତି ଦେବା ପାଇଁ ବିଳମ୍ବ କରିନାହାନ୍ତି।

ସରକାରଙ୍କ ବିଭିନ୍ନ ଯୋଜନାରେ ସୁଫଳ ପାଇ ପାରୁ ନଥିବା ଗ୍ରାମାଞ୍ଚଳ ର ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଭଳି ଏକ ଅଭୂତପୂର୍ବ ଯୋଜନାର ଶୁଭାରମ୍ଭ କରି ଗ୍ରାମାଞ୍ଚଳ ବିକାଶକୁ ଏକ ନୂଆ ବାଟ ଦେଖାଇଛନ୍ତି ବୋଲି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରୁ “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ବିଜେପି ରାଜ୍ୟ ସରକାରଙ୍କ ସାତ ହଜାର ପାଞ୍ଚ ଶହ ପଚାଶ କୋଟି ଟଙ୍କାର ବ୍ୟୟ ଅନୁଦାନରେ ଚଳିତ ବଜେଟରେ ଏକ ନୂଆ ଯୋଜନା “ଅନ୍ତୋଦୟ ଗୃହ ଯୋଜନା”ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଏହି ବହୁ ପ୍ରତିକ୍ଷୀତ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ କଳାହାଣ୍ଡି ଭଳି ଏକ ଆକାଂକ୍ଷି ଜିଲ୍ଲାରେ ଆସନ୍ତା ୩୦ ମାର୍ଚ୍ଚ ରବିବାର ଦିନ ଭବାନୀପାଟଣା ଠାରେ ଶୁଭାରମ୍ଭ କରିବା ପାଇଁ କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସର୍କିଟ ହାଉସ ଠାରେ ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପଟ୍ଟଯୋଷି, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ଓ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆନ୍ତରିକ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

ଜିଲ୍ଲା ସଙ୍ଗଠନର ସମସ୍ତ କର୍ମକର୍ତ୍ତା, ସମସ୍ତ ମୋର୍ଚ୍ଚାର ସଭାପତି ଓ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟ ସଦସ୍ୟା ମାନେ ସଂଘବଦ୍ଧ ଭାବେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସଫଳ କରିବା ପାଇଁ ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଷି ସମସ୍ତଙ୍କୁ ଅନୁରୋଧ କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ତୃଣମୂଳ ସ୍ତର କର୍ମୀ ଏଥିରେ ସକ୍ରିୟ ସହଯୋଗ ପାଇଁ ସହମତି ପ୍ରକାଶ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା, କ୍ୟାବିନେଟରେ ନିଷ୍ପତି, ଖର୍ଚ୍ଚ ହେବ ୭,୫୫୦ କୋଟି ଟଙ୍କା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ୧୧ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ରାଜ୍ୟର ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରାଯିବ। ଏଥିରେ ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ରାଜ୍ୟ ସରକାର ଯୋଗାଇ ଦେବେ। ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଭୋଗିଥିବା ବିସ୍ଥାପିତଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ଏଥିରେ ଅନ୍ତର୍ଭୂକ୍ତ କରାଯିବ। ଏହି ଯୋଜନାରେ ଷ୍ଟିମୁଲସ୍ ବ୍ୟବସ୍ଥା ରହିଛି; ୪ ମାସ ମଧ୍ୟରେ ଘର କାମ ସମାପ୍ତ କଲେ ୨୦ ହଜାର ଟଙ୍କା, ୬ ମାସରେ ସମାପ୍ତ କଲେ ୧୦ ହଜାର ଟଙ୍କା ବୋନସ ମିଳିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୭,୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ସେହିପରି ରାଜ୍ୟର ୩୧୪ ବ୍ଲକରେ ନୂତନ ଷ୍ଟାଡିୟମ ନିର୍ମାଣ କରାଯିବ। ୧୨ ରୁ୧୫ ଏକର ଜମିରେ ଏହି ଷ୍ଟାଣ୍ଡିୟମ ନିର୍ମାଣ ହେବ। ଫୁଟବଲ, କ୍ରିକେଟ, ଆଥଲେଟିକ୍ସ ଏବଂ ଅନ୍ୟାନ୍ୟ ଖେଳ ପାଇଁ ଏହି ଷ୍ଟାଡିୟମଗୁଡ଼ିକ ଉପୟୁକ୍ତ ହେବ। ୫ ବର୍ଷରେ ୪,୧୨୪ କୋଟି ଟଙ୍କା ବ୍ୟୟ ହେବ।

ରାଜ୍ୟରେ ଏକୀକୃତ ପେନସନ ଯୋଜନା ଲାଗୁ ହେବ, ଯାହାକୁ ରାଜ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି। ୩,୩୩,୦୦୦ ଅଧିକାରୀ ଏନପିଏସ୍ କି ୟୁପିଏସ୍ ନେଇ ନିଷ୍ପତ୍ତି ନେବେ। ଡ୍ୟାମ ମରାମତି ପାଇଁ ୬୬୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ହୀରାକୁଦ ଡ୍ୟାମ ପାଇଁ ୩ଟି ପ୍ରକଳ୍ପ ରୂପାୟଣ ହେବ।

ସେତୁ ଏବଂ ରାସ୍ତା ନିର୍ମାଣ ଯୋଜନା:

  • ଚାନ୍ଦବାଲି-ଖରସ୍ରୋତା ସେତୁ
  • କେନ୍ଦ୍ରାପଡ଼ା-ଭଦ୍ରକ ୯ ନମ୍ବର ଜାତୀୟ ରାଜପଥ ସଂଯୋଗ
  • ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ
  • ଝାରସୁଗୁଡା ପୂଜାରିପଲ୍ଲୀ ଘାଟ ଉପରେ ନୂତନ ସେତୁ

ଏହି ଅଭିନବ ଯୋଜନାମାନେ ରାଜ୍ୟର ଅବକାଠାଗତ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।